ବାଜପେୟୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ, ଆଶୁ ଆରୋଗ୍ୟ ପାଇଁ ଦେଶବ୍ୟାପୀ ପ୍ରାର୍ଥନା 

ନୂଆଦିଲ୍ଲୀ: ଏମସରେ ସଂକଟାପନ୍ନ ସ୍ଥିତିରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବାକୁ ଦେଶବ୍ୟାପୀ ଉତ୍ସୁକତା ପ୍ରକାଶ ପାଇଛି। ଦଳ ମତ ନିର୍ବିଶେଷରେ ବହୁ ବରିଷ୍ଠ ରାଜନୀତିକ ନେତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଗୃହମନ୍ତ୍ରୀ ରାଜନାଥ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଏଲକେ ଆଡଭାନୀଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଆଜି ସକାଳୁ ଏମସରେ ପହଞ୍ଚି ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା […]

170044-vajpayee-health

Ordigital Desk
  • Published: Thursday, 16 August 2018
  • , Updated: 16 August 2018, 11:46 AM IST

ନୂଆଦିଲ୍ଲୀ: ଏମସରେ ସଂକଟାପନ୍ନ ସ୍ଥିତିରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବାକୁ ଦେଶବ୍ୟାପୀ ଉତ୍ସୁକତା ପ୍ରକାଶ ପାଇଛି। ଦଳ ମତ ନିର୍ବିଶେଷରେ ବହୁ ବରିଷ୍ଠ ରାଜନୀତିକ ନେତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଗୃହମନ୍ତ୍ରୀ ରାଜନାଥ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଏଲକେ ଆଡଭାନୀଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଆଜି ସକାଳୁ ଏମସରେ ପହଞ୍ଚି ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଖୁବଶୀଘ୍ର ଏମସରେ ଆସି ପହଞ୍ଚିବେ ବୋଲି ସୂଚନା ମିଳିଛି। ସେ ଗତ ରାତିରେ ଏମସ ଯାଇ ସେଠାରେ ପ୍ରାୟ ୫୦ ମିନିଟ ରହିଥିଲେ।

କିଛି ସମୟ ପୂର୍ବରୁ ପ୍ରକାଶିତ ଏମସର ବୁଲେଟିନ ଅନୁଯାୟୀ ବାଜପେୟୀଙ୍କ ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। ତାଙ୍କୁ ଏବେ ବି ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ତାଙ୍କ ଅବସ୍ଥା ଅତି ଗମ୍ଭୀର ରହିଥିବା ବୁଲେଟିନରେ କୁହାଯାଇଛି। ପରବର୍ତ୍ତୀ ବୁଲେଟିନ ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ।

Related story