ଘାଟି ତଳକୁ ଖସିଲା ବସ୍‌: ୪୪ ମୃତ, ୩୦ରୁ ଅଧିକ ଆହତ

ମନାଲୀ: ହିମାଳଚଳ ପ୍ରଦେଶର କୁଲୁରେ ଆଜି ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଘାଟିରୁ ୨୦୦ ମିଟର ତଳକୁ ଖସିପଡ଼ିବାରୁ ୪୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ୩୦ରୁ ଅଧିକ  ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବାର ଆଶଙ୍କା ସୃଷ୍ଟି ହୋଇଛି। ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବଞ୍ଜାର ଏସ୍‌ଡିଏମ ଏମ୍‌ଆର ଭରଦ୍ୱାଜ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ […]

bus1

Jitendra Garnayak
  • Published: Thursday, 20 June 2019
  • , Updated: 21 June 2019, 09:50 AM IST

ମନାଲୀ: ହିମାଳଚଳ ପ୍ରଦେଶର କୁଲୁରେ ଆଜି ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଘାଟିରୁ ୨୦୦ ମିଟର ତଳକୁ ଖସିପଡ଼ିବାରୁ ୪୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ୩୦ରୁ ଅଧିକ  ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବାର ଆଶଙ୍କା ସୃଷ୍ଟି ହୋଇଛି। ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବଞ୍ଜାର ଏସ୍‌ଡିଏମ ଏମ୍‌ଆର ଭରଦ୍ୱାଜ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ରହିଛନ୍ତି। ସେମାନେ ଶିକ୍ଷାନୁଷ୍ଠାନରୁ ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।

ଆଜି ଅପରାହ୍ନ ୪ଟାରେ ବସ୍‌ଟି ପ୍ରାୟ ୭୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବଞ୍ଜାର ବସ୍‌ଷ୍ଟାଣ୍ଡରୁ ଗଡ଼ ଗୁସେନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ ବସ୍‌ଷ୍ଟାଣ୍ଡରୁ ମାତ୍ର ୨ କିମି ଗଲା ପରେ ଏହି ବସ୍‌ଟି ବିୟୋଥ ବାଙ୍କରେ ବୁଲୁଥିବା ବେଳେ ଭାରସାମ୍ୟ ହରାଇ ସିଧା ୨୦୦ ମିଟର ତଳେ ଥିବା ଏକ ଘାଇ ମଧ୍ୟକୁ ଖସି ପଡ଼ିଥିଲା। ତଳେ ଥିବା ଛୋଟ ପାହାଡ଼ ଉପରେ ମାଡ଼ ହୋଇ ବସ୍‌ଟି ସଂପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଥିଲା।

ଦୁର୍ଘଟଣା ବେଳେ ବସ୍‌ ଛାତ ଉପରେ ମଧ୍ୟ କିଛି ଯାତ୍ରୀ ବସିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନ ୪ଟା ବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପ୍ରଥମେ ସ୍ଥାନୀୟ ଲୋକ ସେଠାରେ ପହଞ୍ଚିଥିଲେ। ସେମାନେ ଖଣ୍ଡ ବିଖଣ୍ଡିତ ବସ୍‌ ମଧ୍ୟରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଘରୋଇ ଗାଡ଼ିରେ ନିକଟସ୍ଥ ହସ୍ପିଟାଲ୍‌କୁ ପଠାଇଥିଲେ। କୁଲୁର ଏସ୍‌ପି ଶାଲିନୀ ଅଗ୍ନିହୋତ୍ରୀ କହିଛନ୍ତି, “ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡ଼ିର ନମ୍ବର ହେଉଛି ଏଚ୍‌ପି ୬୬-୭୦୬୫। ଏହା କୁଲ୍ଲୁରୁ ଗଡ଼ ଗୁସେନ ମଧ୍ୟରେ ପ୍ରତିଦିନ ଯାତାୟାତ କରିଥାଏ।

ବଞ୍ଜାର ଠାରେ ହିଁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି। ଆମେ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ୧୨ରୁ ଅଧିକ ମହିଳା, ୧୦ରୁ ଅଧିକ ଶିଶୁ ଓ ୧୦ ଜଣ ପୁରୁଷ ଲୋକଙ୍କୁ ଗୁରୁତର ଅବସ୍ଥାରେ ବସ୍‌ ମଧ୍ୟରୁ ଉଦ୍ଧାର କରି କୁଲ୍ଲୁ ସିଭିଲ୍‌ ହସ୍ପିଟାଲ୍‌ ନେଇଥିଲୁ। ସ୍ଥାନୀୟ ଲୋକମାନେ ମଧ୍ୟ ଆମକୁ ଏଥିରେ ସହଯୋଗ କରିଥିଲେ। ଏବେ ଘଟଣାର ତଦନ୍ତ ଆରମ୍ଭ ହେବା ସହ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଥିବା ବସ୍‌କୁ ୨୦୦ ମିଟର ତଳୁ ଉପରକୁ ଆଣିବାକୁ ପ୍ରୟାସ କରାଯାଉଛି।”

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ଏଥିସହ ସେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Related story