ଓ୍ୱାଶିଂଟନ: ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣର କାଗଜକୁ ଚିରି ଦେଇଛନ୍ତି। ଟ୍ରମ୍ପ ସଂସଦକୁ ନିଜ କାର୍ଯ୍ୟକାଳ ବାବଦରେ ଉଦବୋଧନ ଦେଇ ତାଳି ମାରୁଥିବାବେଳେ ପଛରେ ବାଚସ୍ପତି ଆସନରେ ବସିଥିବା ନାନ୍ସି ପେଲୋସି ଟ୍ରମ୍ପଙ୍କ ଭାଷଣ କାଗଜକୁ ଚିରି ଦେଇଥିଲେ।
#WATCH US House Speaker Nancy Pelosi tore a copy of US President Donald Trump’s speech at the end of his third State of the Union Address, in Washington DC. pic.twitter.com/TY4L5dAme7
— ANI (@ANI) February 5, 2020
ବାଚସ୍ପତି ପେଲୋସି ତାଙ୍କ ଅଭିଭାଷଣ କାଗଜ ଚିରିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ତାହା ଦେଖିପାରି ନଥିଲେ। ପରେ ବାଚସ୍ପତିଙ୍କୁ ଗଣମାଧ୍ୟମ ପ୍ରତିନିଧି କାଗଜ ଚିରିବା ନେଇ ପ୍ରତିକ୍ରିୟା ମାଗିଥିଲେ। ବାଚସ୍ପତି କହିଥିଲେ, ‘ଟ୍ରମ୍ପଙ୍କ ଅଭିଭାଷଣ ସବୁଠାରୁ ଖରାପ ଥିଲା। ତାହାର ପ୍ରତିକ୍ରିୟା ଦେବାକୁ ଏହା ହିଁ ଉଚିତ ବିକଳ୍ପ ଥିଲା।’
ହ୍ୱାଇଟ୍ ହାଉସ ମଧ୍ୟ ନାନ୍ସିଙ୍କ କାଗଜ ଚିରାକୁ ନେଇ ପ୍ରତିକ୍ରିୟା ରଖିଛି। ଏହା ତାଙ୍କର କ୍ଷମତା ପରିସରଭୁକ୍ତ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି।
Speaker Pelosi just ripped up:
One of our last surviving Tuskegee Airmen.
The survival of a child born at 21 weeks.
The mourning families of Rocky Jones and Kayla Mueller.
A service member's reunion with his family.
That's her legacy.
— The White House (@WhiteHouse) February 5, 2020
ସୂଚନାଯୋଗ୍ୟ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନିଜ ତିନି ବର୍ଷ କାର୍ଯ୍ୟକାଳ ବାବଦରେ ‘ଷ୍ଟେଟ ଅଫ ଦ ୟୁନିୟନ ଆଡ୍ରେସ’ ବାବଦରେ ସମ୍ୱୋଧନ କରିବାକୁ ଯାଇ କହିଥିଲେ, ରାଷ୍ଟ୍ରପତି ଭାବରେ ତାଙ୍କ କାର୍ଯ୍ୟକାଳ ବେଳେ ଆମେରିକାର ଅଭିବୃଦ୍ଧି ଦ୍ରୁତ ଗତିରେ ବଢ଼ିଛି। ଯାହାକି କେବେ ଆମେରିକାବାସୀ କଳ୍ପନା କରିନଥିଲେ। ରାଷ୍ଟ୍ରପତି ନିର୍ବାଚନରେ ପୁଣିଥରେ ବିଜୟୀ ହେବା ପାଇଁ ସଂସଦର ଦୁଇଟି ସଦନକୁ ଉଦବୋଧନ ଦେବାକୁ ଯାଇ ଟ୍ରମ୍ପ କହିଥିଲେ, ଆମେରିକାକୁ ମଜବୁତ ଏବଂ ପୂର୍ବ ଅପେକ୍ଷା ଅଧିକ ମଜବୁତ କରିବା ପାଇଁ ସମୟ ଆସିଛି। ନିଜର କାର୍ଯ୍ୟକାଳ ବେଳେ ଆମେରିକାକୁ ନେଇ ତାଙ୍କର ଦୃଷ୍ଟିକୋଣ ବାବଦରେ ସେ ମତ ରଖିଥିଲେ।