ଟ୍ୱିଟ୍ ପାଇଁ ଦେବାକୁ ପଡ଼ିବ ପଇସା !

ନୂଆଦିଲ୍ଲୀ: ପ୍ରତି କଥାରେ ଟ୍ୱିଟ୍ କରିବା ଆଉ ସମ୍ଭବ ହୋଇନପାରେ। କାରଣ ଟ୍ୱିଟର ଏବେ ପେଡ୍ ଟ୍ୱିଟ ସେବା ଆଣିବାକୁ ଯାଉଛି। ଅର୍ଥାତ୍ ଟ୍ୱିଟ୍ କରିବାକୁ ହେଲେ ରିଚାର୍ଜ କରିବାକୁ ହେବ। ଟ୍ୱିଟରର ଫାଉଣ୍ଡର ତଥା ସିଇଓ ଜ୍ୟାକ ଡୋର୍ସି ଏହା କହିଛନ୍ତି। କମ୍ପାନୀ ରେଭେନ୍ୟୁ ରୋଜଗାର କରିବାକୁ ଚିନ୍ତା କରୁଛି। ତେଣୁ ଏବେ ପେଡ୍ ସେବା ବା ସବସ୍କ୍ରିପସନ ମଡେଲ ଆରମ୍ଭ କରିବାକୁ ବିଚାର କରୁଛି ବୋଲି ଜ୍ୟାକ ଡୋର୍ସି କହିଛନ୍ତି। ଏହି ପେଡ୍ ସର୍ଭିସରେ […]

twitter-bird

Subhransu Sekhar
  • Published: Friday, 24 July 2020
  • , Updated: 24 July 2020, 07:58 PM IST

ନୂଆଦିଲ୍ଲୀ: ପ୍ରତି କଥାରେ ଟ୍ୱିଟ୍ କରିବା ଆଉ ସମ୍ଭବ ହୋଇନପାରେ। କାରଣ ଟ୍ୱିଟର ଏବେ ପେଡ୍ ଟ୍ୱିଟ ସେବା ଆଣିବାକୁ ଯାଉଛି। ଅର୍ଥାତ୍ ଟ୍ୱିଟ୍ କରିବାକୁ ହେଲେ ରିଚାର୍ଜ କରିବାକୁ ହେବ। ଟ୍ୱିଟରର ଫାଉଣ୍ଡର ତଥା ସିଇଓ ଜ୍ୟାକ ଡୋର୍ସି ଏହା କହିଛନ୍ତି। କମ୍ପାନୀ ରେଭେନ୍ୟୁ ରୋଜଗାର କରିବାକୁ ଚିନ୍ତା କରୁଛି। ତେଣୁ ଏବେ ପେଡ୍ ସେବା ବା ସବସ୍କ୍ରିପସନ ମଡେଲ ଆରମ୍ଭ କରିବାକୁ ବିଚାର କରୁଛି ବୋଲି ଜ୍ୟାକ ଡୋର୍ସି କହିଛନ୍ତି।

ଏହି ପେଡ୍ ସର୍ଭିସରେ ଅନେକ କିଛି ଅଧିକ ସେବା ୟୁଜରଙ୍କୁ ମିିଳିବ ବୋଲି ଜଣାପଡ଼ିଛି। ଯେମିତିକି ଅଧିକ ଲୋକଙ୍କ ପାଖରେ ଟ୍ୱିଟ୍ ପହଞ୍ଚିବ, ଦେୟ ଯୁକ୍ତ ସେବା ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ ଇତ୍ୟାଦି ସେବା ରହିଛି। ତେବେ ଏସବୁକୁ ନେଇ ଟୁଇଟର କତ୍ତୃପକ୍ଷ ବିଚାର କରୁଛନ୍ତି। କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ।

ଏବେ ଟ୍ୱିଟର ବିଜ୍ଞାପନ ଜରିଆରେ ରୋଜଗାର କରୁଛି। ହେଲେ କିଛି ଦିନ ହେବ ବିଜ୍ଞାପନରୁ ଆଉ ଆୟ ହେଉନାହିଁ। ତେଣୁ କମ୍ପାନୀ ଏବେ ପେଡ୍ ଟୁଇଟ୍ ସେବା ଆରମ୍ଭ କରିବାକୁ ଯୋଜନା କରିଥିବା ଜ୍ୟାକ କହିଛନ୍ତି।

ବିଶେଷଜ୍ଞଙ୍କ ରିପୋର୍ଟ ଅନୁଯାୟୀ ଏବେ ସାରା ବିଶ୍ୱରେ ପ୍ରତିଦିନ ୧୮୬ ମିଲିଅନ ଟ୍ୱିଟର ୟୁଜର ସକ୍ରିୟ ରହୁଛନ୍ତି। ଏହାସତ୍ତ୍ୱେ ବି ବିଜ୍ଞାପନରୁ ଆୟ କମିଛି। କରୋନା ମହାମାରୀ ପାଇଁ ଏବେ ସାରା ବିଶ୍ୱବାସୀ ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରୁଛନ୍ତି। ତେଣୁ ଖର୍ଚ୍ଚକାଟ କରିବାକୁ ଯାଇ ଏବେ ଅନେକ ବ୍ୟକ୍ତି ଏବଂ ସଂସ୍ଥା ଟ୍ୱିଟରରେ ବିଜ୍ଞାପନ ଦେଉନଥିବା ଜଣାପଡ଼ିଛି।

Related story