କରୋନାରୁ ୧୦୦% ସୁରକ୍ଷା ଦେବନି ଟିକା, ମାସ୍କ ପିନ୍ଧିବା ଜରୁରୀ!

ନୂଆଦିଲ୍ଲୀ: ଭାରତ ସମେତ ଏକାଧିକ ରାଷ୍ଟ୍ର କରୋନା ଭାଇରସକୁ ହରାଇବା ପାଇଁ ଟିକା ଉପରେ ନିର୍ଭର କରି ରହିଛନ୍ତି। ଭାରତରେ ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଆସନ୍ତକାଲି କରୋନା ଟିକାର ଡ୍ରାଏରନ ବା ପ୍ରାକ୍‌ ପ୍ରସ୍ତୁତି ଦ୍ୱିତୀୟ ଥର ପାଇଁ କରାଯିବ। ଟିକା ନେଇ ଗଲେ କରୋନାକୁ ସମସ୍ତେ ପରାସ୍ତ କରିଦେବେ ବୋଲି ଆଶା କରିଛନ୍ତି। ହେଲେ ଏସବୁ ଭିତରେ ବିଶେଷଜ୍ଞମାନେ ଓଲଟା କଥା କହିଛନ୍ତି। ବିଶେଷଜ୍ଞଙ୍କ ମତରେ କରୋନା ଭାଇରସରୁ ଟିକା […]

c

Hemant Lenka
  • Published: Thursday, 07 January 2021
  • , Updated: 07 January 2021, 04:27 PM IST

ନୂଆଦିଲ୍ଲୀ: ଭାରତ ସମେତ ଏକାଧିକ ରାଷ୍ଟ୍ର କରୋନା ଭାଇରସକୁ ହରାଇବା ପାଇଁ ଟିକା ଉପରେ ନିର୍ଭର କରି ରହିଛନ୍ତି। ଭାରତରେ ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଆସନ୍ତକାଲି କରୋନା ଟିକାର ଡ୍ରାଏରନ ବା ପ୍ରାକ୍‌ ପ୍ରସ୍ତୁତି ଦ୍ୱିତୀୟ ଥର ପାଇଁ କରାଯିବ।

ଟିକା ନେଇ ଗଲେ କରୋନାକୁ ସମସ୍ତେ ପରାସ୍ତ କରିଦେବେ ବୋଲି ଆଶା କରିଛନ୍ତି। ହେଲେ ଏସବୁ ଭିତରେ ବିଶେଷଜ୍ଞମାନେ ଓଲଟା କଥା କହିଛନ୍ତି। ବିଶେଷଜ୍ଞଙ୍କ ମତରେ କରୋନା ଭାଇରସରୁ ଟିକା ୧୦୦% ସୁରକ୍ଷା ଦେଇ ପାରିବ ନାହିଁ। କରୋନା ଠାରୁ ବଞ୍ଚିବାକୁ ହେଲେ ସମସ୍ତଙ୍କୁ ପୂର୍ବଭଳି ମାସ୍କ ପିନ୍ଧିବା ଜରୁରୀ ବୋଲି ସେମାନେ ମତ ଦେଇଛନ୍ତି।

ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲର କ୍ରିଟିକାଲ ୟୁନିଟ୍‌ର ହେଡ ଡା. ଭାରେଶ ଦେଧିଆ କହିଛନ୍ତି, ଆମକୁ ଆହୁରି ୬ରୁ ୧୨ ମାସ ଯାଏ ସତର୍କ ରହିବାକୁ ପଡ଼ିବ। ତା’ ପୂର୍ବରୁ ଆମେ କରୋନା ବିରୋଧରେ କରୁଥିବା ଲଢ଼େଇରେ ଆଦୌ ଢିଲା ପଣ ଆପଣାଇ ପାରିବା ନାହିଁ। ଏବେ ଭାରତରେ ଟିକାକରଣ ପାଇଁ ପ୍ରକ୍ରିୟାକୁ ଜୋରଦାର କରାଯାଇଛି।

