କଶ୍ମୀରରେ ଟଳିଲେ ଆଉ ଦୁଇ ଆତଙ୍କୀ

ଅନନ୍ତନାଗର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଦୁଇ ଆତଙ୍କବାଦୀଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ମଧ୍ୟ ଜବତ ହୋଇଛି। ତେବେ ଏମାନଙ୍କ ପରିଚୟ ମିଳିପାରିନାହିଁ। ଅନନ୍ତନାଗର କୋକେରଙ୍ଗା ଅଞ୍ଚଳରେ ଥିବା କାଞ୍ଚୱନ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା। ସୁରକ୍ଷାକର୍ମୀମାନେ ସଂପୃକ୍ତ ଅଞ୍ଚଳକୁ ଘେରାଉ କରି ପ୍ରଥମେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ କହିଥିଲେ। ତେବେ ଏହାର ଜବାବ ଆତଙ୍କବାଦୀମାନେ […]

saaa

Hemant Lenka
  • Published: Tuesday, 28 May 2019
  • , Updated: 28 May 2019, 05:13 PM IST

ଅନନ୍ତନାଗର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଦୁଇ ଆତଙ୍କବାଦୀଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ମଧ୍ୟ ଜବତ ହୋଇଛି। ତେବେ ଏମାନଙ୍କ ପରିଚୟ ମିଳିପାରିନାହିଁ। ଅନନ୍ତନାଗର କୋକେରଙ୍ଗା ଅଞ୍ଚଳରେ ଥିବା କାଞ୍ଚୱନ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା।

ସୁରକ୍ଷାକର୍ମୀମାନେ ସଂପୃକ୍ତ ଅଞ୍ଚଳକୁ ଘେରାଉ କରି ପ୍ରଥମେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ କହିଥିଲେ। ତେବେ ଏହାର ଜବାବ ଆତଙ୍କବାଦୀମାନେ ଗୁଳିରେ ଦେଇଥିଲେ। ଫଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ସେନା ପକ୍ଷରୁ କୁହାଯାଇଛି।

Related story