ଭୟଙ୍କର ଭିଡିଓ: କଲେଜ ସାମ୍ନାରେ ଛାତ୍ରୀଙ୍କୁ ଗୁଳି କଲା ଯୁବକ

ଫରିଦାବାଦ: ସ୍ପଷ୍ଟ ଦିବାଲୋକରେ ଜଣେ ୨୧ ବର୍ଷୀୟ ଛାତ୍ରୀଙ୍କୁ ତାଙ୍କ କଲେଜ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି। ଜଣେ ଯୁବକ ଛାତ୍ରୀ ଜଣଙ୍କୁ ପ୍ରଥମେ କାର୍‌ରେ ଜୋରଜବରଦସ୍ତ ବସାଇବାକୁ ଚେଷ୍ଟା କରି ବିଫଳ ହେବାରୁ ତାଙ୍କୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି କରିଦେଇଛି। ଏହି ଭୟଙ୍କର ଗୁଳିକାଣ୍ଡର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ହରିଆଣାର ଫରିଦାବାଦ ଜିଲ୍ଲା ବଲ୍ଲଭଗଡ଼ ନିକଟରେ ଘଟିଥିବା ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି। […]

gf

Hemant Lenka
  • Published: Tuesday, 27 October 2020
  • , Updated: 27 October 2020, 03:59 PM IST

ଫରିଦାବାଦ: ସ୍ପଷ୍ଟ ଦିବାଲୋକରେ ଜଣେ ୨୧ ବର୍ଷୀୟ ଛାତ୍ରୀଙ୍କୁ ତାଙ୍କ କଲେଜ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି। ଜଣେ ଯୁବକ ଛାତ୍ରୀ ଜଣଙ୍କୁ ପ୍ରଥମେ କାର୍‌ରେ ଜୋରଜବରଦସ୍ତ ବସାଇବାକୁ ଚେଷ୍ଟା କରି ବିଫଳ ହେବାରୁ ତାଙ୍କୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି କରିଦେଇଛି। ଏହି ଭୟଙ୍କର ଗୁଳିକାଣ୍ଡର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ହରିଆଣାର ଫରିଦାବାଦ ଜିଲ୍ଲା ବଲ୍ଲଭଗଡ଼ ନିକଟରେ ଘଟିଥିବା ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି।

ଅପରାହ୍ନ ୪.୩୦ରେ ଘଟଣାଟି ଘଟିଛି। ମୃତ ଛାତ୍ରୀ ଜଣଙ୍କ ନାଁ ନିକିତା ତୋମାର। ସେ ସୋମବାର ପରୀକ୍ଷା ଦେବାକୁ କଲେଜ ଯାଇଥିଲେ। ସେ ପରୀକ୍ଷା ଦେଇ କଲେଜରୁ ବାହାରିବାକୁ ଥିବାରୁ ଅଭିଯୁକ୍ତ ତୌସୀଫ ଓ ରେହାନ ପୂର୍ବରୁ ହିଁ କାର ଧରି ବାହାରେ ଅପେକ୍ଷା କରିଥିଲେ।

ନିକିତା ଓ ତୌସୀଫ ପରସ୍ପରକୁ ଭଲ ଭାବେ ଜାଣିଥିଲେ। ୨୦୧୮ରେ ତୌସୀଫ ଥରେ ନିକିତାଙ୍କୁ ଅପହରଣ କରିଥିଲା। ତେବେ ପରବର୍ତ୍ତୀ ସମୟରେ ମାମଲାର ଆପୋଷ ବୁଝାମଣା ହୋଇଯାଇଥିଲା।
https://twitter.com/i/status/1320926170716663808

ସୋମବାର ନିକିତା ତାଙ୍କ ସାଙ୍ଗ ସହ କଲେଜରୁ ବାହାରି କାର୍‌ ପାଖରେ ପହଞ୍ଚିଥିଲେ। ଏହି ସମୟରେ ତୌସୀଫ ଛାତ୍ରୀ ନିକିତାଙ୍କୁ କାର୍‌ରେ ବସାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ପ୍ରତିବାଦ କରିବାରୁ ତୌସୀଫ ନିଜ ପାଖରେ ରଖିଥିବା ବନ୍ଧକରୁ ନିକିତାଙ୍କ ଉପରକୁ ଗୁଳି ଚଳାଇଥିଲେ।

ଗୁଳି କରିବା ବେଳେ ରାସ୍ତାରେ ଗାଡ଼ି ମଟର ଓ ଲୋକ ଯିବା ଆସିବା କରୁଥିଲେ। ହେଲେ କେହି ବି ପ୍ରତିବାଦ କରି ନଥିଲେ। ଗୁଳି କରିବା ପରେ ତୌସୀଫ ଓ ରେହାନ ଘଟଣାସ୍ଥଳରୁ କାର୍‌ ଧରି ଫେରାର ହୋଇଯାଇଥିଲେ। ନିକିତାଙ୍କୁ ତାଙ୍କ ବାନ୍ଧବୀଙ୍କ ସହାୟତାରେ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣାକୁ ବିରୋଧ କରି ନିକିତାଙ୍କୁ ନ୍ୟାୟ ଦାବିରେ ଶହଶହ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଘଟଣାର ୨୦ ଘଣ୍ଟା ପରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ତୌସୀଫ ଓ ଏହାପରେ ରେହାନଙ୍କୁ ଗିରଫ କରିଛି।

ଘଟଣାକୁ ବିରୋଧ କରି ଫରିଦାବାଦ ଓ ମଥୁରା ରାସ୍ତାକୁ ଲୋକମାନେ ବନ୍ଦ କରିଦେଇଥିଲେ। ଏହାକୁ ନେଇ ବିବାଦ ବଢ଼ିବାରୁ ହରିଆଣା ସରକାର ଘଟଣାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହରିଆଣା ଗୃହମନ୍ତ୍ରୀ ଅନୀଲ ବିଜ କହିଛନ୍ତି, ଘଟଣାରେ ସଂପୃକ୍ତ ଥିବା ଦୁଇ ଦୁର୍ବୃତ୍ତଙ୍କୁ ପୁଲିସ୍‌ ଗିରଫ କରିସାରିଛି।

ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ ହୋଇଛି। ଏବେ ଘଟଣାର ତ୍ୱରିତ ତଦନ୍ତ ପାଇଁ ଏସିପି କ୍ରାଇମ ଅନୀଲ କୁମାରଙ୍କ ନେତୃତ୍ୱରେ ଏସଆଇଟି ଗଠନ କରାଯାଇଛି। ପରିବାର ଲୋକଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

ଅନ୍ୟପକ୍ଷରେ ପୁଲିସ୍‌ ଘଟଣା ସ୍ଥଳରେ ଉପସ୍ଥିତ ଥିବା ନିକିତାଙ୍କ ସାଙ୍ଗଙ୍କ ବୟାନ ରେକର୍ଡ କରିଛି।

Related story