ରିଙ୍ଗ୍ ଟୋନ୍‌ ସହ ତାଳ ଦେଇ ଡ୍ୟାନ୍ସ କରୁଛି ଚଢ଼େଇ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଆଜିର ଯୁବପିଢ଼ୀ ଇଣ୍ଟରନେଟ ସହ ଏତେ ମାତ୍ରାରେ ଜଡ଼ିତ ହୋଇଗଲେଣି ଯେ ରାତିକ ସମୟ ବି ସେମାନଙ୍କ ପାଇଁ ନିଅଣ୍ଟ ପଡ଼ିଯାଉଛି। କେହି କେହି ସକାଳ ପର୍ଯ୍ୟନ୍ତ ମଧ୍ୟ ମୋବାଇଲ ବ୍ୟବହାର କରୁଛନ୍ତି। ଡେରିରେ ଶେଇବା କାରଣରୁ ସକାଳୁ ଉଠିବା କଷ୍ଟକର ହୋଇଯାଏ। ତେଣୁ ଶୀଘ୍ର ଉଠିବା ପାଇଁ ଆଲାରାମର ବ୍ୟବହାର କରାଯାଉଛି। ଏଥିପାଇଁ ମୋବାଇଲରେ ଥିବା ବିଭିନ୍ନ ପ୍ରକାରର ରିଙ୍ଗଟୋନକୁ ବ୍ୟବହାର କରାଯାଏ। ସେହି ରିଙ୍ଗଟୋନକୁ ନେଇ ଏକ ମଜାଳିଆ ଭିଡିଓ ସୋଶାଲ […]

t

Hemant Lenka
  • Published: Wednesday, 15 July 2020
  • , Updated: 15 July 2020, 01:37 PM IST

ନୂଆଦିଲ୍ଲୀ : ଆଜିର ଯୁବପିଢ଼ୀ ଇଣ୍ଟରନେଟ ସହ ଏତେ ମାତ୍ରାରେ ଜଡ଼ିତ ହୋଇଗଲେଣି ଯେ ରାତିକ ସମୟ ବି ସେମାନଙ୍କ ପାଇଁ ନିଅଣ୍ଟ ପଡ଼ିଯାଉଛି। କେହି କେହି ସକାଳ ପର୍ଯ୍ୟନ୍ତ ମଧ୍ୟ ମୋବାଇଲ ବ୍ୟବହାର କରୁଛନ୍ତି। ଡେରିରେ ଶେଇବା କାରଣରୁ ସକାଳୁ ଉଠିବା କଷ୍ଟକର ହୋଇଯାଏ।

ତେଣୁ ଶୀଘ୍ର ଉଠିବା ପାଇଁ ଆଲାରାମର ବ୍ୟବହାର କରାଯାଉଛି। ଏଥିପାଇଁ ମୋବାଇଲରେ ଥିବା ବିଭିନ୍ନ ପ୍ରକାରର ରିଙ୍ଗଟୋନକୁ ବ୍ୟବହାର କରାଯାଏ। ସେହି ରିଙ୍ଗଟୋନକୁ ନେଇ ଏକ ମଜାଳିଆ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ସକାଳ ସମୟରେ ସୁଟିଙ୍ଗ ହୋଇଥିବା ଭଳି ମନେହେଉଛି।

ଏହି ଭିଡିଓଟିରେ ଗୋଟିଏ ଚଢ଼େଇ(ଧଳା ରଙ୍ଗର ଶୁଆ ଭଳି ଦେଖାଯାଉଛି) ବିଭିନ୍ନ ପ୍ରକାରର ରିଙ୍ଗ ଟୋନ୍‌ର ତାଳ ଦେଇ ନାଚୁଥିବାର ଦେଖିବାକୁ ମିଳୁଛି।

ଭିଡିଓଟିରେ ଜଣେ ବ୍ୟକ୍ତି ତାଙ୍କର ଫୋନରେ ଆଲାରାମ ରିଙ୍ଗ ଟୋନକୁ ପରିବର୍ତ୍ତନ କରୁଛନ୍ତି। ଟୋନ ବଦଳିବା ମାତ୍ରେ ଚଢ଼େଇଟି  ସମତାଳରେ ନାଚୁଛି।

https://twitter.com/i/status/1283190223623663616

ବାସ୍କେଟବଲ ଖେଳାଳି ରେକ୍ସ ଚାପମ୍ୟାନ ନାମକ ଜଣେ ବ୍ୟକ୍ତି ଟ୍ୱିଟରରେ ଏହି ଭିଡିଓଟି ପୋଷ୍ଟ କରିଛନ୍ତି। ସେ ଏହାର କ୍ୟାପସନରେ ଲେଖିଛନ୍ତି ଯେ "ଠିକ ଅଛି, ଏହି ଚଢ଼େଇଟି ବିଭିନ୍ନ ଆଲାରାମ ରିଙ୍ଗ ଟୋନରେ ଏକାଧିକ ନୃତ୍ୟ କରିବା ନିଶ୍ଚିତ ଭାବରେ ଆକର୍ଷଣୀୟ ।”

ଭିଡିଓଟି ଟ୍ୱିଟରରେ ଶେୟାର ହେବାପରେ ଭାଇରାଲ ହେବାରେ ଲାଗିଛି। ଏହାକୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୧୫ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

Related story