ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କ ଆବେଦନ ଉପରେ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ସୁଶାନ୍ତଙ୍କ ବାପା କେକେ ସିଂହ ଆତ୍ମହତ୍ୟା ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରି ପ୍ରଥମେ ପାଟନାରେ ଏଫଆଇଆର ଦାଏର କରିଥିଲେ। ତେବେ ମାମଲାକୁ ମୁମ୍ବାଇ ସ୍ଥାନାନ୍ତର ପାଇଁ ରିୟା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ଆଜି ଏହାର ଶୁଣାଣି କରିଛନ୍ତି। ଶୁଣାଣି ବେଳେ ବିହାର ଆଇପିଏସ ମୁମ୍ବାଇରେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯିବା ଘଟଣାକୁ ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି। ଏହା ଆଦୌ ଭଲ […]

ua

Hemant Lenka
  • Published: Wednesday, 05 August 2020
  • , Updated: 05 August 2020, 04:49 PM IST

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ସୁଶାନ୍ତଙ୍କ ବାପା କେକେ ସିଂହ ଆତ୍ମହତ୍ୟା ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରି ପ୍ରଥମେ ପାଟନାରେ ଏଫଆଇଆର ଦାଏର କରିଥିଲେ। ତେବେ ମାମଲାକୁ ମୁମ୍ବାଇ ସ୍ଥାନାନ୍ତର ପାଇଁ ରିୟା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ସୁପ୍ରିମକୋର୍ଟ ଆଜି ଏହାର ଶୁଣାଣି କରିଛନ୍ତି। ଶୁଣାଣି ବେଳେ ବିହାର ଆଇପିଏସ ମୁମ୍ବାଇରେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯିବା ଘଟଣାକୁ ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି। ଏହା ଆଦୌ ଭଲ ବାର୍ତ୍ତା ଦେଉନାହିଁ। ମୁମ୍ବାଇ ପୁଲିସ୍‌ ସବୁବେଳେ ଭଲ କାମ କରେ ବୋଲି ସମସ୍ତେ ଜାଣିଛନ୍ତି। ତଥାପି ଏଭଳି କାମ ଆଦୌ ଭଲ ନୁହେଁ ବୋଲି କୋର୍ଟ କହିଛନ୍ତି। ଏଥିସହ କୋର୍ଟ ସୁଶାନ୍ତଙ୍କ ମୃତ୍ୟୁର ସ୍ଥିତାବସ୍ଥା ଜଣାଇବାକୁ ମୁମ୍ବାଇ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ମୁମ୍ବାଇକୁ ସ୍ଥାନାନ୍ତର କରାଯିବ କି ନାହିଁ, ତା’ ଉପରେ କୋର୍ଟ ଏଯାଏ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସୁପ୍ରିମକୋର୍ଟ ଆଜି ବିହାର, ମୁମ୍ବାଇ ପୁଲିସ୍‌ ସହ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ସେହିପରି ସୁଶାନ୍ତଙ୍କ ବାପାଙ୍କୁ ମଧ୍ୟ ୩ ଦିନ ମଧ୍ୟରେ ରିୟାଙ୍କ ଆବେଦନ ଉପରେ କରିଥିବା କ୍ୟାଭେଟ ପାଇଁ ଜବାବ ରଖିବାକୁ କହିଛନ୍ତି।

ଶୁଣାଣି ବେଳେ କେନ୍ଦ୍ର ସରକାର କହିଥିଲେ ଯେ ବିହାର ସରକାର ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ। ଏହାକୁ କେନ୍ଦ୍ର ସରକାର ଗ୍ରହଣ କରିବା ସହ ସିବିଆଇ ତଦନ୍ତ ପାଇଁ ରାଜି ଅଛନ୍ତି। ତେବେ ଏହାକୁ ମହାରାଷ୍ଟ୍ର ସରକାର ବିରୋଧ କରିଥିଲେ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଜନୀତିକ ଅଭିସନ୍ଧି ରଖି ପାଟନା ପୁଲିସ୍‌ ଏତଲା ରୁଜୁ କରିଛି। ଘଟଣାର ତଦନ୍ତ ପାଇଁ ବିହାର ପୁଲିସ୍‌ର କୌଣସି କ୍ଷମତା ନାହିଁ।

Related story