ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମ୍ୟାଲେସିୟା ଅକ୍ଷମ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତକୁ ବିରୋଧ କରି ଅଡ଼ୁଆରେ ପଡ଼ିଛି ପଡ଼ୋଶୀ ମ୍ୟାଲେସିୟା। ମ୍ୟାଲେସିୟାକୁ ଦୃଢ଼ ଜବାବ ଦେବା ପାଇଁ ଭାରତ ସରକାର ମ୍ୟାଲେସିୟାରୁ ଆଣୁଥିବା ପାମୋଲିନ ତୈଳ ଉପରେ ଏକାଧିକ କଟକଣା ଲଗାଇଛନ୍ତି। ସେହିପରି ଆମଦାନୀ ପରିମାଣକୁ ମଧ୍ୟ ହ୍ରାସ କରିଛନ୍ତି। ଏହା ମ୍ୟାଲେସିୟାକୁ ବ୍ୟବସାୟୀକ କ୍ଷତି ପହଞ୍ଚାଇଛି। ହେଲେ ଭାରତ ଉପରେ କୌଣସି ବାଣିଜ୍ୟିକ କାର୍ଯ୍ୟାନୁଷ୍ଠାନ ନେବାକୁ ମ୍ୟାଲେସିୟା ଅକ୍ଷମ। ଏକଥା ଖୋଦ୍‌ ମ୍ୟାଲେସିୟା ପ୍ରଧାନମନ୍ତ୍ରୀ ମହାଥିର ମହମମ୍ମଦ କହିଛନ୍ତି। ଭାରତ ତୁଳନାରେ ଆମେ […]

bf

Hemant Lenka
  • Published: Monday, 20 January 2020
  • , Updated: 20 January 2020, 04:28 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତକୁ ବିରୋଧ କରି ଅଡ଼ୁଆରେ ପଡ଼ିଛି ପଡ଼ୋଶୀ ମ୍ୟାଲେସିୟା। ମ୍ୟାଲେସିୟାକୁ ଦୃଢ଼ ଜବାବ ଦେବା ପାଇଁ ଭାରତ ସରକାର ମ୍ୟାଲେସିୟାରୁ ଆଣୁଥିବା ପାମୋଲିନ ତୈଳ ଉପରେ ଏକାଧିକ କଟକଣା ଲଗାଇଛନ୍ତି।

ସେହିପରି ଆମଦାନୀ ପରିମାଣକୁ ମଧ୍ୟ ହ୍ରାସ କରିଛନ୍ତି। ଏହା ମ୍ୟାଲେସିୟାକୁ ବ୍ୟବସାୟୀକ କ୍ଷତି ପହଞ୍ଚାଇଛି। ହେଲେ ଭାରତ ଉପରେ କୌଣସି ବାଣିଜ୍ୟିକ କାର୍ଯ୍ୟାନୁଷ୍ଠାନ ନେବାକୁ ମ୍ୟାଲେସିୟା ଅକ୍ଷମ। ଏକଥା ଖୋଦ୍‌ ମ୍ୟାଲେସିୟା ପ୍ରଧାନମନ୍ତ୍ରୀ ମହାଥିର ମହମମ୍ମଦ କହିଛନ୍ତି। ଭାରତ ତୁଳନାରେ ଆମେ ଛୋଟ ଦେଶ ହୋଇଥିବାରୁ କୌଣସି ପାଲଟା ଜବାବ ଦେବାକୁ ଅକ୍ଷମ ବୋଲି ମହମ୍ମଦ କହିଛନ୍ତି।

