ଉତ୍ତରାଖଣ୍ଡ: କଂଗ୍ରେସ ନେତ୍ରୀଙ୍କ ପୁଅଙ୍କ ବିରୋଧରେ ଯୁବତୀଙ୍କୁ ମାରପିଟ୍ ଓ ପୋଷାକ ଚିରିବା ଅଭିଯୋଗ

ଡେରାଡୁନ୍: ଉତ୍ତରାଖଣ୍ଡର କଂଗ୍ରେସ ନେତ୍ରୀ ଗୋଦାବରୀ ଥାପଲୀଙ୍କ ପୁଅ ବିକ୍ରାନ୍ତ ଜଣେ ଯୁବତୀଙ୍କୁ ମାରପିଟ୍  କରିବା ଓ ତାଙ୍କର ପୋଷାକ ଚିରି ଦେଇଥିବା ଅଭିଯୋଗ ହୋଇଛି। ଡେରାଡୁନର ଏକ ଥାନାରେ ଏନେଇ ଯୁବତୀ ଜଣଙ୍କ ମାମଲା ରୁଜୁ କରିଛନ୍ତି। ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଗତକାଲି ବିକ୍ରାନ୍ତ ଥାପଲି ତାଙ୍କୁ କାରରେ ବସାଇ ରେସ୍‌କୋର୍ସ ଅଞ୍ଚଳକୁ ନେଇଥିଲେ। ସେଠାରେ ସେ ତାଙ୍କୁ ମାରପିଟ୍  କରିବା ସହ ଅଶାଳୀନ ବ୍ୟବହାର କରିଥିଲେ ଏବଂ ତାଙ୍କ ପୋଷାକ ଚିରି […]

rape

Rakesh Mallick
  • Published: Monday, 11 April 2016
  • , Updated: 11 April 2016, 07:20 AM IST

ଡେରାଡୁନ୍: ଉତ୍ତରାଖଣ୍ଡର କଂଗ୍ରେସ ନେତ୍ରୀ ଗୋଦାବରୀ ଥାପଲୀଙ୍କ ପୁଅ ବିକ୍ରାନ୍ତ ଜଣେ ଯୁବତୀଙ୍କୁ ମାରପିଟ୍  କରିବା ଓ ତାଙ୍କର ପୋଷାକ ଚିରି ଦେଇଥିବା ଅଭିଯୋଗ ହୋଇଛି। ଡେରାଡୁନର ଏକ ଥାନାରେ ଏନେଇ ଯୁବତୀ ଜଣଙ୍କ ମାମଲା ରୁଜୁ କରିଛନ୍ତି।

ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଗତକାଲି ବିକ୍ରାନ୍ତ ଥାପଲି ତାଙ୍କୁ କାରରେ ବସାଇ ରେସ୍‌କୋର୍ସ ଅଞ୍ଚଳକୁ ନେଇଥିଲେ। ସେଠାରେ ସେ ତାଙ୍କୁ ମାରପିଟ୍  କରିବା ସହ ଅଶାଳୀନ ବ୍ୟବହାର କରିଥିଲେ ଏବଂ ତାଙ୍କ ପୋଷାକ ଚିରି ଦେଇଥିଲେ।

ପୋଲିସ୍ କହିଛି, ଘଟଣାକୁ ଭଲ ଭାବରେ ଯାଞ୍ଚ କରାଯିବ। ତା’ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ଏହି ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ।

ଅନ୍ୟ ପକ୍ଷରେ କଂଗ୍ରେସ ନେତ୍ରୀ ଗୋଦାବରୀ ଥାପଲୀ କହିଛନ୍ତି, “ତାଙ୍କ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ତାଙ୍କ ଭିତରେ ଭୁଲ ବୁଝାମଣା ହୋଇଛି।  ଏହି ଘଟଣାକୁ ମଧ୍ୟ ପରିବାର ମଧ୍ୟରେ ସମାଧାନ କରାଯିବ।”

Related story