କେଜ୍ରିଓ୍ୱାଲ 'ଆତଙ୍କବାଦୀ' ବୋଲି ଅନେକ ପ୍ରମାଣ ରହିଛି କହିଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଘମାଘୋଟ ପ୍ରଚାର ଚାଲିଛି। ନିର୍ବାଚନୀ ପ୍ରସଙ୍ଗ ସହିତ ନେତାମାନେ ପରସ୍ପର ବିରୋଧରେ ଦେଶପ୍ରେମ ଏବଂ ଆତଙ୍କବାଦୀ ବୋଲି ଆଖ୍ୟା ଦେବାକୁ ଭୁଲୁ ନାହାନ୍ତି। ଏହି ଧାରାରେ ଆଗରେ ରହିଛି ବିଜେପି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆତଙ୍କବାଦୀ ବୋଲି କହିଛନ୍ତି। ଏମିତିକି ସେ ଆତଙ୍କବାଦୀ ବୋଲି ଅନେକ ପ୍ରମାଣ ରହିଛି ବୋଲି ପ୍ରକାଶ ଜାଭଡେକର କହିଛନ୍ତି। ଆଜି […]

PRAKSAH JAVDEKAR

Subhransu Sekhar
  • Published: Monday, 03 February 2020
  • , Updated: 03 February 2020, 05:31 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଘମାଘୋଟ ପ୍ରଚାର ଚାଲିଛି। ନିର୍ବାଚନୀ ପ୍ରସଙ୍ଗ ସହିତ ନେତାମାନେ ପରସ୍ପର ବିରୋଧରେ ଦେଶପ୍ରେମ ଏବଂ ଆତଙ୍କବାଦୀ ବୋଲି ଆଖ୍ୟା ଦେବାକୁ ଭୁଲୁ ନାହାନ୍ତି। ଏହି ଧାରାରେ ଆଗରେ ରହିଛି ବିଜେପି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆତଙ୍କବାଦୀ ବୋଲି କହିଛନ୍ତି। ଏମିତିକି ସେ ଆତଙ୍କବାଦୀ ବୋଲି ଅନେକ ପ୍ରମାଣ ରହିଛି ବୋଲି ପ୍ରକାଶ ଜାଭଡେକର କହିଛନ୍ତି।

ଆଜି ପ୍ରେସ କନଫରେନସ କରି କେନ୍ଦ୍ରମନ୍ତ୍ରୀ କହିଥିଲେ, ‘ଦିଲ୍ଲୀର ଭୋଟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଉପରେ ଆସ୍ଥା ହରାଇସାରିଲେଣି। କେଜ୍ରିଓ୍ୱାଲ ଜଣେ ସରଳ ମୁହଁ ରଖି ପଚାରୁଛନ୍ତି ମୁଁ କ’ଣ ଆତଙ୍କବାଦୀ? ଆପଣ ଜଣେ ଆତଙ୍କବାଦୀ, ଏ ନେଇ ଅନେକ ପ୍ରମାଣ ରହିଛି। ଆପଣ ନିଜକୁ ଜଣେ ଅରାଜକତା ବୋଲି କହିସାରିଛନ୍ତି। ଆଉ ଜଣେ ଅରାଜକତା ଏବଂ ଆତଙ୍କବାଦୀ ମଧ୍ୟରେ ସେମିତି କିଛି ପାର୍ଥକ୍ୟ ନାହିଁ’।

ସୂଚନାଯୋଗ୍ୟ, ବିଜେପି ସାଂସଦ ପବନ ବର୍ମା ପ୍ରଥମେ ଜାନୁଆରୀ ୨୫ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆତଙ୍କବାଦୀ ବୋଲି କହିଥିଲେ। ଫେବୃଆରୀ ୮ରେ ଦିଲ୍ଲୀର ୭୦ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ରହିଛି। ଫେବୃଆରୀ ୧୧ରେ ଭୋଟ ଗଣତି ହେବ।

Related story