ସୀମା ଲଙ୍ଘିଲା ପାକିସ୍ତାନ, ରଜୌରୀରେ ଗୁଳି ବର୍ଷା

ରଜୌରୀ: ଗୋଟିଏ ଦିନର ବ୍ୟବଧାନ ପରେ ପୁଣିଥରେ ସୀମା ଲଙ୍ଘିଛି ପଡ଼ୋଶୀ ପାକିସ୍ତାନ। ଭାରତରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବା ପାଇଁ ଆଜି ସକାଳୁ ପାକିସ୍ତାନ ସେନା ଜମ୍ମୁ-କଶ୍ମୀରର ରଜୌରୀ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିଛି। ପାକିସ୍ତାନ ସେନା କେବଳ ଭାରତୀୟ ସେନା ପୋଷ୍ଟ ନୁହେଁ ବରଂ ସୀମା ନିକଟରେ ଥିବା ଜନବସତିକୁ ଟାର୍ଗେଟ କରି ଗୁଳିମାଡ଼ କରିଛନ୍ତି। ପାକ୍‌ ପକ୍ଷରୁ ମାଡ଼ ହୋଇଥିବା ମୋର୍ଟାର ଓ ଗୁଳି […]

er

Hemant Lenka
  • Published: Monday, 08 July 2019
  • , Updated: 08 July 2019, 05:33 PM IST

ରଜୌରୀ: ଗୋଟିଏ ଦିନର ବ୍ୟବଧାନ ପରେ ପୁଣିଥରେ ସୀମା ଲଙ୍ଘିଛି ପଡ଼ୋଶୀ ପାକିସ୍ତାନ। ଭାରତରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବା ପାଇଁ ଆଜି ସକାଳୁ ପାକିସ୍ତାନ ସେନା ଜମ୍ମୁ-କଶ୍ମୀରର ରଜୌରୀ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିଛି।

ପାକିସ୍ତାନ ସେନା କେବଳ ଭାରତୀୟ ସେନା ପୋଷ୍ଟ ନୁହେଁ ବରଂ ସୀମା ନିକଟରେ ଥିବା ଜନବସତିକୁ ଟାର୍ଗେଟ କରି ଗୁଳିମାଡ଼ କରିଛନ୍ତି। ପାକ୍‌ ପକ୍ଷରୁ ମାଡ଼ ହୋଇଥିବା ମୋର୍ଟାର ଓ ଗୁଳି ମାଡ଼ରେ ସ୍ଥାନୀୟ ଗାଁରେ ରହୁଥିବା ସରୋପ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସେନା ପକ୍ଷରୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଭାରତୀୟ ସେନା ମଧ୍ୟ ଏହାର ଦୃଢ଼ ଜବାବ ଦେଇଥିଲା।

ଗତ ଶନିବାର ମଧ୍ୟ ପାକ ସେନା ନୌସେରା ସେକ୍ଟରର ରୋମାଲି ଧାରାଠାରେ ଗୁଳିମାଡ଼ କରିଥିଲା। ଏଥିରେ ଦୁଇ ଜଣ ଭାରତୀୟ ଯବାନ ଆହତ ହୋଇଥିଲେ।

Related story