ବ୍ୟାପମ୍ ଦୁର୍ନୀତି: ତଦନ୍ତକାରୀ ଦଳକୁ ସହଯୋଗ କରୁଥିବା ଡାକ୍ତର ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ\ଭୋପାଳ: ନୂଆ ମୋଡ଼ ନେଇଛି ମଧ୍ୟପ୍ରଦେଶର ମେଡିକାଲ୍ କଲେଜରେ ନାମଲେଖା ଦୁର୍ନୀତି ବା ବ୍ୟାପମ୍ ଦୁର୍ନୀତି ମାମଲା। ବ୍ୟାପମ୍ ଦୁର୍ନୀତି ଘଟଣାର ଖବର ସଂଗ୍ରହ କରୁଥିବା ଖବରଦାତା ଅକ୍ଷୟ ସିଂହଙ୍କ ରହସ୍ୟଜନକ ମୃତ୍ୟୁ ହେବାର ଗୋଟିଏ ଦିନ ପରେ ଜବଲପୁର ମେଡିକାଲ କଲେଜର ଡିନ ଅରୁଣ ଶର୍ମାଙ୍କ ମୃତ ଶରୀର ଦିଲ୍ଲୀର ଏକ ହୋଟେଲରୁ ମିଳିଛି। ଡାକ୍ତର ଶର୍ମାଙ୍କ ମୃତ ଶରୀର ନିକଟରୁ ଏକ ମଦ ବୋତଲ ମିଳିଛି। ସେ ବାନ୍ତି କରିଥିବା ମଧ୍ୟ ଜଣାପଡିଛି। ଫୋରେନସିକ୍ […]

jabalpurdean

Rakesh Mallick
  • Published: Sunday, 05 July 2015
  • , Updated: 06 July 2015, 10:10 AM IST

ନୂଆଦିଲ୍ଲୀ\ଭୋପାଳ: ନୂଆ ମୋଡ଼ ନେଇଛି ମଧ୍ୟପ୍ରଦେଶର ମେଡିକାଲ୍ କଲେଜରେ ନାମଲେଖା ଦୁର୍ନୀତି ବା ବ୍ୟାପମ୍ ଦୁର୍ନୀତି ମାମଲା। ବ୍ୟାପମ୍ ଦୁର୍ନୀତି ଘଟଣାର ଖବର ସଂଗ୍ରହ କରୁଥିବା ଖବରଦାତା ଅକ୍ଷୟ ସିଂହଙ୍କ ରହସ୍ୟଜନକ ମୃତ୍ୟୁ ହେବାର ଗୋଟିଏ ଦିନ ପରେ ଜବଲପୁର ମେଡିକାଲ କଲେଜର ଡିନ ଅରୁଣ ଶର୍ମାଙ୍କ ମୃତ ଶରୀର ଦିଲ୍ଲୀର ଏକ ହୋଟେଲରୁ ମିଳିଛି। ଡାକ୍ତର ଶର୍ମାଙ୍କ ମୃତ ଶରୀର ନିକଟରୁ ଏକ ମଦ ବୋତଲ ମିଳିଛି। ସେ ବାନ୍ତି କରିଥିବା ମଧ୍ୟ ଜଣାପଡିଛି। ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ନମୂନା ସଂଗ୍ରହ କରିଛି।

ବ୍ୟାପମ୍ ଦୁର୍ନୀତିର ତଦନ୍ତକାରୀ ଦଳକୁ ଡିନ ଅରୁଣ ଶର୍ମା ସହଯୋଗ କରୁଥିଲେ। ଡାକ୍ତର ଶର୍ମା ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଅଗରତାଲାରେ ଥିବା ମେଡିକାଲ କଲେଜ ନିରୀକ୍ଷଣ ପାଇଁ ଯିବାର ଥିଲା। ଏଥିପାଇଁ ସେ ଗତକାଲି ଜବଲପୁରରୁ ଦିଲ୍ଳୀ ଆସିଥିଲେ। ସୂଚନାଯୋଗ୍ୟ, ଏହାକୁ ମିଶାଇ ଜବଲପୁର ମେଡିକାଲ କଲେଜର ଦୁଇ ଜଣ ଡିନଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହେଲାଣି। ଡିନ୍ ଶର୍ମାଙ୍କ ପୂର୍ବରୁ ପୂର୍ବତନ ଡିନ୍ ଡିକ ସାକେଲ୍ଲଙ୍କର ମଧ୍ୟ ସନ୍ଦେହଜନକ ଭାବେ ଗତବର୍ଷ ଜୁଲାଇ ୪ ତାରିଖରେ ମୃତ୍ୟୁ ଘଟିଥିଲା। ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ରହସ୍ୟର ପର୍ଦ୍ଦାଫାଶ୍ ହୋଇପାରି ନାହିଁ।

Related story