ଗଣଦୁଷ୍କର୍ମ ପରେ ୨୦ ବର୍ଷୀୟ ଯୁବତୀଙ୍କ ଜିଭ କାଟିଦେଲେ ୪ ଯୁବକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହଥ୍ରାସଠାରେ ଭୟଙ୍କର ଘଟଣା ଘଟିଛି। ଜଣେ ୨୦ ବର୍ଷୀୟ ଅନୁସୂଚିତ ଜନଜାତିର ଯୁବତୀଙ୍କୁ ଉଚ୍ଚ ଜାତିର ୪ ଜଣ ଯୁବକ ଗଣଦୁଷ୍କର୍ମ କରିବା ସହ ସାଂଘାତିକ ଭାବେ ନିର୍ଯାତନା ଦେଇଛନ୍ତି। ଯୁବତୀଙ୍କୁ ୪ ଜଣ ଯୁବକ ଗଣଦୁଷ୍କର୍ମ କରିବା ପରେ ତାଙ୍କ ଜିଭକୁ କାଟି ଦେଇଛନ୍ତି। ସେହିପରି ନୃଶଂସ ୪ ଯୁବକଙ୍କ ଆକ୍ରମଣ ଯୋଗୁ ଯୁବତୀଙ୍କ ଶରୀରର ଏକାଧିକ ଅଙ୍ଗପ୍ରତ୍ୟେଙ୍ଗ ଭାଙ୍ଗି ଯାଇଛି। ଏବେ ତାଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ସ୍ଥାନୀୟ ସରକାରୀ […]

gz

Hemant Lenka
  • Published: Saturday, 26 September 2020
  • , Updated: 26 September 2020, 10:32 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହଥ୍ରାସଠାରେ ଭୟଙ୍କର ଘଟଣା ଘଟିଛି। ଜଣେ ୨୦ ବର୍ଷୀୟ ଅନୁସୂଚିତ ଜନଜାତିର ଯୁବତୀଙ୍କୁ ଉଚ୍ଚ ଜାତିର ୪ ଜଣ ଯୁବକ ଗଣଦୁଷ୍କର୍ମ କରିବା ସହ ସାଂଘାତିକ ଭାବେ ନିର୍ଯାତନା ଦେଇଛନ୍ତି। ଯୁବତୀଙ୍କୁ ୪ ଜଣ ଯୁବକ ଗଣଦୁଷ୍କର୍ମ କରିବା ପରେ ତାଙ୍କ ଜିଭକୁ କାଟି ଦେଇଛନ୍ତି।

ସେହିପରି ନୃଶଂସ ୪ ଯୁବକଙ୍କ ଆକ୍ରମଣ ଯୋଗୁ ଯୁବତୀଙ୍କ ଶରୀରର ଏକାଧିକ ଅଙ୍ଗପ୍ରତ୍ୟେଙ୍ଗ ଭାଙ୍ଗି ଯାଇଛି। ଏବେ ତାଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ସ୍ଥାନୀୟ ସରକାରୀ ହସ୍ପିଟାଲର ଆଇସିୟୁରେ ଚିକିତ୍ସା ଯୋଗାଇ ଦିଆଯାଉଛି। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେଉଥିବାରୁ ଡାକ୍ତରମାନେ ତାଙ୍କୁ ଅନ୍ୟ ଏକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କହିଛନ୍ତି।

ଡାକ୍ତରଙ୍କ କହିବା ଅନୁଯାୟୀ, ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ତାଙ୍କ ଜିଭକୁ କାଟି ଦିଆଯାଇଛି। ତାଙ୍କ ଶରୀରର ବିଭନ୍ନ ଅଙ୍ଗ ଭାଙ୍ଗି ଯାଇଛି। ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ କୌଣସି ଏକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ପାରେ।

ଅନ୍ୟପକ୍ଷରେ ପୁଲିସ୍‌ ଘଟଣାରେ ସାମିଲ ଥିବା ୪ ଯୁବକଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି। ସେମାନଙ୍କ ନାଁରେ ଗଣଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଘଟଣାର ପ୍ରାଥମିକ ଅବସ୍ଥାରେ ପୁଲିସ୍‌ ସେମାନଙ୍କୁ କୌଣସି ପ୍ରକାରର ସହଯୋଗ କରି ନଥିଲା। ଘଟଣାକୁ ନେଇ ବିବାଦ ତୀବ୍ର ହେବାରୁ ପୁଲିସ୍‌ ଅଭସିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ପରିବାର ଲୋକଙ୍କ ଅଭିଯୋଗକୁ ପୁଲିସ ଖଣ୍ଡନ କରିଛି। ପୁଲିସ୍‌ର କହିବା କଥା, ଜିଲ୍ଲାର ଥିବା ଗୋଟିଏ ଗାଁରେ ସେପ୍ଟେମ୍ବର ୧୫ରେ ଏହି ଘଟଣା ଘଟିଥିଲା। ଏହାପରେ ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୀଡ଼ିତାଙ୍କ ଭାଇ କହିଛନ୍ତି, ମୋ ମା’, ଭଉଣୀ ଓ ବଡ଼ ଭାଇ ଘାସ ପାଇଁ ନିକଟସ୍ଥ ପଡ଼ିଆକୁ ଯାଇଥିଲେ। ପ୍ରଥମେ ଗୋଟିଏ ବିଡ଼ା ଘାସ ନେଇ ମୋ ଭାଇ ଘରକୁ ଚାଲି ଆସିଥିଲେ। କିନ୍ତୁ ମୋ ମା’ ଓ ଭଉଣୀ ପଡ଼ିଆରେ ଘାସ ସଂଗ୍ରହରେ ଲାଗି ପଡ଼ିଥିଲେ। ପଡ଼ିଆରେ ବାଜରା ଚାଷ ହୋଇଥିବାରୁ ଘାସ ପାଇଁ ଉଭୟ ପରସ୍ପର ଠାରୁ ଅଲଗା ହୋଇ ନିଜ ନିଜ କାମରେ ଲାଗି ପଡ଼ିଥିଲେ। ଏହାର ସୁଯୋଗ ନେଇ ମୋ ଭଉଣୀ ପାଖରେ ୪ରୁ ୫ ଜଣ ଯୁବକ ପହଞ୍ଚି ଯାଇଥିଲେ।

ସେମାନେ ସେ ପିନ୍ଧିଥିବା ଡ୍ରେସର ଓଢ଼ଣୀରେ ତା’ ବେକୁ ବାନ୍ଧି ଘୋଷାଡ଼ି ଘୋଷାଡ଼ି ବାଜରା ପଡ଼ିଆକୁ ନେଇ ଯାଇଥିଲେ। ସେଠାରେ ସେମାନେ ତା’ ସହ ଏଭଳି କାଣ୍ଡ ଭିଆଇଥିଲେ। ମୋ ମା’ ଏହାର କିଛି ସମୟରେ ଭଉଣୀକୁ ନ ପାଇବାରୁ ପଡ଼ିଆରେ ଖୋଜାଖୋଜି କରିଥିଲେ। ଏତିକି ବେଳେ ଭଉଣୀକୁ ଅଚେତ ଅବସ୍ଥାରେ ଠାବ କରିଥିଲେ। ପୁଲିସ୍‌ ୪ରୁ ୫ ଦିନ ପରେ ହିଁ ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ପୀଡ଼ିତାଙ୍କ ଭାଇ ଅଭିଯୋଗ କରିଛନ୍ତି।

Related story