ପଶ୍ଚିମବଙ୍ଗରେ ସିଏଏ ବିରୋଧୀ ପ୍ରସ୍ତାବ ଗୃହୀତ

କୋଲକାତା: ଦେଶର ଚତୁର୍ଥ ବିଧାନସଭା ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରସ୍ତାବ ଗୃହୀତ ହୋଇଛି। ପଶ୍ଚିମବଙ୍ଗ ପୂର୍ବରୁ ରାଜସ୍ଥାନ, ପଞ୍ଜାବ ଏବଂ କେରଳ ବିଧାନସଭାରେ ମଧ୍ୟ ଏହି ପ୍ରସ୍ତାବ ଗୃହୀତ ହୋଇଛି। ଏହି ପ୍ରସ୍ତାବ ଅନୁଯାୟୀ କେନ୍ଦ୍ରର ସିଏଏକୁ ଖାରଜ କରାଯିବା ସହିତ ଜାତୀୟ ନାଗରିକ ପଞ୍ଜିକା (ଏନଆରସି), ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର)କୁ ବିରୋଧ କରାଯାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ମନ୍ତ୍ରୀ ପାର୍ଥ ଚାଟାର୍ଜି ଅପରାହ୍ନରେ ସିଏଏ ବିରୋଧରେ ପ୍ରସ୍ତାବ ରଖିଥିଲେ। ଏହାବାଦ୍ ମହାରାଷ୍ଟ୍ରରେ କ୍ଷମତାସୀନ ମହା […]

mamata-banerjee

Subhransu Sekhar
  • Published: Monday, 27 January 2020
  • , Updated: 27 January 2020, 05:25 PM IST

କୋଲକାତା: ଦେଶର ଚତୁର୍ଥ ବିଧାନସଭା ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରସ୍ତାବ ଗୃହୀତ ହୋଇଛି। ପଶ୍ଚିମବଙ୍ଗ ପୂର୍ବରୁ ରାଜସ୍ଥାନ, ପଞ୍ଜାବ ଏବଂ କେରଳ ବିଧାନସଭାରେ ମଧ୍ୟ ଏହି ପ୍ରସ୍ତାବ ଗୃହୀତ ହୋଇଛି।

ଏହି ପ୍ରସ୍ତାବ ଅନୁଯାୟୀ କେନ୍ଦ୍ରର ସିଏଏକୁ ଖାରଜ କରାଯିବା ସହିତ ଜାତୀୟ ନାଗରିକ ପଞ୍ଜିକା (ଏନଆରସି), ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର)କୁ ବିରୋଧ କରାଯାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ମନ୍ତ୍ରୀ ପାର୍ଥ ଚାଟାର୍ଜି ଅପରାହ୍ନରେ ସିଏଏ ବିରୋଧରେ ପ୍ରସ୍ତାବ ରଖିଥିଲେ।

ଏହାବାଦ୍ ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡ଼ି ସରକାର ବିଧାନସଭାରେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଏକ ସଂକଳ୍ପ ପାରିତ କରିବାକୁ ଯୋଜନା କରୁଥିବା ସୂଚନା ରହିଛି

ସୂଚନାଯୋଗ୍ୟ, ସିଏଏ ନିୟମ ଅନୁଯାୟୀ, ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତକୁ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣ ମୁସଲିମ ନାଗରିକଙ୍କୁ ଭାରତୀୟ ନାଗରିକତା ମିଳିବ। ଏହାକୁ ନେଇ ବିରୋଧୀ ଆପତ୍ତି ଉଠାଇଛନ୍ତି। ସିଏଏକୁ ବିରୋଧ କରି ଏବେ ମାମଲା ସୁପ୍ରିମକୋର୍ଟରେ ଚାଲିଛି

Related story