ଦେଖନ୍ତୁ କେମିତି ଉଛୁଳା ନଈ ମଝିରେ ଫସିଥିବା ୨ଜଣ ଉଦ୍ଧାର ହେଲେ

ଜମ୍ମୁ: ପାଦେ ପାଦେ ଥିଲା ବିପଦ। ଚାରିଆଡ଼େ କେବଳ ପାଣି ହିଁ ପାଣି। ବନ୍ୟାର ପ୍ରଖର ସ୍ରୋତ ଓ ମଝି ନଦୀରେ ଥିବା ନିର୍ମାଣାଧୀନ କଂକ୍ରିଟ ୱାଲ ଉପରେ ୨ ଜଣ ବ୍ୟକ୍ତି ଫସି ରହିଥିଲେ। ଦୀର୍ଘ ୩୦ ମିନିଟ୍‌ର ଲୋମଟାଙ୍କୁରା ପ୍ରଚେଷ୍ଟା ପରେ ବାୟୁସେନା ଉଭୟଙ୍କୁ ପାଣି ମଝିରୁ ସୁରକ୍ଷିତ ଉଦ୍ଧାର କରିଛି। ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଚାରିଆଡ଼ୁ ବାୟୁସେନାକୁ ପ୍ରଶଂସା କରାଯାଇଛି। ଜମ୍ମୁ-କଶ୍ମୀରର ତାୱି ନଦୀରେ ୪ […]

w

Hemant Lenka
  • Published: Monday, 19 August 2019
  • , Updated: 19 August 2019, 03:40 PM IST

ଜମ୍ମୁ: ପାଦେ ପାଦେ ଥିଲା ବିପଦ। ଚାରିଆଡ଼େ କେବଳ ପାଣି ହିଁ ପାଣି। ବନ୍ୟାର ପ୍ରଖର ସ୍ରୋତ ଓ ମଝି ନଦୀରେ ଥିବା ନିର୍ମାଣାଧୀନ କଂକ୍ରିଟ ୱାଲ ଉପରେ ୨ ଜଣ ବ୍ୟକ୍ତି ଫସି ରହିଥିଲେ। ଦୀର୍ଘ ୩୦ ମିନିଟ୍‌ର ଲୋମଟାଙ୍କୁରା ପ୍ରଚେଷ୍ଟା ପରେ ବାୟୁସେନା ଉଭୟଙ୍କୁ ପାଣି ମଝିରୁ ସୁରକ୍ଷିତ ଉଦ୍ଧାର କରିଛି। ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଚାରିଆଡ଼ୁ ବାୟୁସେନାକୁ ପ୍ରଶଂସା କରାଯାଇଛି।

ଜମ୍ମୁ-କଶ୍ମୀରର ତାୱି ନଦୀରେ ୪ ଜଣ ବ୍ୟକ୍ତି ମାଛ ଧରୁଥିବା ବେଳେ ହଠାତ୍‌ ବନ୍ୟା ପାଣି ମାଡ଼ି ଆସିଥିଲା। ଫଳରେ ସମସ୍ତେ ନଦୀ ମଝିରେ ଫସି ଯାଇଥିଲେ। ଏମାନଙ୍କ ମଧ୍ୟରୁ ଦୁଇ ଜଣ ବନ୍ୟା ସ୍ରୋତରୁ ନିଜକୁ ରକ୍ଷା କରିବା ପାଇଁ ନଦୀ ମଝିରେ ଏକ ଅର୍ଦ୍ଧ ନିର୍ମିତ ବ୍ରିଜ୍‌ ଉପରେ ଆଶ୍ରୟ ନେଇଥିଲେ।

ଅନ୍ୟ ଦୁଇ ଜଣ ବ୍ୟକ୍ତି ପ୍ରଖର ନଦୀ ସ୍ରୋତରେ ପହଁରି ସୁରକ୍ଷିତ ଭାବେ କୂଳକୁ ଆସିବାକୁ ସକ୍ଷମ ହୋଇଥିଲେ। ଏହି ଖବର ବାୟୁସେନା ପାଖରେ ପହଞ୍ଚିବା କ୍ଷଣି ଆରମ୍ଭ ହୋଇଥିଲା ଅପରେସନ। ହେଲିକପ୍ଟର ଦ୍ୱାରା ବାୟୁସେନାର ଜଣେ ଯବାନ ଦୀର୍ଘ ୩୦ ମିନିଟ୍‌ କାଳ ଅକ୍ଳାନ୍ତ ପରିଶ୍ରମ କରି ଫସିଯାଇଥିବା ଦୁଇ ଜଣ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥିଲେ।

ଏହାପରେ ଯବାନ ଜଣଙ୍କ ଉଭୟଙ୍କୁ ହେଲିକପ୍ଟରୁ ଲମ୍ବିଥିବା କ୍ଲାମ୍ପରେ ବାନ୍ଧିଥିଲେ। ଏହାପରେ ଉଭୟଙ୍କୁ ହେଲିକପ୍ଟର ଉପରକୁ ନିଆଯାଇଥିଲା।

ଦେଖନ୍ତୁ ଭିଡିଓ

https://youtu.be/It5JG-SYdZE

Related story