ଡିସିଜିଆଇ କୋଭାକ୍ସିନ ଓ କୋଭିସିଲ୍ଡର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ୨୦୨୨ର ପ୍ରଥମ ଭାଗ ବେଳକୁ ହିଁ ଦେଶର ଅଧିକାଂଶ ଲୋକଙ୍କୁ ଟିକା ଦିଆଯାଇଥିବ। ସେ ଯାଏ ଆମକୁ ପୂର୍ବଭଳି ସତର୍କ ରହିବାକୁ ପଡ଼ିବ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ବାହାରେ ବୁଲାବୁଲି କମ କରିବା ଉପରେ ଆମକୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

Jaslok Hospital and Research Centreର ସଂକ୍ରାମକ ରୋଗର ବିଶେଷଜ୍ଞ ଡା ମାଲା ଭି କାନେରିଆ କହିଛନ୍ତି କରୋନାରୁ ବର୍ତ୍ତିବା ପାଇଁ ଯଦି ଜଣେ ବ୍ୟକ୍ତି ଟିକା ନେଇଛନ୍ତି, ତା’ହେଲେ ବି ତାଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ। କାରଣ ଟିକା ଯେ କରୋନା ଭାଇରସକୁ ୧୦୦% ମାତ୍‌ ଦେଇପାରିବ, ତା’ର କୌଣସି ଗ୍ୟାରେଣ୍ଟି ନାହିଁ।

ସେହିପରି କରୋନା ରୂପ ବଦଳାଉ ଥିବାରୁ ଟିକା କେତେ ଫଳପ୍ରଦ ହେବ, ତା’ହା କହିବା ମୁସ୍କିଲ। ଟିକା ନେବାର ପ୍ରାୟ ୧୪ ଦିନ ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଥାଏ। ଏହା ପୂର୍ବରୁ ଯଦି ଟିକା ନେଇଥିବା ବ୍ୟକ୍ତି ଭାଇରସ ସଂସ୍ପର୍ଶରେ ଆସନ୍ତି, ତା’ହେଲେ ସେ ସଂକ୍ରମିତ ମଧ୍ୟ ହୋଇଯିବେ। ତେଣୁ ମାସ୍କ ହିଁ କରୋନାରୁ ବର୍ତ୍ତିବାକୁ ଏକ ଉପାୟ ବୋଲି ସେ କହିଛନ୍ତି।

ଟିକାକରଣ ବେଳେ ଭାରତ ସମ୍ମୁଖୀନ ହେବାକୁ ଥିବା ଚ୍ୟାଲେଞ୍ଜ ସମ୍ପର୍କରେ ଡା. କାନେରିଆ କହିଛନ୍ତି, “ଟିକାକରଣ କରିବା ଏତେ ସହଜ ନୁହେଁ। ଏହା ବହୁତ ବଡ଼ ଘଟଣା। ବିଶେଷ କରି ରାଜ୍ୟମାନଙ୍କର ଭୂମିକା ଟିକାକରଣ ବେଳେ ବେଶ ଗୁରୁତ୍ୱପୂର୍ଣ୍ଣ। ଭାରତ ଭଳି ବିଶାଳ ଦେଶରେ ଟିକାକରଣ ଆଦୌ ସହଜ ହେବନାହିଁ। ଏହି ଟିକାକରଣ ଉପରେ ଅନେକ ଲୋକ ସନ୍ଦେହ ମଧ୍ୟ ପ୍ରକାଶ କରିପାରନ୍ତି।”

ଡା ଲାନ୍ସେଲୋଟ ପିଣ୍ଟୋ କହିଛନ୍ତି, କୌଣସି ଟିକା ୧୦୦% ପ୍ରଭାବୀ ନୁହନ୍ତି। ଅକ୍ସଫୋର୍ଡ ଟିକାର ଦୁଇଟି ଡୋଜ୍‌ କରୋନା ବିରୋଧରେ ୭୦% ପ୍ରଭାବୀ ବୋଲି ଜଣାପଡ଼ିଛି। ସେହିପରି କୋଭାକ୍ସିନର ପ୍ରଭାବ କ’ଣ ରହିବ, ସେକଥା କାହାକୁ ବି ଜଣାନାହିଁ। ତେଣୁ ଟିକା ନେବା ପରେ ବି ସଂକ୍ରମିତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେଣୁ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ବୋଲି ସେ କହିଛନ୍ତି।

Related story