୨ ଭାରତୀୟଙ୍କୁ ମିଳିବ ରମନ ମାଗସେସ ପୁରସ୍କାର

ମାନିଲା: ଏସିଆର ନୋବେଲ୍‌ ପୁରସ୍କାର ଭାବେ ପରିଚିତ ପ୍ରସିଦ୍ଧ ‘ରମନ ମାଗସେସେ ଆୱାର୍ଡ’ ପାଇଁ ଚଳିତ ବର୍ଷ ଦୁଇଜଣ ଭାରତୀୟ ମନୋନୀତ ହୋଇଛନ୍ତି। ଏମାନେ ହେଲେ ଭରତ ଭଟୱାନୀ ଓ ସୋନମ୍ ୱାଙ୍ଗଚୁକ୍। ଦୁହେଁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଭରତ ଭଟୱାନୀ ରାସ୍ତାକଡ଼ରେ ବୁଲୁଥିବା ହଜାର ହଜାର ସଂଖ୍ୟାର ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ଖୁବ୍ ଚର୍ଚ୍ଚିତ। […]

magasaysay (1),,,

Rakesh Mallick
  • Published: Thursday, 26 July 2018
  • , Updated: 26 July 2018, 06:18 PM IST

ମାନିଲା: ଏସିଆର ନୋବେଲ୍‌ ପୁରସ୍କାର ଭାବେ ପରିଚିତ ପ୍ରସିଦ୍ଧ ‘ରମନ ମାଗସେସେ ଆୱାର୍ଡ’ ପାଇଁ ଚଳିତ ବର୍ଷ ଦୁଇଜଣ ଭାରତୀୟ ମନୋନୀତ ହୋଇଛନ୍ତି। ଏମାନେ ହେଲେ ଭରତ ଭଟୱାନୀ ଓ ସୋନମ୍ ୱାଙ୍ଗଚୁକ୍। ଦୁହେଁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଭରତ ଭଟୱାନୀ ରାସ୍ତାକଡ଼ରେ ବୁଲୁଥିବା ହଜାର ହଜାର ସଂଖ୍ୟାର ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ଖୁବ୍ ଚର୍ଚ୍ଚିତ। ଏ ଦିଗରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି। ସେହିପରି ଅନ୍ୟଜଣେ ଭାରତୀୟ ହେଉଛନ୍ତି, ସୋନମ ୱାଙ୍ଗଚୁକ। ସେ ପରିବେଶ, ସଂସ୍କୃତି ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିବାରୁ ମାଗାସେସେ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଶ୍ରୀ ଭଟୱାନୀ ଜଣେ ଡାକ୍ତର। ସେ ଓ ତାଙ୍କ ପତ୍ନୀ ନିଜ କ୍ଲିନିକ୍‌ରେ ପ୍ରଥମେ ପ୍ରଥମେ ରାସ୍ତାରେ ବୁଲୁଥିବା ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେଉଥିଲେ। ଏହାପରେ ସେମାନେ ୧୯୮୮ରେ ‘ଶ୍ରଦ୍ଧା ରିହାବିଲିଟେସନ୍‌ ଫାଉଣ୍ଡେସନ୍‌’ ପ୍ରତିଷ୍ଠା କରିଥିଲେ। ଏହି ଦମ୍ପତ୍ତି ରାସ୍ତାରେ ବୁଲୁଥିବା ଲୋକଙ୍କୁ ରହିବା ପାଇଁ ଘର, ଖାଦ୍ୟ ଓ ବସ୍ତ୍ର ଯୋଗାଇ ଦିଅନ୍ତି।

ସେହିପରି ୧୯୮୮ରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ସୋନମ୍‌ ୱାଙ୍ଗଚୁକ ‘ଷ୍ଟୁଡେଣ୍ଟ ଏଡୁକେସନ୍‌ ଆଣ୍ଡ କଲ୍‌ଚର୍‌ ମୁଭ୍‌ମେଣ୍ଟ ଅଫ୍‌ ଲଦାଖ୍‌ ଫାଉଣ୍ଡେସନ୍‌’ ପ୍ରତିଷ୍ଠା କରିଥିଲେ। ଏଠାରେ ସେ ଲଦାଖୀ ଛାତ୍ରମାନଙ୍କୁ କୋଚିଂ ଦେଇଥିଲେ। ଏମାନଙ୍କ ମଧ୍ୟରୁ ୯୫% ଛାତ୍ର ପୂର୍ବରୁ ପରୀକ୍ଷାରେ ଫେଲ୍ ହେଉଥିଲେ।

ଚଳିତ ବର୍ଷ ରମନ ମ୍ୟାଗ୍‌ସେସେ ଆୱାର୍ଡ ପାଇବାକୁ ମନୋନୀତ ହୋଇଥିବା ଅନ୍ୟ ବ୍ୟକ୍ତିମାନେ ହେଲେ- ଫିଲିପାଇନ୍‌ସର ପୂର୍ବତନ ରାଷ୍ଟ୍ରଦୂତ ହୋୱାର୍ଡ ଡେ, କାମ୍ବୋଡିଆ ନରସଂହାରରୁ ବର୍ତ୍ତି ଯାଇ ଲୋକଙ୍କ ସେବା କରୁଥିବା ୟୁକ୍‌ ଚାଙ୍ଗ୍, ପୂର୍ବ-ତିମୋରର୍‌ ମାରିଆ ଡେ ଲୌର୍‌ଡେସ୍‌ ଏବଂ ଭିଏତନାମ୍‌ର ଭୋ ଥି ହୁଆଙ୍ଗ ୟେନ୍‌। ଏମାନଙ୍କୁ ଅଗଷ୍ଟ ୩୧ରେ ମାନିଲାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ।

Related story