ଭୁଶୁଡ଼ି ପଡ଼ିଲା ବିଦ୍ୟୁତ ଖୁଣ୍ଟ, ଡ୍ରାଇଭର ମୃତ

ଚେନ୍ନାଇ: ପୁଣି ଥରେ ପ୍ରଶାସନର ଅବହେଳା ଯୋଗୁ ଚେନ୍ନାଇରେ ଜଣେ ନିରୀହ ଲୋକର ଜୀବନ ଯାଇଛି। କିଛି ଦିନ ତେଳେ ରାସ୍ତା କଡ଼ରେ ଲାଗିଥିବା ବେଆଇନ୍‌ ହୋର୍ଡିଂ ଖସି ଜଣେ ୨୩ ବର୍ଷୀୟ ଯୁବତୀ ପ୍ରାଣ ହରାଇଥିଲେ। ଏବେ ରାସ୍ତା କଡ଼ରେ ପୋତା ଯାଇଥିବା ସିମେଣ୍ଟ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡ଼ିବାରୁ ଜଣେ ଟ୍ରକ୍‌ ଟ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭରଙ୍କ ନାଁ ସେତୁରାଜ। ସେ ଚିତଲପାକ୍କମ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବୁଲୁଥିବା କୁକୁରମାନଙ୍କୁ […]

s

Hemant Lenka
  • Published: Tuesday, 17 September 2019
  • , Updated: 17 September 2019, 02:02 PM IST

ଚେନ୍ନାଇ: ପୁଣି ଥରେ ପ୍ରଶାସନର ଅବହେଳା ଯୋଗୁ ଚେନ୍ନାଇରେ ଜଣେ ନିରୀହ ଲୋକର ଜୀବନ ଯାଇଛି। କିଛି ଦିନ ତେଳେ ରାସ୍ତା କଡ଼ରେ ଲାଗିଥିବା ବେଆଇନ୍‌ ହୋର୍ଡିଂ ଖସି ଜଣେ ୨୩ ବର୍ଷୀୟ ଯୁବତୀ ପ୍ରାଣ ହରାଇଥିଲେ। ଏବେ ରାସ୍ତା କଡ଼ରେ ପୋତା ଯାଇଥିବା ସିମେଣ୍ଟ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡ଼ିବାରୁ ଜଣେ ଟ୍ରକ୍‌ ଟ୍ରାଇଭରଙ୍କ ମୃତ୍ୟୁ ଘଟିଛି।

ମୃତ ଡ୍ରାଇଭରଙ୍କ ନାଁ ସେତୁରାଜ। ସେ ଚିତଲପାକ୍କମ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବୁଲୁଥିବା କୁକୁରମାନଙ୍କୁ ଖାଇବାକୁ ଦେବାକୁ ଯାଉଥିଲେ। ଏହି ସମୟରେ ସେଠାରେ ଥିବା ଏକ ସିମେଣ୍ଟ ବିଦ୍ୟୁତ୍‌ ଖୁଣ୍ଟ ଭୁଶୁଡ଼ି ପଡ଼ିଥିଲା।

ସେତୁରାଜଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ସିମେଣ୍ଟ ଖୁଣ୍ଟଟି ବିପଦଜ୍ଜନ ସ୍ଥିତିରେ ଥିବାରୁ ଦୀର୍ଘଦିନ ହେଲାଣି ସ୍ଥାନୀୟ ଲୋକମାନେ ଅଭିଯୋଗ କରି ଆସୁଥିଲେ। ହେଲେ ପ୍ରଶାସନ ପକ୍ଷରୁ ଏହାର ମରାମତି କରାଯାଇ ନଥିଲା। ଫଳରେ ଏବେ ଏହି ସିମେଣ୍ଟ ଖୁଣ୍ଟ ଜଣଙ୍କ ଜୀବନ ନେଇଯାଇଛି।

Related story