କଶ୍ମୀରର ୨ ହିଜବୁଲ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ୨ କଶ୍ମୀରୀ ଆତଙ୍କୀ ନିହତ ହୋଇଛନ୍ତି। ମୃତ ଦୁଇ ଆତଙ୍କୀ କଶ୍ମୀରର ବାସିନ୍ଦା ହୋଇଥିବା ବେଳେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ସହ ସାମିଲ ଥିଲେ ବୋଲି ଅନନ୍ତଗଡ଼ ଜିଲ୍ଲା ପୁଲିସ୍ ସ୍ପଷ୍ଟ କରିଛି। ଦୁଇ କଶ୍ମୀରୀ ଆତଙ୍କବାଦୀ ବିଜବେହର ସହରରେ ଥିବା ନେଇ ସୂଚନା ପାଇବା ପରେ ଗତକାଲି ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳକୁ ଘେରି ଯାଇ ସର୍ଚ୍ଚ ଅପରେସନ କରିଥିଲେ। ଆଜି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବା ପରେ […]

terrorist

Subhransu Sekhar
  • Published: Thursday, 25 April 2019
  • , Updated: 25 April 2019, 12:10 PM IST

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ୨ କଶ୍ମୀରୀ ଆତଙ୍କୀ ନିହତ ହୋଇଛନ୍ତି। ମୃତ ଦୁଇ ଆତଙ୍କୀ କଶ୍ମୀରର ବାସିନ୍ଦା ହୋଇଥିବା ବେଳେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ସହ ସାମିଲ ଥିଲେ ବୋଲି ଅନନ୍ତଗଡ଼ ଜିଲ୍ଲା ପୁଲିସ୍ ସ୍ପଷ୍ଟ କରିଛି। ଦୁଇ କଶ୍ମୀରୀ ଆତଙ୍କବାଦୀ ବିଜବେହର ସହରରେ ଥିବା ନେଇ ସୂଚନା ପାଇବା ପରେ ଗତକାଲି ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳକୁ ଘେରି ଯାଇ ସର୍ଚ୍ଚ ଅପରେସନ କରିଥିଲେ।

ଆଜି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବା ପରେ ତାଙ୍କର ଉପସ୍ଥିତି ବାବଦରେ ସ୍ପଷ୍ଟ ସୂଚନା ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଥିଲେ। ମୃତକଙ୍କ ପାଖରୁ ଗୋଟିଏ ଏକ ରାଇଫଲ ବନ୍ଧୁକ ଏବଂ ଏସଏଲଆର ଜବତ ହୋଇଛି।

ଜମ୍ମୁ କଶ୍ମୀର ଡିଜିପି ଦିଲବାଘ ସିଂହ ସୂଚନା ଦେଇ କହିଛନ୍ତି ମୃତ ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ୨୦୧୭ ମସିହାରୁ ହିଜବୁଲ ମୁଜାହିଦ୍ଦିନ ସହ ଲିଙ୍କରେ ଥିବା ବେଳେ ଅନ୍ୟ ଜଣେ ୨୦୧୮ ମସିହା ଜୁନ ମାସରୁ ଲିଙ୍କରେ ଥିଲା। ଏହି ଏନକାଉଣ୍ଟରରେ କୌଣସି କ୍ଷୟକ୍ଷତି ହୋଇନଥିବା ସ୍ପଷ୍ଟ କରିଛନ୍ତି ଡିଜିପି।

ମୃତ ୨ ଆତଙ୍କବାଦୀ ହେଲେ ଏନକାଉଣ୍ଟର ହୋଇଥିବା ସ୍ଥାନ ବିଜବେହରର ୨୫ ବର୍ଷୀୟ ସଫଦେର ଅମୀନ ଭଟ୍ଟ ଏବଂ ଅନ୍ୟ ଜଣେ କୁଲଗମର ବାସିନ୍ଦା ବୁରହାନ ଅହମ୍ମଦ ଗନାଇ ବୋଲି ଜଣାପଡ଼ିଛି। ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଅନନ୍ତଗଡ଼ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟା ସେବା ବନ୍ଦ ରଖାଯାଇଛି।

Related story