ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କୀଙ୍କ ଆକ୍ରମଣ, ୨ ଯବାନ ସହିଦ

ନୌଗାମ: ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆଜି ଜମ୍ମୁ-କଶ୍ମୀରର ନୌଗାମରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ସୂଚନା ଅନୁସାରେ, ଆତଙ୍କବାଦୀମାନେ କାଣ୍ଡିଜଲ ବ୍ରିଜ୍‌ ନିକଟରେ ହିଁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଛନ୍ତି। ଆତଙ୍କୀଙ୍କ ଆକ୍ରମଣରେ ଜଣେ ଏଏସଆଇଙ୍କ ସମେତ ୫ ଜଣ ସିଆରପିଏଫ ଯବାନ […]

ds

Hemant Lenka
  • Published: Monday, 05 October 2020
  • , Updated: 05 October 2020, 05:22 PM IST

ନୌଗାମ: ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆଜି ଜମ୍ମୁ-କଶ୍ମୀରର ନୌଗାମରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

ସୂଚନା ଅନୁସାରେ, ଆତଙ୍କବାଦୀମାନେ କାଣ୍ଡିଜଲ ବ୍ରିଜ୍‌ ନିକଟରେ ହିଁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଛନ୍ତି। ଆତଙ୍କୀଙ୍କ ଆକ୍ରମଣରେ ଜଣେ ଏଏସଆଇଙ୍କ ସମେତ ୫ ଜଣ ସିଆରପିଏଫ ଯବାନ ଆହତ ହୋଇଥିଲେ। ସେମାନଙ୍କୁ ଆର୍ମିର ୯୨ ବେସ୍‌ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି।

ସହିଦ ହୋଇଥିବା ଦୁଇ ଯବାନ ହେଲେ କନଷ୍ଟେବଲ ଶୈଳେନ୍ଦ୍ର ପ୍ରତାପ ସିଂହ ଓ ଦେବେନ୍ଦ୍ର କୁମାର ତ୍ରିପାଠୀ। ଆହତମାନେ ହେଲେ-ଏସଆଇ ଗୋରଖନାଥ, କନଷ୍ଟେବଲ କିରାଗିନ ଓ କନଷ୍ଟେବଲ ଜେମ୍ସ। ସେମାନଙ୍କ ଅବସ୍ଥା ସ୍ଥିର ରହିଛି।

ବରିଷ୍ଠ ଅଧିକାରୀମାନେ ଆକ୍ରମଣର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି।

Related story