କଙ୍ଗନାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ମୁମ୍ୱାଇ: ମହାରାଷ୍ଟ୍ରରେ ଶାସକ ଦଳ ଶିବସେନା ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ରାଜନୀତିକ ଦଳର ନେତାଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ସମୟରେ ଗୁରୁବାର କେନ୍ଦ୍ର ମନ୍ତ୍ରୀ ତଥା ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଆରଆଇପି) ରାମଦାସ ଅଠାଓ୍ୱାଲେ କଙ୍ଗନାଙ୍କୁ ଭେଟିଛନ୍ତି। ଅଠାଓ୍ୱାଲେ କଙ୍ଗନାଙ୍କୁ ସୁରକ୍ଷା ପ୍ରତିଶୃତି ଦେଇ କହିଛନ୍ତି ଯେ ଯଦି ସେ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି ତେବେ ବିଜେପି ଏବଂ ଆରଆଇପି […]

kangana

Subhransu Sekhar
  • Published: Friday, 11 September 2020
  • , Updated: 11 September 2020, 12:35 AM IST

ମୁମ୍ୱାଇ: ମହାରାଷ୍ଟ୍ରରେ ଶାସକ ଦଳ ଶିବସେନା ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ରାଜନୀତିକ ଦଳର ନେତାଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ସମୟରେ ଗୁରୁବାର କେନ୍ଦ୍ର ମନ୍ତ୍ରୀ ତଥା ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଆରଆଇପି) ରାମଦାସ ଅଠାଓ୍ୱାଲେ କଙ୍ଗନାଙ୍କୁ ଭେଟିଛନ୍ତି। ଅଠାଓ୍ୱାଲେ କଙ୍ଗନାଙ୍କୁ ସୁରକ୍ଷା ପ୍ରତିଶୃତି ଦେଇ କହିଛନ୍ତି ଯେ ଯଦି ସେ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି ତେବେ ବିଜେପି ଏବଂ ଆରଆଇପି ତାଙ୍କୁ ସ୍ୱାଗତ କରିବେ।

ଗୁରୁବାର ଅଠାଓ୍ୱାଲେ ମୁମ୍ବାଇର କଙ୍ଗନାଙ୍କ ବାସଭବନରେ ଭେଟିଥିଲେ। ଅଠାୱାଲେ କହିଛନ୍ତି ଯେ କଙ୍ଗନା ରାଜନୀତିରେ ପ୍ରବେଶ ନେଇ ଆଗ୍ରହୀ ନୁହଁନ୍ତି। କିନ୍ତୁ ସମାଜରେ ଏକତା ସୃଷ୍ଟି କରିବାକୁ ଆଗ୍ରହୀ ବୋଲି ସେ କହିଛନ୍ତି।

https://twitter.com/ANI/status/1304057380301402121

ଅଠାଓ୍ୱାଲେ କହିଛନ୍ତି, କଙ୍ଗନାଙ୍କ ସହିତ ପ୍ରାୟ ଘଣ୍ଟାଏ ଧରି ବିଭିନ୍ନ ପ୍ରସଙ୍ଗରେ କଥା ହୋଇଥିଲେ। ମୁଁ ତାଙ୍କୁ କହିଲି ଯେ ମୁମ୍ବାଇରେ ତାଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ। ମୁମ୍ବାଇ ହେଉଛି ଦେଶର ଆର୍ଥିକ ରାଜଧାନୀ ଏବଂ ଏଠାରେ ରହିବାର ସମସ୍ତଙ୍କର ଅଧିକାର ଅଛି। ମୋ ପାର୍ଟି ତାଙ୍କ ସହ ଅଛି ବୋଲି ଅଠାଓ୍ୱାଲେ କହିଛନ୍ତି।

https://twitter.com/RamdasAthawale/status/1304071513906188289

ସୂଚନାଯୋଗ୍ୟ, ସେପ୍ଟେମ୍ୱର 9ରେ ଚଣ୍ଡିଗଡରୁ ଆସି ମୁମ୍ୱାଇରେ ପହଞ୍ଚିଥିଲେ। ଏହି ସମୟରେ ଶିବସେନା ତାଙ୍କୁ ବିରୋଧ କରିଥିଲା। ହେଲେ କରଣୀ ସେନା ଏବଂ ଆରଆଇପି (ରାମଦାସ ଅଠାଓ୍ୱାଲାଙ୍କ ଦଳ) ବିମାନ ବନ୍ଦରରେ ଜୋରଦାର ସ୍ୱାଗତ କରିଥିଲା।

Related story