ଭାରତ ଓ ଚାଇନାକୁ ଟାର୍ଗେଟ କଲେ ଟ୍ରମ୍ପ

ୱାଶିଂଟନ୍‌: ଭାରତ ଓ ଚାଇନା ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ଓ ଚାଇନା ବିକାଶଶୀଳ ରାଷ୍ଟ୍ର ବୋଲି ଡବ୍ଲ୍ୟୁଟିଓରୁ ଟ୍ୟାଗ ପାଇଛନ୍ତି। କିନ୍ତୁ ସେମାନେ ବିକାଶଶୀଳ ନୁହନ୍ତି ବରଂ ବିକଶିତ। ତେଣୁ ବିକାଶଶୀଳ ରାଷ୍ଟ୍ରର ଟ୍ୟାଗ ପାଇ ସେମାନେ ବହୁ ସୁବିଧା ହାସଲ କରୁଛନ୍ତି। କିନ୍ତୁ ମୁଁ ଆଗକୁ ଏହା କରିବାକୁ ଦେବିନାହିଁ। ଏହି ଟ୍ୟାଗକୁ ହଟାଯିବ ବୋଲି ଆଜି ଟ୍ରମ୍ପ କହିଛନ୍ତି। ବର୍ତ୍ତମାନ ଚାଇନା ଓ ଆମେରିକା […]

d

Hemant Lenka
  • Published: Wednesday, 14 August 2019
  • , Updated: 14 August 2019, 05:08 PM IST

ୱାଶିଂଟନ୍‌: ଭାରତ ଓ ଚାଇନା ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ଓ ଚାଇନା ବିକାଶଶୀଳ ରାଷ୍ଟ୍ର ବୋଲି ଡବ୍ଲ୍ୟୁଟିଓରୁ ଟ୍ୟାଗ ପାଇଛନ୍ତି। କିନ୍ତୁ ସେମାନେ ବିକାଶଶୀଳ ନୁହନ୍ତି ବରଂ ବିକଶିତ। ତେଣୁ ବିକାଶଶୀଳ ରାଷ୍ଟ୍ରର ଟ୍ୟାଗ ପାଇ ସେମାନେ ବହୁ ସୁବିଧା ହାସଲ କରୁଛନ୍ତି। କିନ୍ତୁ ମୁଁ ଆଗକୁ ଏହା କରିବାକୁ ଦେବିନାହିଁ। ଏହି ଟ୍ୟାଗକୁ ହଟାଯିବ ବୋଲି ଆଜି ଟ୍ରମ୍ପ କହିଛନ୍ତି।

ବର୍ତ୍ତମାନ ଚାଇନା ଓ ଆମେରିକା ମଧ୍ୟରେ 'ଟ୍ରେଡ୍‌ ୱାର' ତୀବ୍ର ହେବାରେ ଲାଗିଛି। ଟ୍ରମ୍ପ ପ୍ରଶାସନ ଚାଇନା ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିଥିବା ବେଳେ ବେଜିଂ ମଧ୍ୟ ଆମେରିକାର ସାମଗ୍ରୀ ଉପରେ ସମାନ ନୀତି ଅବଲମ୍ବନ କରିଛି। ଭାରତ ମଧ୍ୟ ଆମେରିକା ସାମଗ୍ରୀ ଉପରେ ସୀମା ଶୁଳ୍କ ପରିମାଣକୁ ବଢ଼ାଇଛି।

ଏଥିପାଇଁ ଟ୍ରମ୍ପ ଉଭୟ ଭାରତ ଓ ଚାଇନା ଉପରେ ଖପ୍ପା ହୋଇଛନ୍ତି। ଟ୍ରମ୍ପ କହିଛନ୍ତି, “ୱାର୍ଲଡ ଟ୍ରେଡ୍‌ ସେଣ୍ଟର କେମିତି ଗୋଟିଏ ଦେଶକୁ ବିକାଶଶୀଳ ରାଷ୍ଟ୍ରର ମାନ୍ୟତା ଦିଏ, ତାହା ପ୍ରଥମେ ସ୍ପଷ୍ଟ କରୁ। ଡବ୍ଲ୍ୟୁଟିଓ ଚାଇନା, ଭାରତ ଓ ତୁର୍କୀ ଭଳି ଦେଶକୁ ବିକାଶଶୀଳ ରାଷ୍ଟ୍ରର ମାନ୍ୟତା ଦେଇଥିବାରୁ ଏମାନେ ବହୁ ସୁବିଧା ସୁଯୋଗ ହାସଲ କରୁଛନ୍ତି।

ଭାରତ ଓ ଚାଇନା ହେଉଛନ୍ତି ଏସିଆ ମହାଦେଶର ଦୁଇ ସମୃଦ୍ଧ ରାଷ୍ଟ୍ର। ତଥାପି ସେମାନେ ବିକାଶଶୀଳ ରାଷ୍ଟ୍ରର ଟ୍ୟାଗ ପାଇ ବହୁ ଫାଇଦା ହାସଲ କରୁଛନ୍ତି। ଏହା ବନ୍ଦ ହେବା ଦରକାର। ଏଭଳି ଟ୍ୟାଗ ଦ୍ୱାରା ଆମେରିକା କ୍ଷତିଗ୍ରସ୍ତ ହେଉଛି। ଆଶା ଡବ୍ଲ୍ୟୁଟିଓ ଏହାର ବିଚାର କରିବ।”

ଉଲ୍ଲେଖଯୋଗ୍ୟ, ଡବ୍ଲ୍ୟୁଟିଓ ଦ୍ୱାରା ବିକାଶଶୀଳ ରାଷ୍ଟ୍ରର ଟ୍ୟାଗ ପାଇଥିବା ଦେଶ ନିଜ ଇଚ୍ଛା ଅନୁସାରେ ସୀମା ଶୁଳ୍କ ଏବଂ ଅନ୍ୟାନ୍ୟ ଟିକସ ବିଦେଶ ରାଷ୍ଟ୍ରର ସାମଗ୍ରୀ ଓ ଦ୍ରବ୍ୟ ଉପରେ ଲଗାଇ ପାରିବେ।

Related story