ଭାରତରେ କରୋନା ରୋଗୀ, ୨ ଜଣ ଚିହ୍ନଟ ହେଲେ

କୋଲକାତା: ଚାଇନା ଭଳି ଭାରତରେ ମଧ୍ୟ କରୋନା ଭାଇରସର ଭୟ ସୃଷ୍ଟି ହୋଇଛି। ପୂର୍ବରୁ କେରଳରେ କରୋନା ଭାଇରସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ କୋଲାକାତାରୁ ସମାନ ଖବର ଆସିଛି। ବ୍ୟାଙ୍କକରୁ କୋଲକାତାର ଏନଏସସିବିଆଇ ଏୟାରପୋର୍ଟରେ ଓହ୍ଲାଇଥିବା ୨ ଜଣଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି। ଆଜି ବିମାନବନ୍ଦର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ଏହାର ଅର୍ଥ ଏଯାଏ କୋଲକାତାରେ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି […]

qw

Hemant Lenka
  • Published: Thursday, 13 February 2020
  • , Updated: 13 February 2020, 04:04 PM IST

କୋଲକାତା: ଚାଇନା ଭଳି ଭାରତରେ ମଧ୍ୟ କରୋନା ଭାଇରସର ଭୟ ସୃଷ୍ଟି ହୋଇଛି। ପୂର୍ବରୁ କେରଳରେ କରୋନା ଭାଇରସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ କୋଲାକାତାରୁ ସମାନ ଖବର ଆସିଛି। ବ୍ୟାଙ୍କକରୁ କୋଲକାତାର ଏନଏସସିବିଆଇ ଏୟାରପୋର୍ଟରେ ଓହ୍ଲାଇଥିବା ୨ ଜଣଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି।

ଆଜି ବିମାନବନ୍ଦର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ଏହାର ଅର୍ଥ ଏଯାଏ କୋଲକାତାରେ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି।

ଏନଏସସିବିଆଇ ଏୟାରପୋର୍ଟରେ ନିର୍ଦ୍ଦେଶକ କୌଶିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘ମଙ୍ଗଳବାର ହିମାଦ୍ରୀ ବରମନ ଓ ବୁଧବାର ନଗେନ୍ଦ୍ର ସିଂହ ନାମକ ଦୁଇ ଯାତ୍ରୀ କରୋନାରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିଛି। ଏମାନଙ୍କୁ ବେଲଘାଟ ଆଇଡି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁଇ ଯାତ୍ରୀ ବ୍ୟାଙ୍କକରୁ ଏଠାକୁ ଆସିଥିଲେ। ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରିବା ପରେ ସେମାନେ ଭୟଙ୍କର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଏହାପୂର୍ବରୁ ଥର୍ମାଲ ସ୍କ୍ରିନିଂ ବେଳେ ଅନୀତା ନାମକ ଜଣେ ଯାତ୍ରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ସ୍ଥିତିକୁ ଦୃଷ୍ଟିରେ ରଖି ଚାଇନା ଓ କୋଲକାତା ମଧ୍ୟରେ ସିଧାସଳଖ ସେବା ଯୋଗାଉଥିବା ଦୁଇଟି ଯାକ ଏୟାରଲାଇନ୍ସ ସେମାନଙ୍କ ବିମାନ ଉଡ଼ାଣ ରଦ୍ଦ କରିଛନ୍ତି। ଇଣ୍ଡିଗୋ ଫେବୃଆରୀ ୬ରୁ ଅସ୍ଥାୟୀ ଭାବେ ଚାଇନାକୁ ଉଡ଼ାଣ ବନ୍ଦ ରଖିଛି।

ଇଣ୍ଡିଗୋ ପରେ ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ମଧ୍ୟ ତା’ର ଉଡ଼ାଣ ବନ୍ଦ କରିଥିଲା। ଫେବୃଆରୀ ୧୦ରୁ ଫେବୃଆରୀ ୨୯ ଯାଏ ଉଡ଼ାଣ ସେବାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଜାନୁଆରୀ ୧୭ରୁ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଏୟାରପୋର୍ଟରେ ସ୍କ୍ରିନିଂ କରାଯାଉଛି।”

Related story