ଡ୍ରୋନ୍‌ ଆକ୍ରମଣରେ ପେଶାୱାର ସ୍କୁଲ ଗୁଳିକାଣ୍ଡର ମାଷ୍ଟର ମାଇଣ୍ଡ ମୃତ   

ପେଶାୱାର:୨୦୧୪ ଡିସେମ୍ବରରେ ପାକିସ୍ତାନର ପେଶାୱର ସ୍ଥିତ ସେନା ସ୍କୁଲ ଗୁଳିକାଣ୍ଡର ମାଷ୍ଟରମାଇଣ୍ଡ ଉମର ମନ୍‌ସୂରର ଆଜି ମୃତ୍ୟୁ ଘଟିଛି। ୧୪୪ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଆଖିବୁଜା ଗୁଳି କରି ମାରିଥବା ଆତଙ୍କବାଦୀଙ୍କ ଏହି ନେତାକୁ ଆଜି ଆଫଗାନିସ୍ତାନରେ ୟୁଏସ୍‌ ଓ ଆଫ୍‌ଗାନ ସେନାର ମିଳିତ ଡ୍ରୋନ୍‌ ଆକ୍ରମଣରେ ମୃତ୍ୟୁ ବରଣ କରିଛି। ଏହି ଆକ୍ରମଣରେ ଉମର ମନ୍‌ସୂର ଓରଫ୍‌ ଉମର ନରେ ଓରଫ ଖଲିଫା ମନସୂର ଓ ତାର ଜଣେ ସହଯୋଗୀ ୱାରି ସାଇଫୁଲ୍ଲାକୁ ଡ୍ରୋନ୍‌ […]

Peshawar school massacre

Rakesh Mallick
  • Published: Tuesday, 12 July 2016
  • , Updated: 04 May 2017, 03:44 PM IST

ପେଶାୱାର:୨୦୧୪ ଡିସେମ୍ବରରେ ପାକିସ୍ତାନର ପେଶାୱର ସ୍ଥିତ ସେନା ସ୍କୁଲ ଗୁଳିକାଣ୍ଡର ମାଷ୍ଟରମାଇଣ୍ଡ ଉମର ମନ୍‌ସୂରର ଆଜି ମୃତ୍ୟୁ ଘଟିଛି। ୧୪୪ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଆଖିବୁଜା ଗୁଳି କରି ମାରିଥବା ଆତଙ୍କବାଦୀଙ୍କ ଏହି ନେତାକୁ ଆଜି ଆଫଗାନିସ୍ତାନରେ ୟୁଏସ୍‌ ଓ ଆଫ୍‌ଗାନ ସେନାର ମିଳିତ ଡ୍ରୋନ୍‌ ଆକ୍ରମଣରେ ମୃତ୍ୟୁ ବରଣ କରିଛି।

ଏହି ଆକ୍ରମଣରେ ଉମର ମନ୍‌ସୂର ଓରଫ୍‌ ଉମର ନରେ ଓରଫ ଖଲିଫା ମନସୂର ଓ ତାର ଜଣେ ସହଯୋଗୀ ୱାରି ସାଇଫୁଲ୍ଲାକୁ ଡ୍ରୋନ୍‌ ଆକ୍ରମଣ କରାଯାଇଥିବା ଦୁଇ ଜଣ ବରିଷ୍ଠ ସେନା ଅଧିକାରୀ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ପାକିସ୍ତାନରେ ନିଷିଦ୍ଧ ଘୋଷଣା ହୋଇଥିବା ତେହରିକ୍‌-ଇ-ତାଲିବାନ୍‌ ସଙ୍ଗଠନ ପକ୍ଷରୁ ମନସୂରର ମୃତ୍ୟୁ ନେଇ କିଛି ସ୍ପଷ୍ଟ କରାଯାଇନାହିଁ।

Related story