ପୁଲିସ ବ୍ୟଭିଚାର: ସାମ୍ୱାଦିକଙ୍କୁ ମାଡ଼ ମାରିବା ସହିତ ମୁହଁରେ ପରିସ୍ରା କରିଥିବା ଅଭିଯୋଗ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବଢ଼ୁଛି ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣା। ଗତକାଲି  ନ୍ୟୁଜ 24 ନ୍ୟୁଜ ଚ୍ୟାନେଲର ଜଣେ ଷ୍ଟ୍ରିଞ୍ଜର ରିପୋର୍ଟିଂ କରିବାକୁ ଯାଇଥିବା ବେଳେ ଜିଆରପି ପୁଲିସ ତାଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି। ସୋଶାଲ ମିଡିଆରେ ଏହି ମାଡ଼ର ଭିଡିଓ ଭାଇରାଲ ହେବା ପରେ ୟୁପି ପୁଲିସ ଜିଆରପି ଏସଏଚଓ ରାକେଶ କୁମାର ଏବଂ କନଷ୍ଟେବଲ ସଞ୍ଜୟ ପାଓ୍ୱାରଙ୍କୁ ନିଲମ୍ୱିତ କରିଛନ୍ତି। #WATCH Shamli: GRP personnel thrash a journalist who was covering the […]

Journalist_thrashed

Subhransu Sekhar
  • Published: Wednesday, 12 June 2019
  • , Updated: 12 June 2019, 12:47 PM IST
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବଢ଼ୁଛି ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣା। ଗତକାଲି  ନ୍ୟୁଜ 24 ନ୍ୟୁଜ ଚ୍ୟାନେଲର ଜଣେ ଷ୍ଟ୍ରିଞ୍ଜର ରିପୋର୍ଟିଂ କରିବାକୁ ଯାଇଥିବା ବେଳେ ଜିଆରପି ପୁଲିସ ତାଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି। ସୋଶାଲ ମିଡିଆରେ ଏହି ମାଡ଼ର ଭିଡିଓ ଭାଇରାଲ ହେବା ପରେ ୟୁପି ପୁଲିସ ଜିଆରପି ଏସଏଚଓ ରାକେଶ କୁମାର ଏବଂ କନଷ୍ଟେବଲ ସଞ୍ଜୟ ପାଓ୍ୱାରଙ୍କୁ ନିଲମ୍ୱିତ କରିଛନ୍ତି।

ସୋମବାର ଦିନ ରାତିରେ ପଶ୍ଚିମ ୟୁପିର ଶାମଲିରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ଏହାର ରିପୋର୍ଟିଂ କରିବା ପାଇଁ ଅମିତ ଶର୍ମା ନାମକ ସାମ୍ୱାଦିକ ଯାଇଥିଲେ। ମୋବାଇଲରେ ଲାଇନଚ୍ୟୁତ ହୋଇଥିବା ମାଲଗାଡ଼ିର ଭିଡିଓ ରେକର୍ଡିଂ କରୁଥିବା ବେଳେ ଉପସ୍ଥିତ ଜିଆରପି ପୁଲିସ ସାମ୍ୱାଦିକଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ଏହାପରେ ସେ ତାଙ୍କୁ ମାଡ଼ମାରିଥିବାର ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଏମିତିକି ବସଉଠ୍ କରାଯାଇଥିବା ସାମ୍ୱାଦିକ ଅମିତ ଶର୍ମା କହିଛନ୍ତି। ଏହାପରେ ତାଙ୍କ ପାଖରୁ ମୋବାଇଲ ଛଡ଼ାଇ ନେଇ ତାଙ୍କୁ ହାଜତରେ ପୁରାଇ ଦେଇଥିଲେ ବୋଲି ସାମ୍ୱାଦିକ ଜଣଙ୍କ କହିଛନ୍ତି। ଏହାପରେ ତାଙ୍କ ମୁହଁରେ ପୁଲିସ ଅଧିକାରୀ ଜଣଙ୍କ ପରିସ୍ରା କରିଥିବା ଅମିତ ଶର୍ମା କହିଛନ୍ତି।
ମଙ୍ଗଳବାର ଦିନ ଜିଆରପି ପୁଲିସଙ୍କ ଏଭଳି କାରନାମାର ଭିଡିଓ ଭାଇରାଲ ହେବା ପରେ ସାମ୍ୱାଦିକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ୟୁପି ଡିଜିପି ଓପି ସିଂହ ଶାମଲି ଜିଆରପି ଏସଏଚଓ ରାକେଶ କୁମାର ଏବଂ କନେଷ୍ଟବଲ ସଞ୍ଜୟ ପାଓ୍ୱରଙ୍କୁ ନିଲମ୍ବିତ କରିଛନ୍ତି।

ନିକଟରେ ଦିଲ୍ଲୀରେ ମଧ୍ୟ ଏବିପି ନ୍ୟୁଜର ସାମ୍ୱାଦିକ ଦୁର୍ବୃତ୍ତଙ୍କ ଗୁଳି ମାଡ଼ର ଶିକାର ହୋଇଥିଲେ।

Related story