ମାନବିକତା ଦେଖାଇଲେ କନଷ୍ଟେବଳ : ରକ୍ତବାନ୍ତି କରୁଥିବା ଯୁବକଙ୍କୁ କାନ୍ଧରେ ବୋହି ମେଡିକାଲ ନେଲେ

ବାରଣାସି: ମାନବିକତା ଦେଖାଇଲା ରେଳବାଇ ପୋଲିସ। ଉତ୍ତରପ୍ରଦେଶର ବାରଣାସିର କେଣ୍ଟ ରେଳ ଷ୍ଟେସନ୍‌ରେ ଜଣେ କନଷ୍ଟେବଳଙ୍କ ମହାନତା ଦେଖିଲେ ଆପଣଙ୍କ ମଥା ବି ନଇଁଯିବ। ଷ୍ଟେସନରେ  ଜଣେ  ଯୁବକ ରକ୍ତବାନ୍ତି କରୁଥିବା ବେଳେ  ଅମିତ କୁମାର ମିଶ୍ରା ନାମକ କନଷ୍ଟେବଳ ତାଙ୍କୁ  ନିଜ ପିଠିରେ ବସାଇ  ଡାକ୍ତରଖାନା ନେଇଥିଲେ। ଯାହା ମାନବ ସେବାର ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ଅମିତ କୁମାର ମିଶ୍ରା । ସୂଚନା ଅନୁଯାୟୀ, କୋଲକାତାରୁ ଡୁନ ଏକ୍ସପ୍ରେସ ଆସି  ବାରଣସୀର କେଣ୍ଟ ରେଳ […]

index-1

Rakesh Mallick
  • Published: Saturday, 05 May 2018
  • , Updated: 05 May 2018, 04:13 PM IST

ବାରଣାସି: ମାନବିକତା ଦେଖାଇଲା ରେଳବାଇ ପୋଲିସ। ଉତ୍ତରପ୍ରଦେଶର ବାରଣାସିର କେଣ୍ଟ ରେଳ ଷ୍ଟେସନ୍‌ରେ ଜଣେ କନଷ୍ଟେବଳଙ୍କ ମହାନତା ଦେଖିଲେ ଆପଣଙ୍କ ମଥା ବି ନଇଁଯିବ। ଷ୍ଟେସନରେ  ଜଣେ  ଯୁବକ ରକ୍ତବାନ୍ତି କରୁଥିବା ବେଳେ  ଅମିତ କୁମାର ମିଶ୍ରା ନାମକ କନଷ୍ଟେବଳ ତାଙ୍କୁ  ନିଜ ପିଠିରେ ବସାଇ  ଡାକ୍ତରଖାନା ନେଇଥିଲେ। ଯାହା ମାନବ ସେବାର ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ଅମିତ କୁମାର ମିଶ୍ରା । ସୂଚନା ଅନୁଯାୟୀ, କୋଲକାତାରୁ ଡୁନ ଏକ୍ସପ୍ରେସ ଆସି  ବାରଣସୀର କେଣ୍ଟ ରେଳ ଷ୍ଟେସନ୍‌ର ୮ ନମ୍ବର ପ୍ଲାଟଫର୍ମରେ ଲାଗିଥିଲା।

ଏତିକିବେଳେ ଏସ୍‌-୪ କୋଚ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଅମରେନ୍ଦ୍ର ନାମକ  ଯୁବକଙ୍କୁ ରକ୍ତବାନ୍ତି ହୋଇଥିଲା। ଆଉ ସେ  ଆର୍‌ପିଏଫ୍‌ କନଷ୍ଟେବଳ ଅମିତ କୁମାର ମିଶ୍ରାଙ୍କୁ ସାହାଯ୍ୟ ମାଗିଥିଲେ। ଅମରେନ୍ଦ୍ରଙ୍କ ଏପରି ପରିସ୍ଥିତିକୁ ସହ୍ୟ କରିପାରି ନଥିଲେ କନଷ୍ଟେବଳ ଅମିତ। ସେ କାଳ ବିଲମ୍ବ ନ କରି ଅମରେନ୍ଦ୍ରଙ୍କୁ ନିଜ ପିଠିରେ ବୋହି ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଅମରେନ୍ଦ୍ରଙ୍କ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାମ୍ସ ଯୋଗେ ଅନ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ଅମିତଙ୍କ ଏହି ମାନବିକତା ପାଇଁ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏହାଛଡ଼ା ଉଚ୍ଚପଦାଧିକାରୀଙ୍କଠାରୁ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳିଥିଲା। ଅମିତ୍‌ଙ୍କ ଏଭିଳ କାର୍ଯ୍ୟ ବାବୁପଣିଆ ଦେଖାଉଥିବା ସେହି ପୋଲିସମାନଙ୍କ ପାଇଁ ଏକ ଉଦାହରଣ ନିଶ୍ଚୟ।

Related story