ପୁଲିସ ହେପାଜତରେ ଥିବା ପ୍ରଭାତ କରୋନାରେ ଆକ୍ରାନ୍ତ

କାନପୁର: ପୁଲିସ ଦ୍ୱାରା ଗିରଫ ହୋଇଥିବା ଉତ୍ତର ପ୍ରଦେଶର କୁଖ୍ୟାତ ଅପରାଧୀ ବିକାଶ ଦୁବେର ସହଯୋଗୀ ପ୍ରଭାତ କରୋନାରେ ଆକ୍ରାନ୍ତ। ହରିଆଣାର ଫରିଦାବାଦରେ ପ୍ରଭାତ ଏବଂ ଅନ୍ୟ ଦୁଇ ଜଣ ଅଙ୍କୁର ଏବଂ ଶ୍ରବଣ ଲୁଚିଥିବା ବେଳେ ସ୍ଥାନୀୟ ପୁଲିସ ଗିରଫ କରିଛି। ପ୍ରଭାତ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିବା ବେଳେ ଅନ୍ୟ ଦୁଇ ଜଣ ଆକ୍ରାନ୍ତ ହୋଇନଥିବା ସ୍ପଷ୍ଟ ହୋଇଛି। ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଏହି ଦୁଇ ଜଣଙ୍କୁ ପଠା ଯାଇଥିବା ବେଳେ […]

PRABHAT, VIKASH DUBEY ADIE

PRABHAT, VIKASH DUBEY ADIE

Subhransu Sekhar
  • Published: Wednesday, 08 July 2020
  • Updated: 08 July 2020, 08:55 PM IST

Sports

Latest News

କାନପୁର: ପୁଲିସ ଦ୍ୱାରା ଗିରଫ ହୋଇଥିବା ଉତ୍ତର ପ୍ରଦେଶର କୁଖ୍ୟାତ ଅପରାଧୀ ବିକାଶ ଦୁବେର ସହଯୋଗୀ ପ୍ରଭାତ କରୋନାରେ ଆକ୍ରାନ୍ତ। ହରିଆଣାର ଫରିଦାବାଦରେ ପ୍ରଭାତ ଏବଂ ଅନ୍ୟ ଦୁଇ ଜଣ ଅଙ୍କୁର ଏବଂ ଶ୍ରବଣ ଲୁଚିଥିବା ବେଳେ ସ୍ଥାନୀୟ ପୁଲିସ ଗିରଫ କରିଛି। ପ୍ରଭାତ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିବା ବେଳେ ଅନ୍ୟ ଦୁଇ ଜଣ ଆକ୍ରାନ୍ତ ହୋଇନଥିବା ସ୍ପଷ୍ଟ ହୋଇଛି। ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଏହି ଦୁଇ ଜଣଙ୍କୁ ପଠା ଯାଇଥିବା ବେଳେ ପ୍ରଭାତକୁ ୨୪ ଘଣ୍ଟା ପାଇଁ ପୁଲିସ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଫରିଦାବାଦରେ ଜଣେ ବ୍ୟକ୍ତି ଅପରାଧୀ ବିକାଶ ପାଇଁ ହୋଟେଲରେ ରୁମ୍ ବୁକ୍ କରିବାକୁ ଚେଷ୍ଟା କରୁଥିଲା। ଯାହାର ଭିଡିଓ ସଙ୍ଗେସଙ୍ଗେ ଭାଇରାଲ ହୋଇଥିଲା। ତେବେ ପୁଲିସ ପହଞ୍ଚିବା ବେଳକୁ ସଂପୃକ୍ତ ବ୍ୟକ୍ତି ଫେରାର ହୋଇ ଯାଇଥିଲା ବୋଲି ଜଣାପଡ଼ିଛି।

ମଙ୍ଗଳବାର ବିକାଶ ଏବଂ ପ୍ରଭାତ ଫରିଦାବାଦର ଗୋଟିଏ ଘରେ ଲୁଚିଥିବା ଜଣାପଡ଼ିଥିଲା। ଏହାପରେ ମଙ୍ଗଳବାର ରାତିରେ ପୁଲିସ ସଂପୃକ୍ତ ଘର ଉପରେ ରେଡ୍ କରିଥିଲା। ପୁଲିସ କବାଟ ଖୋଲିବାକୁ ଚେଷ୍ଟା କରିଥିଲା ହେଲେ ବିକାଶ ପୁଲିସ ଉପରକୁ ଗୁଳି କରି ଖସି ପଳାଇଥିଲା ବୋଲି ଜଣାପଡ଼ିଛି। ଆଉ ପ୍ରଭାତକୁ ପୁଲିସ ଗିରଫ କରିଥିଲା। ସେହିପରି ସେହି ଘରେ ଲୁଚିଥିବା ଅନ୍ୟ ଦୁଇ ଜଣଙ୍କୁ ପରେ ପୁଲିସ ଗିରଫ କରିଥିଲା।

ଉତ୍ତର ପ୍ରଦେଶର ଆଠ ପୁଲିସକୁ ହତ୍ୟା କରିଥିବାର ଅଭିଯୋଗ ରହିଛି ବିକାଶ ନାମରେ। ଏମିତିକି ବିକାଶ ନାମରେ ୭୦ରୁ ଅଧିକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ବିକାଶ ବାବଦରେ ସୂଚନା ଦେବା ପାଇଁ ଉତ୍ତର ପ୍ରଦେଶ ସରକାର ୫ ଲକ୍ଷ ଟଙ୍କାର ଆର୍ଥିକ ରାଶି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos