ବିମାନ ପଛରେ ଦୌଡ଼ିବାକୁ ଯୁବତୀଙ୍କ ଉଦ୍ୟମ, ଦେଖନ୍ତୁ ଭିଡିଓ

ବାଲି: ସୋଶାଲ୍‌ ମିଡିଆରେ ଏକ ଅଜବ ଭିଡିଓ ଏବେ ଭାଇରାଲ୍‌ ହୋଇଛି। ବିମାନରେ ବସିବା ପାଇଁ ଜଣେ ଯୁବତୀ କେମିତି ଏହା ପଛରେ ରନୱେରେ ଦୌଡ଼ବାକୁ ଉଦ୍ୟମ, ତା’ର ଦୃଶ୍ୟ ଭିଡିଓରେ ରହିଛି। ବାଲିର ଏନ୍‌ଗୁରାହ ରାୟ ବିମାନବନ୍ଦରରେ ଏଭଳି ଘଟଣା ଘଟିଛି। ହାନା ନାମକ ଜଣେ ଯୁବତୀ ବାଲିଠାରୁ ଜାକର୍ତ୍ତା ଯିବାର ଥିଲା। ଏଥିପାଇଁ ସେ ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ସେ ପହଞ୍ଚିଲା ବେଳକୁ ବିମାନଟି ଛାଡ଼ିବା ପାଇଁ ରନୱେରେ ଗଡ଼ିବା ଆରମ୍ଭ କରିଥିଲା। ଫଳରେ […]

e

Hemant Lenka
  • Published: Wednesday, 21 November 2018
  • , Updated: 21 November 2018, 04:10 PM IST

ବାଲି: ସୋଶାଲ୍‌ ମିଡିଆରେ ଏକ ଅଜବ ଭିଡିଓ ଏବେ ଭାଇରାଲ୍‌ ହୋଇଛି। ବିମାନରେ ବସିବା ପାଇଁ ଜଣେ ଯୁବତୀ କେମିତି ଏହା ପଛରେ ରନୱେରେ ଦୌଡ଼ବାକୁ ଉଦ୍ୟମ, ତା’ର ଦୃଶ୍ୟ ଭିଡିଓରେ ରହିଛି।

ବାଲିର ଏନ୍‌ଗୁରାହ ରାୟ ବିମାନବନ୍ଦରରେ ଏଭଳି ଘଟଣା ଘଟିଛି। ହାନା ନାମକ ଜଣେ ଯୁବତୀ ବାଲିଠାରୁ ଜାକର୍ତ୍ତା ଯିବାର ଥିଲା। ଏଥିପାଇଁ ସେ ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ସେ ପହଞ୍ଚିଲା ବେଳକୁ ବିମାନଟି ଛାଡ଼ିବା ପାଇଁ ରନୱେରେ ଗଡ଼ିବା ଆରମ୍ଭ କରିଥିଲା। ଫଳରେ ସେ ରନୱେରେ ବିମାନ ପଛରେ ଦୌଡ଼ିବାକୁ ଚାହିଁଥିଲେ।

ତେବେ ଦୁଇ ଜଣ ସୁରକ୍ଷାକର୍ମୀ ଯୁବତୀଙ୍କୁ ରନୱେରୁ କାବୁ କରି ବିମାନବନ୍ଦରକୁ ଆଣିଥିଲେ। ବିମାନବନ୍ଦର ପକ୍ଷରୁ କୁହାଯାଇଛି ଯେ ଯୁବତୀ ଜଣଙ୍କୁ ବିମାନ ଛାଡ଼ିବା ପୂର୍ବରୁ ୩ଥର ଫୋନ୍‌ କରାଯାଇଥିଲା। କିନ୍ତୁ ସେ ଏହାର ଜବାବ ଦେଇ ନଥିଲେ।

ବିମାନ ଛାଡ଼ିବାର ଠିକ୍‌ ୧୦ ମିନିଟ୍‌ ପୂର୍ବରୁ ଯୁବତୀ ଜଣଙ୍କ ସମସ୍ତ ସୁରକ୍ଷା ବଳୟକୁ ଭେଦ କରି ରନ୍‌ୱେ ଆଡ଼କୁ ଦୌଡ଼ି ଥିଲେ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ସୁରକ୍ଷାକର୍ମୀ ଯୁବତୀଙ୍କୁ କାବୁ କରିଥିଲେ ବୋଲି କୁହାଯାଇଛି।

ଦେଖନ୍ତୁ ଭିଡିଓ:
https://twitter.com/twitter/statuses/1064160101978660865

Related story