ଆମେରିକା ଭାଙ୍ଗିଲା ଜିଏସ୍‌ପି ସମ୍ପର୍କ, ଭାରତ ରଖିଲା ଉତ୍ତର

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଜେନେରାଲାଇଜ୍‌ଡ ସିଷ୍ଟମ୍‌ ଅଫ୍‌ ପ୍ରିଫରେନ୍ସ (ଜିଏସ୍‌ପି) କାର୍ଯ୍ୟକ୍ରମ ଅଧୀନରେ ଆମେରିକା ଭାରତକୁ ଦେଇଆସୁଥିବା ବ୍ୟବସାୟିକ ପ୍ରାଥମିକତାରେ ଅନ୍ତ ଘଟାଇଛି। ଅର୍ଥାତ ୫୬୦ କୋଟି ଡଲାର ମୂଲ୍ୟର ଉତ୍ପାଦ ରପ୍ତାନୀରେ ଭାରତ ପାଉଥିବା ସ୍ୱତନ୍ତ୍ର ଟାରିଫ୍‌ ସୁବିଧା ଏହା ଦ୍ୱାରା ହରାଇବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଘୋଷଣା କରିବା ପରେ ଭାରତର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି। ଟ୍ରମ୍ପ ମାର୍ଚ୍ଚ ୪ ତାରିଖରେ […]

MODI-and-TRUMP

MODI-and-TRUMP

Subrat Kumar Nayak
  • Published: Saturday, 01 June 2019
  • Updated: 01 June 2019, 04:54 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଜେନେରାଲାଇଜ୍‌ଡ ସିଷ୍ଟମ୍‌ ଅଫ୍‌ ପ୍ରିଫରେନ୍ସ (ଜିଏସ୍‌ପି) କାର୍ଯ୍ୟକ୍ରମ ଅଧୀନରେ ଆମେରିକା ଭାରତକୁ ଦେଇଆସୁଥିବା ବ୍ୟବସାୟିକ ପ୍ରାଥମିକତାରେ ଅନ୍ତ ଘଟାଇଛି। ଅର୍ଥାତ ୫୬୦ କୋଟି ଡଲାର ମୂଲ୍ୟର ଉତ୍ପାଦ ରପ୍ତାନୀରେ ଭାରତ ପାଉଥିବା ସ୍ୱତନ୍ତ୍ର ଟାରିଫ୍‌ ସୁବିଧା ଏହା ଦ୍ୱାରା ହରାଇବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଘୋଷଣା କରିବା ପରେ ଭାରତର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି।

ଟ୍ରମ୍ପ ମାର୍ଚ୍ଚ ୪ ତାରିଖରେ ହିଁ ଘୋଷଣା କରିଥିଲେ ଜିଏସ୍‌ପି କାର୍ଯ୍ୟକ୍ରମରୁ ଭାରତକୁ ବାହାର କରିବେ। ଏହାପରେ ସେ ୬୦ ଦିନର ନୋଟିସ୍‌ ଦେଇଥିଲେ ଯାହାକି ମେ’ ୩ ତାରିଖରେ ସରିଯାଇଥିଲା। ଭାରତ ପକ୍ଷରୁ ସେତେବେଳେ କୁହାଯାଇଥିଲା, ଏହାର ସମାଧାନ ପାଇଁ ଆମେରିକା ନିକଟରେ ପ୍ରସ୍ତାବ ରଖାଯାଇଛି। କିନ୍ତୁ ଏଥିରେ କୌଣସି ସୁଫଳ ମିଳିପାରିନଥିବାରୁ ଆସନ୍ତା ୫ ତାରିଖରେ ହିଁ ଭାରତକୁ ମିଳୁଥିବା ବିଶେଷ ସୁବିଧା ବନ୍ଦ ହୋଇଯିବ।

