ବ୍ୟାପମ୍ ଦୁର୍ନୀତି : ସିବିଆଇକୁ ତଦନ୍ତ ଭାର ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତି ମାମଲାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କଲେ ସୁପ୍ରିମକୋର୍ଟ। ସିବିଆଇ ବ୍ୟାପମ୍ ଦୁର୍ନୀତି ଏବଂ ଏହି ମାମଲାରେ ସଂପୃକ୍ତ ଅନେକ ବ୍ୟକ୍ତିଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ କରିବ। ଏବେ ଏସ୍ଆଇଟି ଏହି ମାମଲାର ତଦନ୍ତ କରୁଛି। ଅପରପକ୍ଷରେ ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ମଧ୍ୟପ୍ରଦେଶ ରାଜ୍ୟପାଳ ରାମ ନରେଶ ଯାଦବଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି। ରାଜ୍ୟପାଳଙ୍କୁ ତାଙ୍କ ପଦରୁ କାହିଁକି ହଟା ନଯିବ ସେନେଇ ୪ ସପ୍ତାହ ମଧ୍ୟରେ ଜବାବ୍ […]

supreme_court

Rakesh Mallick
  • Published: Thursday, 09 July 2015
  • , Updated: 09 July 2015, 07:40 AM IST

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତି ମାମଲାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କଲେ ସୁପ୍ରିମକୋର୍ଟ। ସିବିଆଇ ବ୍ୟାପମ୍ ଦୁର୍ନୀତି ଏବଂ ଏହି ମାମଲାରେ ସଂପୃକ୍ତ ଅନେକ ବ୍ୟକ୍ତିଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ କରିବ। ଏବେ ଏସ୍ଆଇଟି ଏହି ମାମଲାର ତଦନ୍ତ କରୁଛି। ଅପରପକ୍ଷରେ ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ମଧ୍ୟପ୍ରଦେଶ ରାଜ୍ୟପାଳ ରାମ ନରେଶ ଯାଦବଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି। ରାଜ୍ୟପାଳଙ୍କୁ ତାଙ୍କ ପଦରୁ କାହିଁକି ହଟା ନଯିବ ସେନେଇ ୪ ସପ୍ତାହ ମଧ୍ୟରେ ଜବାବ୍ ଦାଖଲ କରିବାକୁ ନୋଟିସରେ କୁହାଯାଇଛି। ରାଜ୍ୟପାଳଙ୍କୁ ହଟାଯିବା ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ କୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି। ସେପଟେ ଏହି ଘଟଣା ପରେ ରାଜ୍ୟପାଳ ପଦଚ୍ୟୁତ ହେବା ସମ୍ଭାବନା ସୃଷ୍ଟି ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁରୁବାର କେନ୍ଦ୍ର ଗୃହ ସଚିବ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଆଲୋଚନା କରିଛନ୍ତି।

Related story