ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଫାରୁଖାବାଦ ଜିଲ୍ଲାରେ ଜଣେ ଦୁର୍ବୃତ୍ତ ୧୫ ଶିଶୁଙ୍କୁ ବନ୍ଧୁକ ମୁନରେ ବନ୍ଧକ ରଖିଛି। ଏମିତିକି ଘର ଭିତରେ ରହି ଦୁର୍ବୃତ୍ତ ଜଣଙ୍କ ଗୁଳି ସାଙ୍ଗକୁ ବୋମା ଫୁଟାଉଥିବା ସୂଚନା ରହିଛି। ଦୁର୍ବୃତ୍ତଙ୍କ ଗୁଳିରେ ଜଣେ ଗ୍ରାମବାସୀ ଆହତ ହୋଇଥିବା ସୂଚନା ରହିଛି। ଏହାବାଦ ଶିଶୁଙ୍କୁ ମୁକୁଳାଇବାକୁ ଯାଇ ଦୁଇ ପୁଲିସ ମଧ୍ୟ ଦୁବୃତ୍ତଙ୍କ ଗୁଳି ମାଡ଼ର ଶିକାର ହୋଇ ଆହତ ହୋଇଛନ୍ତି।
https://twitter.com/ANINewsUP/status/1222906661355999239
ଉଦ୍ଧାର କରିବା ପାଇଁ ଏଟିଏସ ଟିମ୍ ସାଙ୍ଗକୁ ପୁଲିସ ଟିମ୍ ପହଞ୍ଚିଥିବା ସୂଚନା ରହିଛି। ବନ୍ଧକଙ୍କ ମଧ୍ୟରେ ମହିଳା ରହିଥିବା ନେଇ ମଧ୍ୟ ସୂଚନା ରହିଛି। ଦୁର୍ବୃତ୍ତ ଜଣଙ୍କ ମହମ୍ମଦାବାଦ କରଥିଆ ଗାଁର ଜଣେ ମଦ୍ୟପ ବୋଲି ସୂଚନା ରହିଛି।