ଖାତା ଦେଖା ଓ ପରୀକ୍ଷା ସ୍ଥଗିତ ରଖିବାକୁ ୟୁଜିସିର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟ କମିଶନ(ୟୁଜିସି) ଆଜି ନୂଆ ନିର୍ଦ୍ଦେଶନାମା ଜାରି କରିଛି। ୟୁଜିସି ଅଧୀନରେ ଥିବା ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକୁ ମାର୍ଚ୍ଚ ଶେଷ ଯାଏ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ସେହିପରି ଏହି ସମୟ ସୀମା ମଧ୍ୟରେ କୌଣସି ପ୍ରକାରର ଖାତା ଦେଖା କାର୍ଯ୍ୟ ମଧ୍ୟ ଚାଲିପାରିବ ନାହିଁ। ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। ପରବର୍ତ୍ତୀ ସମୟରେ ଦେଶରେ କରୋନା […]

y

Hemant Lenka
  • Published: Thursday, 19 March 2020
  • , Updated: 19 March 2020, 01:30 PM IST

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟ କମିଶନ(ୟୁଜିସି) ଆଜି ନୂଆ ନିର୍ଦ୍ଦେଶନାମା ଜାରି କରିଛି। ୟୁଜିସି ଅଧୀନରେ ଥିବା ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକୁ ମାର୍ଚ୍ଚ ଶେଷ ଯାଏ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।

ସେହିପରି ଏହି ସମୟ ସୀମା ମଧ୍ୟରେ କୌଣସି ପ୍ରକାରର ଖାତା ଦେଖା କାର୍ଯ୍ୟ ମଧ୍ୟ ଚାଲିପାରିବ ନାହିଁ। ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। ପରବର୍ତ୍ତୀ ସମୟରେ ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନୂଆ ପରୀକ୍ଷା ତାରିଖ ଓ ଖାତା ଦେଖା ଉପରେ ନିଷ୍ପତ୍ତି ନିଆଯିବ ବୋଲି କମିଶନ ପକ୍ଷରୁ କୁହାଯାଇଛି।

Related story