ଲକ୍ଷ୍ନୌ: ଲକ୍ଡାଉନ୍ କାରଣରୁ ହଇରାଣରେ ପଡ଼ିଥିବା ଲୋକଙ୍କ ପାଇଁ ହେଲ୍ପ ଲାଇନ୍ ଜାରି କରାଯାଇଛି। କିନ୍ତୁ କିଛି ଲୋକ ଏହାର ଅପବ୍ୟବହାର କରୁଛନ୍ତି। ଏଭଳି ଜଣେ ଦାୟିତ୍ୱହୀନ ବ୍ୟକ୍ତିଙ୍କୁ ପାନେ ଦେଇଛନ୍ତି ଉତ୍ତରପ୍ରଦେଶ ସରକାର। ଏହି ବ୍ୟକ୍ତି ଜଣକ ଲକ୍ଡାଉନ୍ ହେଲ୍ପ ଲାଇନ୍ରେ କଲ୍ କରି ‘ଗରମ ସମୋସା’ ମଗାଇଥିଲେ। ସ୍ଥାନୀୟ ପ୍ରଶାସନ ତାଙ୍କୁ ଡାକିଆଣି ଡ୍ରେନ୍ ସଫେଇ କାମରେ ଲଗାଇ ଦେଇଛି।
ଏହି ବ୍ୟକ୍ତି ଜଣକ ଏଭଳି ଲଗାତାର କଲ୍ କରିଥିଲେ। ଫଳରେ ଜିଲ୍ଲା ମାଜିଷ୍ଟ୍ରେଟ୍ ତାଙ୍କୁ ପାନେ ଦେବାକୁ ବୁଦ୍ଧି ଖଟାଇଥିଲେ। ବ୍ୟକ୍ତିଙ୍କ ଡିମାଣ୍ଡ ମୁତାବକ ସମୋସା ନେଇ ପ୍ରଶାସନିକ ଅଧିକାରୀ ତାଙ୍କ ଘରେ ତ ପହଞ୍ଚିଥିଲେ, ଏହାପରେ କିନ୍ତୁ ଅସଲ ଘଟଣା ଆରମ୍ଭ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଏହି ହେଲ୍ପ ଲାଇନ୍ରେ ଲଗାତାର ଏପରି କଲ୍ ଆସୁଛି। କିଛି ଲୋକ ପିଜା ଆଦି ମଗାଇବା ଆରମ୍ଭ କରିଛନ୍ତି। ଏପରି କଲ୍ରେ ପ୍ରଶାସନ ଚିନ୍ତା ବଢ଼ିଯାଇଥିଲା। ଫଳରେ ଏମାନଙ୍କୁ ଦଣ୍ଡସ୍ୱରୂପ ସାମାଜିକ କାର୍ଯ୍ୟରେ ନିୟୋଜିତ କରିବାର ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୧୬ ବର୍ଷର ପୁଅ ସହିତ ପଳାଇଲା ୧୦ ବର୍ଷର ଝିଅ!
ରୋଚକ କଥା ହେଉଛି ଯେ ୫ମ ଶ୍ରେଣୀରେ ପଢୁଥିବା ଏହି ଝିଅଟିର ବାପା ଇନଷ୍ଟାଗ୍ରାମ ବିଷୟରେ କିଛି ଜାଣନ୍ତି ନାହିଁ।
National
ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା: ପତ୍ନୀ, ଶାଶୁ ଓ ଶାଳକଙ୍କୁ ମିଳିଲା ଜାମିନ
ଗତ ଡିସେମ୍ବର ୯ ତାରିଖରେ ଅତୁଲ ସୁଭାଷ ଆତ୍ମହତ୍ୟା କରିଥିଲେ। ପତ୍ନୀ, ଶାଶୁ ଓ ଶାଳକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ସେ ଆତ୍ମହତ୍ୟା କରିଥିଲେ।
National
ସାମ୍ବାଦିକ ମୁକେଶଙ୍କ ହତ୍ୟା ଘଟଣାରେ ଟ୍ୱିଷ୍ଟ; ସଂପର୍କୀୟ ଭାଇ ଗିରଫ
ପୁଲିସ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ରିତେଶ ସହିତ ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟ ଦୀନେଶ ଚନ୍ଦ୍ରକାର ମଧ୍ୟ ଅଛନ୍ତି।
National
ଘାଟି ତଳକୁ ଖସି ପଡ଼ିଲା ସେନା ଟ୍ରକ୍; ୪ ଯବାନ ମୃତ, ୫ ଆହତ
ଆହତ ଯବାନମାନଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।
National
ଦିଲ୍ଲୀ ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି; ଜାଣନ୍ତୁ, କେଜ୍ରିୱାଲଙ୍କ ବିରୋଧରେ କାହାକୁ ଟିକେଟ ଦେଲା
ଗାନ୍ଧୀ ନଗର ବିଧାୟକ ଅନୀଲ ବାଜପେୟୀଙ୍କୁ ଏଥର ଟିକେଟ ଦେଇନି ବିଜେପି। ତାଙ୍କ ବଦଳରେ ପୂର୍ବତନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲୀଙ୍କୁ ଦଳ ଟିକେଟ ଦେଇଛି।