ଆମେରିକା ନିଜର ନିଷ୍ପତ୍ତି ଶୁଣାଇବା ପରେ ଭାରତ ପକ୍ଷରୁ ପ୍ରଥମ ପ୍ରତିକ୍ରିୟାରେ କୁହାଯାଇଥିଲା, “ଆମେରିକା ଏହି ପଦକ୍ଷେପ ବାବଦରେ ଜଣାଇବା ପରେ ଭାରତ ପକ୍ଷରୁ ଦ୍ୱିପାକ୍ଷିକ ବୁଝାମଣା ଓ ସମାଧାନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଦୁର୍ଭାଗ୍ୟର କଥା, ଏହା ଆମେରିକା ଦ୍ୱାରା ଗ୍ରହଣୀୟ ହେଲାନାହିଁ।” ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଥିଲା, ଭାରତ ଆମେରିକା ଏବଂ ଅନ୍ୟ ରାଷ୍ଟ୍ର ପରି ଏସବୁ ମାମଲାରେ ଜାତୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେବ। ଆମେ ମହତ୍ତ୍ୱପୂର୍ଣ୍ଣ ବିକାଶ ପାଇଁ ଚିନ୍ତା କରୁଛୁ, ଆମେ ଲୋକେ ମଧ୍ୟ ଉନ୍ନତ ମାନର ଜୀବନଶୈଳୀ ପାଇଁ ଆଶାବାଦୀ। ଏହା ହିଁ ଆମ ସରକାର ପରିଚାଳନାରେ ପ୍ରମୁଖ ଭୂମିକା ନେବ। ଦ୍ୱିପାକ୍ଷିକ ସମ୍ପର୍କ ଜରିଆରେ ଏହାର ସମାଧାନ ହୋଇପାରିବ ଦର୍ଶାଇ ଏଥିରେ କୁହାଯାଇଛି, ଆମେ ଏହାକୁ ନିୟମିତ ପ୍ରକ୍ରିୟାର ଅଙ୍ଗ ବୋଲି ଭାବୁଛୁ। ଆମେ ଉଭୟ ଅର୍ଥନୀତିକ କ୍ଷେତ୍ରରେ ଏବଂ ଅନୌପଚାରିକ ସ୍ତରରେ ଆମେରିକା ସହିତ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଦୃଢ଼ କରିବାକୁ ଚେଷ୍ଟା କରିବୁ।

ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଏହି ବାଣିଜ୍ୟିକ ଯୋଜନାର ଅବଧି ଚଳିତ ମାସ ୫ ତାରିଖରେ ସରିଯିବ। ଏହା ଫଳରେ ଭାରତ ଆଉ ଜିଏସ୍‌ପି କାର୍ଯ୍ୟକ୍ରମ ଅଧୀନରେ ଆମେରିକାଠାରୁ ବିଶେଷ ପ୍ରାଥମିକତା ପାଇବ ନାହିଁ। ବର୍ତ୍ତମାନ ଭାରତ ବିକାଶଶୀଳ ରାଷ୍ଟ୍ର ହିସାବରେ ଏହି ଫାଇଦା ପାଉଛି।

ମାର୍ଚ୍ଚ ମାସରେ ଆମେରିକା କହିଥିଲା, ଭାରତ ଆମେରିକାରେ ଯେଉଁ ସବୁ ସୁବିଧା ପାଉଛି, ସେଭଳି ସୁବିଧା ଆମେରିକାକୁ ଭାରତରେ ମିଳୁନି। ଟ୍ରମ୍ପ ମଧ୍ୟ ଏହି ଅବସରରେ ଭାରତ ସହିତ ବାଣିଜ୍ୟିକ ସମ୍ପର୍କ ବାବଦରେ କହିଥିଲେ, ମୁଁ ଜାଣିବାକୁ ପାଇଛି ଯେ ଭାରତୀୟ ବଜାରରେ ଆମେରିକାକୁ ମଧ୍ୟ ସମାନ ଏବଂ ସ୍ପଷ୍ଟ ବ୍ୟବସାୟିକ ଅନୁମତି ମିଳିବା ନେଇ ଭାରତ ପକ୍ଷରୁ ଏଯାଏ ଆଶ୍ୱସ୍ତି ମିଳିପାରିନାହିଁ।

ଗତ ଶୁକ୍ରବାର ହିଁ ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିସାରିଛନ୍ତି, ଭାରତ ପ୍ରତି ଆମେରିକାର ବାଣିଜ୍ୟିକ ପ୍ରାଥମିକତା ସମ୍ପର୍କର ଅନ୍ତ ଘଟାଇବା ନେଇ ନିଷ୍ପତ୍ତି ନିଆଯାଇସାରିଛି। ସେ କହିଥିଲେ, ଭାରତ ଅନ୍ତର୍ଜାତୀୟ ନିବେଶକୁ ସୁହାଉଥିବା ଡାଟା ଲୋକାଲାଇଜେସନ୍‌ ଏବଂ ଇ-କମର୍ସ ବାବଦରେ ଆଗ୍ରହ ଦେଖାଇଲେ ଆମେ ଆଗକୁ ବଢ଼ିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story