ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ହେବ ପ୍ରବଳ ବର୍ଷା

ନୂଆଦିଲ୍ଲୀ:ଉତ୍ତରାଖଣ୍ଡର ଅନେକ ଅଞ୍ଚଳରେ ଆଜି ଠାରୁ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ପ୍ରଦାନ କରିଛି। ରାଜ୍ୟରେ୧୫୦ ମିଲିମିଟିର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ନୈନିତାଲ୍ ଜିଲ୍ଲାର ନଦୀକୂଳିଆରେ ରହୁଥିବା ୧୫୦ଟି ପରିବାରକୁ ପ୍ରଶାସନ ତରଫରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନୋଟିସ୍ ପ୍ରଦାନ କରାଯାଇଛି। ସୋମବାର ସବୁ ସ୍କୁଲ୍ ବନ୍ଦ […]

utarakhnda

Rakesh Mallick
  • Published: Sunday, 05 July 2015
  • , Updated: 05 July 2015, 09:27 AM IST

ନୂଆଦିଲ୍ଲୀ:ଉତ୍ତରାଖଣ୍ଡର ଅନେକ ଅଞ୍ଚଳରେ ଆଜି ଠାରୁ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ପ୍ରଦାନ କରିଛି। ରାଜ୍ୟରେ୧୫୦ ମିଲିମିଟିର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ନୈନିତାଲ୍ ଜିଲ୍ଲାର ନଦୀକୂଳିଆରେ ରହୁଥିବା ୧୫୦ଟି ପରିବାରକୁ ପ୍ରଶାସନ ତରଫରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନୋଟିସ୍ ପ୍ରଦାନ କରାଯାଇଛି। ସୋମବାର ସବୁ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ଚାରିଧାମ ଯାତ୍ରାର ରାସ୍ତାରେ ଆଲର୍ଟ ଜାରି କରାଯାଇଛି।

ସେହିପରି ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଦିଆଯାଇଛି।  ପାଣିପାଗ ବିଭାଗ ୬ରୁ ୯ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି। ପାଣିପାଗ ବିଭାଗର ଚେତାବନୀ ପରେ ସାରା ରାଜ୍ୟରେ ଆଲର୍ଟ ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ବନ୍ୟା ପରିସ୍ଥିତି ମୁକାବିଲା କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଥିବା ମୁଖମନ୍ତ୍ରୀ ବୀରଭଦ୍ର ସିଂ କହିଛନ୍ତି।

Related story