ଓଡ଼ିଶା ସରକାରଙ୍କ ଭଳି ଆଇନ୍ ଆଣିବେ ଯୋଗୀ ସରକାର

ଲକ୍ଷ୍ନୌ: ବଳ ପୂର୍ବକ ବିବାହ କରି ଧର୍ମ ପରିବର୍ତ୍ତନ, ବିବାହ କରି ଠକେଇ କରିବା ଓଡ଼ିଶାରେ ଅପରାଧ। ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଆଇନ୍ ରହିଛି। ଅନ୍ୟପଟେ ଏଭଳି ବିବାହ ଉତ୍ତର ପ୍ରଦେଶରେ ବଢ଼ି ଚାଲିଛି। ମୁଖ୍ୟତଃ ଲଭ୍ ଜିହାଦ୍ ମାମଲା ବଢ଼ିଛି। ଏହାକୁ ରୋକିବା ପାଇଁ ଉତ୍ତର ପ୍ରଦେଶର ଯୋଗୀ ସରକାର ଓଡ଼ିଶା ଭଳି ଆଇନ୍ ଆଣିବାକୁ ଯୋଜନା କରୁଥିବା ସୂଚନା ରହିଛି। ଉତ୍ତରପ୍ରଦେଶର ଆଇନ ବିଭାଗ ଏହା ଉପରେ କସରତ କରୁଛି। […]

yogi adityanath

Subhransu Sekhar
  • Published: Friday, 18 September 2020
  • , Updated: 18 September 2020, 06:45 PM IST

ଲକ୍ଷ୍ନୌ: ବଳ ପୂର୍ବକ ବିବାହ କରି ଧର୍ମ ପରିବର୍ତ୍ତନ, ବିବାହ କରି ଠକେଇ କରିବା ଓଡ଼ିଶାରେ ଅପରାଧ। ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଆଇନ୍ ରହିଛି। ଅନ୍ୟପଟେ ଏଭଳି ବିବାହ ଉତ୍ତର ପ୍ରଦେଶରେ ବଢ଼ି ଚାଲିଛି। ମୁଖ୍ୟତଃ ଲଭ୍ ଜିହାଦ୍ ମାମଲା ବଢ଼ିଛି। ଏହାକୁ ରୋକିବା ପାଇଁ ଉତ୍ତର ପ୍ରଦେଶର ଯୋଗୀ ସରକାର ଓଡ଼ିଶା ଭଳି ଆଇନ୍ ଆଣିବାକୁ ଯୋଜନା କରୁଥିବା ସୂଚନା ରହିଛି।

ଉତ୍ତରପ୍ରଦେଶର ଆଇନ ବିଭାଗ ଏହା ଉପରେ କସରତ କରୁଛି। ଦେଶର ୮ ଟି ରାଜ୍ୟରେ ଏହି ଆଇନ ଅଛି। ଏଥିରେ ଅରୁଣାଚଳ ପ୍ରଦେଶ, ଓଡିଶା, ମଧ୍ୟପ୍ରଦେଶ, ଛତିଶଗଡ, ଗୁଜୁରାଟ, ହିମାଚଳ ପ୍ରଦେଶ, ଝାଡଖଣ୍ଡ ଏବଂ ଉତ୍ତରାଖଣ୍ଡ ରହିଛି। ସୂଚନାଯୋଗ୍ୟ, ଓଡିଶା ସରକାର ପ୍ରଥମେ ୧୯୬୭ ରେ ଏହି ନିୟମ ପ୍ରଣୟନ କରିଥିଲା। ତା’ପରେ ମଧ୍ୟପ୍ରଦେଶ ସରକାର ୧୯୬୮ରେ ଏହି ନିୟମ ଆଣିଥିଲା | ଏବେ ଖୁବ୍ ଶୀଘ୍ର ୟୁପି ନବମ ରାଜ୍ୟ ଭାବରେ ଏହି ଆଇନ୍ ଆଣିବ ବୋଲି କୁହାଯାଉଛି।

ଉତ୍ତର ପ୍ରଦେଶ ସରକାର ଏବେ ଅନ୍ୟ ରାଜ୍ୟରେ ଧର୍ମ ପରିବର୍ତ୍ତନକୁ ନେଇ ଥିବା ଆଇନ୍ ଉପରେ ବିଚାର କରୁଛନ୍ତି। ଆଠଟି ରାଜ୍ୟର ନିୟମ ଦେଖସାରିବା ପରେ ୟୁପି ସରକାର ନିଜସ୍ୱ ଆଇନ ଆଣିବ ବୋଲି କୁହାଯାଉଛି।

ଉତ୍ତର ପ୍ରଦେଶର ଆଇନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏହା ପଛରେ ଲଭ୍ ଜିହାଦ୍ ମାମଲା ରହିଛି। ଅଧିକାରୀ କହିଛନ୍ତି ଯେ କେବଳ ୧୧ଟି ମାମଲା କେବଳ କାନପୁର ଜିଲ୍ଲାରୁ ଆସିଛି। ନିକଟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଲକ୍ଷ୍ନୌ ପହଞ୍ଚିବା ପରେ ଏହି ପ୍ରସଙ୍ଗ ଉଠାଇଥିଲେ।

Related story