ନୂଆଦିଲ୍ଲୀ: ୨୦୦୮ ମସିହାର ବହୁ ଚର୍ଚ୍ଚିତ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାର ୨ ଜଣ ଅଭିଯୁକ୍ତ ସେହି ବର୍ଷ ସିଆରପିଏଫ୍ କ୍ୟାମ୍ପ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମୁମ୍ବାଇ ଆକ୍ରମଣ ମାମଲାରେ କ୍ରାଇମ୍ ବ୍ରାଞ୍ଚ ସବାଉଦ୍ଦିନ୍ ଏବଂ ଫହିମ୍ ଅନ୍ସାରୀକୁ ଗିରଫ କରିଥିଲା। ପରେ ବମ୍ବେ ହାଇକୋର୍ଟ ଏବଂ ସୁପ୍ରିମ୍କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।
କ୍ରାଇମ୍ବ୍ରାଞ୍ଚ ସନ୍ଦେହ କରିଥିଲା ୨୬/୧୧ ମାମଲାରେ ଆଜମଲ୍ କସାବ୍ଠାରୁ ମିଳିଥିବା ମ୍ୟାପ୍ ଏମାନେ ହିଁ ଦେଇଥିଲେ। ଆତଙ୍କବାଦୀଙ୍କୁ ଲଜିଷ୍ଟିକାଲ ସହାୟତା ଦେଇଥିବା ସନ୍ଦେହରେ କ୍ରାଇମ୍ବ୍ରାଞ୍ଚ ସବାଉଦ୍ଦିନ୍ ଏବଂ ଫହିମ୍କୁ ଗିରଫ କରିଥିଲା।
ଜଣେ ଅତିରିକ୍ତ ବିଚାରପତିଙ୍କ କୋର୍ଟ ୨୦୦୮ ଜାନୁଆରୀ ୧ରେ ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ ମାମଲାରେ ୮ ଜଣଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ପାକିସ୍ତାନୀ।
ଏହି ଆକ୍ରମଣରେ ୭ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ ଏବଂ ଜଣେ ରିକ୍ସା ଚାଳକ ମଧ୍ୟ ପ୍ରାଣ ହରାଇଥିଲେ। ଜାନୁଆରୀ ୧ର ଭୋର ସମୟରେ ଏହି ଆକ୍ରମଣ ହୋଇଥିଲା। ନୂଆବର୍ଷ ଅବସରରେ ଏକ ବନ୍ଫାୟାର ଚାରିକଡ଼େ ବସିଥିବା ସମୟରେ ଆତଙ୍କବାଦୀ ହମ୍ଲା କରିଥିଲେ। ଏଥିରେ ଏକେ-୪୭ ଏବଂ ଗ୍ରେନେଡ୍ ବ୍ୟବହାର ହୋଇଥିଲା। ମୃତ ରିକ୍ସା ଚାଳକ ଆକ୍ରମଣ ସମୟରେ କ୍ୟାମ୍ପର ଫାଟକ ପାଖରେ ନିଜ ରିକ୍ସା ଉପରେ ବିଶ୍ରାମ ନେଉଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।