‘ବାଂଲାଦେଶୀ ଆତଙ୍କୀ ସଂଗଠନ ପାଇଁ ଆତଙ୍କୀ ଯୋଗାଡ଼ କରୁଛନ୍ତି ପଶ୍ଚିମବଙ୍ଗ ମଦ୍ରାସା’

କୋଲକାତା: ବାଂଲାଦେଶୀ ଆତଙ୍କୀ ସଂଗଠନ ଜମାତ୍‌-ଉଲ୍‌ ମୁଜାହିଦ୍ଦୀନ ଭାରତରେ ଆତଙ୍କବାଦର ଚେର ମେଲାଇବା ପାଇଁ ପଶ୍ଚିମବଙ୍ଗର ମଦ୍ରାସାଗୁଡ଼ିକୁ ମାଧ୍ୟମ ସାଜିଛି। ଏଭଳି ସାଂଘାତିକ ତଥ୍ୟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଆତଙ୍କବାଦୀଙ୍କ ତାଲିମ ପାଇଁ ନୂତନ ସଦସ୍ୟ ଯୋଗାଡ଼ କରିବା ଏବଂ ଭାରତରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାରେ ଏହି ମଦ୍ରାସାଗୁଡ଼ିକର ଭୂମିକା ବାବଦରେ ରିପୋର୍ଟ ମିଳିଛି। ବିଜେପି ସାଂସଦ ଖଗେନ୍‌ ମୁର୍ମୂ ଏବଂ ସୁକାନ୍ତ ମଜୁମ୍‌ଦାରଙ୍କ ପ୍ରଶ୍ନରେ ଶ୍ରୀ ଶାହ […]

shah

Subrat Kumar Nayak
  • Published: Tuesday, 02 July 2019
  • , Updated: 02 July 2019, 06:28 PM IST

କୋଲକାତା: ବାଂଲାଦେଶୀ ଆତଙ୍କୀ ସଂଗଠନ ଜମାତ୍‌-ଉଲ୍‌ ମୁଜାହିଦ୍ଦୀନ ଭାରତରେ ଆତଙ୍କବାଦର ଚେର ମେଲାଇବା ପାଇଁ ପଶ୍ଚିମବଙ୍ଗର ମଦ୍ରାସାଗୁଡ଼ିକୁ ମାଧ୍ୟମ ସାଜିଛି। ଏଭଳି ସାଂଘାତିକ ତଥ୍ୟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଆତଙ୍କବାଦୀଙ୍କ ତାଲିମ ପାଇଁ ନୂତନ ସଦସ୍ୟ ଯୋଗାଡ଼ କରିବା ଏବଂ ଭାରତରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାରେ ଏହି ମଦ୍ରାସାଗୁଡ଼ିକର ଭୂମିକା ବାବଦରେ ରିପୋର୍ଟ ମିଳିଛି।

ବିଜେପି ସାଂସଦ ଖଗେନ୍‌ ମୁର୍ମୂ ଏବଂ ସୁକାନ୍ତ ମଜୁମ୍‌ଦାରଙ୍କ ପ୍ରଶ୍ନରେ ଶ୍ରୀ ଶାହ କହିଛନ୍ତି, ବର୍ଦ୍ଧମାନ ଏବଂ ମୁର୍ଶିଦାବାଦ ଆଦି ଜିଲ୍ଲାରେ ଥିବା ମଦ୍ରାସାଗୁଡ଼ିକ ଏଥିରେ ସକ୍ରିୟ ଅଛନ୍ତି। ସେ କହିଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ସବୁ ସୂଚନା ରାଜ୍ୟ ସରକାରଙ୍କୁ ମଧ୍ୟ ଦିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସରକାର ଜମାତ୍‌-ଉଲ୍-ମୁଜାହିଦ୍ଦିନ୍ ବା ଜମାତ୍‌-ଉଲ୍‌-ମୁଜାହିଦ୍ଦିନ୍‌ ହିନ୍ଦୁସ୍ତାନ ବାବଦରେ ସରକାର ୨୩.୫.୨୦୧୯ରେ ବିଜ୍ଞପ୍ତି ଜାରି କରାଯାଇଥିଲା। ବେଆଇନ କାର୍ଯ୍ୟକଳାପ ଆଇନ ୧୯୬୭ ଆଇନ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଥିଲା। ଅନ୍ୟପକ୍ଷରେ ୨୦୧୮ ଜାନୁଆରୀ ବୋଧଗୟା ବିସ୍ଫୋରଣ ସହିତ ଜଡ଼ିତ କୁହାଯାଉଥିବା ଜମାତ୍‌-ଉଲ- ମୁଜାହିଦ୍ଦିନ୍‌ର ଜଣେ ଆତଙ୍କୀକୁ ଗିରଫ କରିଛି। ସେ ବର୍ଦ୍ଧମାନ ଜିଲ୍ଲାରୁ ହି ଗିରଫ ହେବା ଶାହଙ୍କ ଯୁକ୍ତିକୁ ଇନ୍ଧନ ଯୋଗାଇଛି।

Related story