ପାମୋଲିନ ତେଲ ଉତ୍ପାଦନ କରିବାରେ ମ୍ୟାଲେସିୟା ବିଶ୍ୱର ଦ୍ୱିତୀୟ ବୃହତ ଦେଶ। ଭାରତ ପାମୋଲିନ ତେଲ ପାଇଁ ମ୍ୟାଲେସିୟା ଉପରେ ନିର୍ଭର କରୁଥିଲା। ହେଲେ ଜମ୍ମୁ କଶ୍ନୀରରୁ ଧାରା ୩୭୦ ଉଚ୍ଛେଦ ନେଇ ମ୍ୟାଲେସିୟା ବିବାଦୀୟ ମନ୍ତବ୍ୟ ଦେବା ପରେ ଭାରତ ପାମୋଲିନ ତେଲ ଆମଦାନୀ କମ୍ କରି ଦେଇଥିଲା। ଏହାପରେ ଭାରତ ଇଣ୍ଡୋନେସିଆରୁ ପାମୋଲିନ ତେଲ ଆମଦାନୀ କରୁଛି। ଏହି କାରଣରୁ ମ୍ୟାଲେସିୟାର ତୈଳ ବଜାରକୁ ସବୁଠାରୁ ବଡ଼ କ୍ଷତି ସହିବାକୁ ପଡ଼ୁଛି।

ଏହାକୁ ନେଇ ଆଜି ମ୍ୟାଲେସିଆ ପ୍ରଧାନମନ୍ତ୍ରୀ ମହାଥିର କହିଛନ୍ତି, ଭାରତ ବିରୋଧରେ ବାଣିଜ୍ୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ବହୁତ ଛୋଟ ଦେଶ। ଏଣୁ ଏହି ସମସ୍ୟାରୁ ମୁକୁଳିବା ପାଇଁ ଆମକୁ ଅନ୍ୟ ବିକଳ୍ପ ରାସ୍ତା ଖୋଜିବାକୁ ପଡ଼ିବ।” ମ୍ୟାଲେସିୟାର ପଶ୍ଚିମ ଉପକୂଳ ଦୀପ ଅଞ୍ଚଳ ଲାଙ୍ଗକୱି ଠାରେ ସାମ୍ବାଦିକଙ୍କ ପ୍ରଶ୍ନର ଏପରି ଉତ୍ତର ରଖିଛନ୍ତି ମହାଥିର।

ଏହା ସହ ସେ ପୁଣିଥରେ ସିଏଏକୁ ନେଇ ଭାରତକୁ କଡ଼ା ସମାଲୋଚନା କରିଥିଲେ। ସିଏଏ ଲାଗୁ କରିବା ଘୋର ଅନ୍ୟାୟ ବୋଲି କହିବା ସହିତ ଭାରତରେ କଶ୍ମୀରବାସୀଙ୍କ ଉପରେ ଅତ୍ୟାଚାର ହେଉଥିବା କହିଛନ୍ତି।

ମହାଥିର ଅଯଥା ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ଖେଳାଇବାରେ ଲାଗିଛନ୍ତି। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ, ସିଏଏ ଓ ଏନ୍‌ଆର୍‌ସିକୁ ସେ ବିରୋଧ କରିଛନ୍ତି। ଏପରି କି ଜାତିସଂଘରେ ଏହି ପ୍ରସଙ୍ଗ ଉଠାଇବାକୁ ଧମକ ଦେବା ସହ ମୁସ୍‌ଲିମ ରାଷ୍ଟ୍ରଗୁଡ଼ିକୁ ଏହା ବିରୋଧରେ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଥିଲେ।

ଭାରତ ଆମଦାନୀ କରୁଥିବା ଖାଇବା ତେଲ ମଧ୍ୟରୁ ପାମୋଲିନ ତେଲର ଭାଗ ଦୁଇ ତୃତୀୟାଂଶ। ଭାରତ ପ୍ରତିବର୍ଷ ପ୍ରାୟ ୯୦ ଲକ୍ଷ ଟନ୍ ପାମୋଲିନ ତେଲ ଆମଦାନୀ କରିଥାଏ। ଏହା ମୁଖ୍ୟତଃ ମ୍ୟାଲେସିୟା ଓ ଇଣ୍ଡୋନେସିଆରୁ ଆସିଥାଏ। ଏବେ ଭାରତ ମ୍ୟାଲେସିୟାରୁ ତେଲ ଆମଦାନୀ କମାଇ ଇଣ୍ଡୋନେସିଆରୁ ତେଲ ଆଣୁଛି।

Related story