ଟ୍ରମ୍ପଙ୍କ ନାମରେ ମହାଭିଯୋଗ: ବାଚସ୍ପତି ଦେଲେ ଡ୍ରାଫ୍ଟିଂ ଅନୁମତି, କହିଲେ ବାଜିରେ ଲାଗିଛି ଗଣତନ୍ତ୍ର

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ ଆର୍ଟିକିଲ ଡ୍ରାଫ୍ଟିଂକୁ ଅନୁମୋଦନ ଦେଇଛନ୍ତି ବାଚସ୍ପତି ନାନ୍‌ସି ପେଲୋସି। ସେ ଘୋଷଣା କରିଛନ୍ତି ଗୃହ ମହାଭିଯୋଗ ଆଣିବା ଦିଗରେ ଆଗେଇବ। ସେ ଆହୁରି ମଧ୍ୟ କହିଛନ୍ତି, ଆମ ଗଣତନ୍ତ୍ର ବାଜିରେ ଲାଗିଛି। ଆମେ ପଦକ୍ଷେପ ନେବାଛଡ଼ା ଆଉ କିଛି ବାଟ ନାହିଁ। ପେଲୋସି କହିଛନ୍ତି, ତାଙ୍କ ଦାୟିତ୍ୱରେ ମହାଭିଯୋଗର ଆର୍ଟିକିଲ୍‌ ପ୍ରସ୍ତୁତି ହେବାର ଅଛି। ଦୁଃଖର ସହ କିନ୍ତୁ ଆତ୍ମବିଶ୍ୱାସର ସହ ସେ ଏହାକୁ […]

trump

Subrat Kumar Nayak
  • Published: Thursday, 05 December 2019
  • , Updated: 05 December 2019, 09:37 PM IST

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ ଆର୍ଟିକିଲ ଡ୍ରାଫ୍ଟିଂକୁ ଅନୁମୋଦନ ଦେଇଛନ୍ତି ବାଚସ୍ପତି ନାନ୍‌ସି ପେଲୋସି। ସେ ଘୋଷଣା କରିଛନ୍ତି ଗୃହ ମହାଭିଯୋଗ ଆଣିବା ଦିଗରେ ଆଗେଇବ। ସେ ଆହୁରି ମଧ୍ୟ କହିଛନ୍ତି, ଆମ ଗଣତନ୍ତ୍ର ବାଜିରେ ଲାଗିଛି। ଆମେ ପଦକ୍ଷେପ ନେବାଛଡ଼ା ଆଉ କିଛି ବାଟ ନାହିଁ।

ପେଲୋସି କହିଛନ୍ତି, ତାଙ୍କ ଦାୟିତ୍ୱରେ ମହାଭିଯୋଗର ଆର୍ଟିକିଲ୍‌ ପ୍ରସ୍ତୁତି ହେବାର ଅଛି। ଦୁଃଖର ସହ କିନ୍ତୁ ଆତ୍ମବିଶ୍ୱାସର ସହ ସେ ଏହାକୁ ତୁଲାଇବେ ବୋଲି ପେଲୋସି କହିଛନ୍ତି। ସେ କହିଛନ୍ତି ରାଷ୍ଟ୍ରପତିଙ୍କ ପଦକ୍ଷେପ ସମ୍ବିଧାନର ଉଲ୍ଲଂଘନ କରିଛି।

ଏହି ମହାଭିଯୋଗର କାରଣ ହେଉଛି ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାର୍ତ୍ତାଳପ। ଟ୍ରମ୍ପ ନିଜର ବିରୋଧୀ ଏବଂ ଡେମୋକ୍ରାଟ୍‌ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ୟୁକ୍ରେନ୍‌କୁ ପ୍ରବର୍ତ୍ତାଇଥିଲେ।

ପେଲୋସି ଆଜି ଘୋଷଣା ସମୟରେ କହିଛନ୍ତି, “ରାଷ୍ଟ୍ରପତିଙ୍କ ପଦକ୍ଷେପ ଆମକୁ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରୁଛି। କାରଣ ସେ ନିର୍ବାଚନକୁ ନିଜ ଫାଇଦା ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି। ରାଷ୍ଟ୍ରପତି କ୍ଷମତାର ଅପବ୍ୟବହାର କରିଛନ୍ତି। ସେ ଆମ ଜାତୀୟ ସୁରକ୍ଷାକୁ ପ୍ରଭାବିତ କରିବା ସହ ନିର୍ବାଚନର ସାର୍ବଭୌମତାକୁ ସଙ୍କଟାପନ୍ନ ଦିଗରେ ନେଇଛନ୍ତି।”

Related story