ସିଏଏ ବିରୋଧୀ ଆନ୍ଦୋଳନ ପଛରେ ଆଇଏସଆଇଏସ ଲିଙ୍କ୍! ଦୁଇ ଆତଙ୍କବାଦୀ ଗିରଫ୍

ନୂଆଦିଲ୍ଲୀ: ଦିଲ୍ଲୀରେ ହେଉଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ପଛରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଲିଙ୍କ୍ ରହିଛି। ଆଜି ଦୁଇ ସନ୍ଦିଗ୍ଧ ଆତଙ୍କବାଦୀକୁ ଦିଲ୍ଲୀ ପୁଲିସ ଗିରଫ କରିବା ପରେ ଏଭଳି ଆକଳନ ହୋଇଛି। କାରଣ ଏହି ଦୁଇ ଆତଙ୍କବାଦୀ ସୋଶାଲ ମିଡିଆ ଜରିଆରେ ସିଏଏ, ଏନଆରସି ବିରୋଧୀ ଲୋକଙ୍କୁ ଏକଜୁଟ କରୁଥିଲେ। ଆଉ ଏହି ଦୁଇ ଆତଙ୍କବାଦୀ ଆଇଏସଆଇଏସର ନିର୍ଦ୍ଦେଶରେ କାମ କରୁଥିଲେ ବୋଲି ଜଣାପଡ଼ିଛି। ଆଜି ଦିଲ୍ଲୀ ପୁଲିସ ଏମାନଙ୍କୁ ଗିରଫ […]

TWO TERRORIST

Subhransu Sekhar
  • Published: Sunday, 08 March 2020
  • , Updated: 08 March 2020, 04:56 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ହେଉଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ପଛରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଲିଙ୍କ୍ ରହିଛି। ଆଜି ଦୁଇ ସନ୍ଦିଗ୍ଧ ଆତଙ୍କବାଦୀକୁ ଦିଲ୍ଲୀ ପୁଲିସ ଗିରଫ କରିବା ପରେ ଏଭଳି ଆକଳନ ହୋଇଛି। କାରଣ ଏହି ଦୁଇ ଆତଙ୍କବାଦୀ ସୋଶାଲ ମିଡିଆ ଜରିଆରେ ସିଏଏ, ଏନଆରସି ବିରୋଧୀ ଲୋକଙ୍କୁ ଏକଜୁଟ କରୁଥିଲେ। ଆଉ ଏହି ଦୁଇ ଆତଙ୍କବାଦୀ ଆଇଏସଆଇଏସର ନିର୍ଦ୍ଦେଶରେ କାମ କରୁଥିଲେ ବୋଲି ଜଣାପଡ଼ିଛି।

ଆଜି ଦିଲ୍ଲୀ ପୁଲିସ ଏମାନଙ୍କୁ ଗିରଫ କରିଛି। ଏହି ଦୁଇ ଆତଙ୍କବାଦୀ ସ୍ୱାମୀ-ସ୍ତ୍ରୀ। ଜଣଙ୍କ ନାମ ଜହାନଜେବ ଅନ୍ୟଜଣଙ୍କ ନାମ ହିନ୍ଦା ବଶୀର ବେଗ୍। ଉଭୟଙ୍କ ପାଖରୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଏହି ଦୁଇ ଜଣ ଆତ୍ମଘାତୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିଲେ। ଦିଲ୍ଲୀର ଓଖଲା ଅଞ୍ଚଳରୁ ପୁଲିସ ଗିରଫ କରିଛି। ଦୁହେଁ ଜାମିଆ ନଗରର ଚହଲା ବିହାରରେ ରହୁଥିଲେ ବୋଲି ଦିଲ୍ଲୀ ପୁଲିସ କହିଛି।

ଉଭୟ ସ୍ୱାମୀ-ସ୍ତ୍ରୀ ଇଣ୍ଡିଆନ ମୁସଲିମ ୟୁନିଟ ନାମକ ଏକ ସୋଶାଲ ମିଡିଆ ପ୍ଲାଟଫର୍ମ ଚଳାଉଥିଲେ। ଏହି ପ୍ଲାଟଫର୍ମ ଜରିଆରେ ନାଗରିକତା ସଂଶୋଧନ ଆଇନ (ସିଏଏ), ଏନଆରସି ବିରୋଧରେ ଶକ୍ତି ପ୍ରଦର୍ଶନ ପାଇଁ ଲୋକ ଯୋଗାଡ଼ କରୁଥିଲେ। ଉଭୟ ପତି-ପତ୍ନୀ ଆଇଏସଆଇଏସ ସହ ଜଡିତ। ଗତ ବର୍ଷ ଅଗଷ୍ଟରୁ ଦିଲ୍ଲୀରେ ଏମାନେ ରହୁଥିଲେ ବୋଲି ପୁଲିସ କହିଛି। ଗୁଜୁରାଣ ମେଣ୍ଟାଇବାକୁ ଯାଇ ଜହାନବେବ ଦିଲ୍ଲୀର ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲା।

ଆଇଏସକେପି ଇସଲାମିକ୍ ଷ୍ଟେଟର ଏକ ସହଯୋଗୀ ସଂସ୍ଥା। ସିଏଏ ବିରୋଧୀ ଆନ୍ଦୋଳନରେ ଏମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ପୁଲିସ୍ କହିଛି।

Related story