କରୋନା ଯୋଗୁ ଜାପାଜ ଜାହାଜରେ ୨ ଜଣଙ୍କ ମୃତ୍ୟୁ

ଟୋକିଓ: କୋରାନା ଭୟରେ ଜାପାନର ୟୋକୋହାମ ବନ୍ଦରରେ ସମସ୍ତଙ୍କ ଠାରୁ ଅଲଗା ହୋଇ ରହିଥିବା ଜାହାଜରେ ଆଜି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଡାଇମଣ୍ଡ ପ୍ରିନ୍ସସେସ ନାମକ ଏହି ଜାହାଜରେ ୧୬୦ ଭାରତୀୟଙ୍କ ସମେତ ୩୭ ଶହରୁ ଅଧିକ ଯାତ୍ରୀ ଓ କ୍ରୁ ସଦସ୍ୟ ରହିଛନ୍ତି। ଏମାନଙ୍କୁ ଦୀର୍ଘ ଦିନ ହେଲା ଏଠାରେ ସମସ୍ତଙ୍କ ଠାରୁ ଅଲଗା କରି ରଖାଯାଇଥିଲା। ସମୟକ୍ରମେ ଏଠାରୁ ଲୋକଙ୍କୁ ପରୀକ୍ଷା ନୀରାକ୍ଷା କରି ଛଡ଼ା ଯାଉଛି। ବର୍ତ୍ତମାନ ସୁଦ୍ଧା ୭ ଭାରତୀୟଙ୍କ […]

d

Hemant Lenka
  • Published: Thursday, 20 February 2020
  • , Updated: 20 February 2020, 04:58 PM IST

ଟୋକିଓ: କୋରାନା ଭୟରେ ଜାପାନର ୟୋକୋହାମ ବନ୍ଦରରେ ସମସ୍ତଙ୍କ ଠାରୁ ଅଲଗା ହୋଇ ରହିଥିବା ଜାହାଜରେ ଆଜି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଡାଇମଣ୍ଡ ପ୍ରିନ୍ସସେସ ନାମକ ଏହି ଜାହାଜରେ ୧୬୦ ଭାରତୀୟଙ୍କ ସମେତ ୩୭ ଶହରୁ ଅଧିକ ଯାତ୍ରୀ ଓ କ୍ରୁ ସଦସ୍ୟ ରହିଛନ୍ତି। ଏମାନଙ୍କୁ ଦୀର୍ଘ ଦିନ ହେଲା ଏଠାରେ ସମସ୍ତଙ୍କ ଠାରୁ ଅଲଗା କରି ରଖାଯାଇଥିଲା।

ସମୟକ୍ରମେ ଏଠାରୁ ଲୋକଙ୍କୁ ପରୀକ୍ଷା ନୀରାକ୍ଷା କରି ଛଡ଼ା ଯାଉଛି। ବର୍ତ୍ତମାନ ସୁଦ୍ଧା ୭ ଭାରତୀୟଙ୍କ ସମେତ ୬ ଶହରୁ ଅଧିକ ଲୋକ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ହେଲେ ଏବେ ଜାହାଜରେ ଥିବା ଜଣେ ୮୭ ବର୍ଷୀୟ ବୃଦ୍ଧ ଓ ୮୪ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

ଏମାନେ କରୋନାରେ ଆକ୍ରାନ୍ତ ଥିବାରୁ ବୃଦ୍ଧଙ୍କୁ ଫେବୃଆରୀ ୧୧ ଓ ବୃଦ୍ଧାଙ୍କୁ ୧୨ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଏବେ ଉଭୟଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଜାହାଜରେ ଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

Related story