ନୂଆଦିଲ୍ଲୀ: ଫେସବୁକ ଅଧୀନରେ ଥିବା ସୋଶାଲ ମିଡିଆ କମ୍ପାନୀ ହ୍ୱାଟ୍ସଆପ୍ରେ କରୋନା ସମ୍ପର୍କିତ ଗୁଜବ ପ୍ରଚାରିତ ହେବାରେ ଲାଗିଛି। ଏହି କାରଣରୁ ବର୍ତ୍ତମାନ ହ୍ୱାଟ୍ସଆପ ଫରୱାର୍ଡରେ କଟକଣା କରିଛି।
ସୂଚନାଯୋଗ୍ୟ ଯେ, ସାରା ବିଶ୍ୱରେ ଏହି ମେସେଞ୍ଜର ଆପ୍ର ୨ ବିଲିଅନ୍ ୟୁଜର ଅଛନ୍ତି। ଏହି ୟୁଜରଙ୍କ ମଧ୍ୟରେ ଗୁଜବ ପ୍ରଚାରିତ ହେବାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ୍ ପକ୍ଷରୁ ଏକ ବ୍ଲଗ୍ ପୋଷ୍ଟରେ କୁହାଯାଇଛି, କରୋନା ଭାଇରସ୍ ବ୍ୟାପିବା ପରେ ହ୍ୱାଟ୍ସଆପ୍ ଫରୱାର୍ଡ ସଂଖ୍ୟା ହଠାତ ବଢ଼ିଯାଇଛି। ଏହି ବିବୃତ୍ତିରେ କୁହାଯାଇଛି, ଆମେ ଭାବୁଛୁ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ଏହି ଫରୱାର୍ଡିଂକୁ ଧିମା କରି କେବଳ ବ୍ୟକ୍ତିଗତ ବାର୍ତ୍ତାଳପରେ ସୀମିତ ରଖିବୁ।
ତେବେ ବର୍ତ୍ତମାନ ଫରୱାର୍ଡିଂ ଉପରେ କଟକଣା ଅନିର୍ଦ୍ଦିଷ୍ଟ ସମୟ ପାଇଁ ରହିବ। ଗୁଜବ ପ୍ରଚାରରେ ଏହି ପ୍ଲାଟଫର୍ମର ବ୍ୟାପକ ବ୍ୟବହାର ପରେ ୨୦୧୮ ମସିହା ପରେ ଏଭଳି କଟକଣା ଆରମ୍ଭ ହୋଇଥିଲା। ୫ ଥରରୁ ଅଧିକ ଫରୱାର୍ଡ ହେଉଥିବା ମେସେଜ୍ ଉପରେ ମଧ୍ୟ ହ୍ୱାଟ୍ସଆପ୍ ନଜର ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପ୍ରେମ ପକ୍ଷୀଙ୍କୁ ବିଷ ପିଆଇଲେ, ତଣ୍ଟି ଚିପି ମାରିଦେଲେ ଝିଅ ଘର ଲୋକ
ଯେଉଁ ପରିବାରକୁ ପ୍ରେମ ପକ୍ଷୀ ଏତେ ଭଲ ପାଉଥିଲେ, ଶେଷରେ ସେଇମାନେ ହିଁ ଉଭୟଙ୍କ ଜୀବନ ନେଇ ଗଲେ। ପ୍ରେମ ପକ୍ଷୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟ କରିଛନ୍ତି ଝିଅ ଘର ଲୋକ।
Politics
ବିଜେପି ନେତାଙ୍କ କଟାକ୍ଷ ଶୁଣି କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ବିଜେପି ନେତା ରମେଶ ବିଧୁରୀଙ୍କ ବିବାଦୀୟ କଟାକ୍ଷ ସମ୍ପର୍କରେ ମତ ରଖିବା ବେଳେ ଆଜି ସର୍ବସମ୍ମୁଖରେ କାନ୍ଦିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ।
National
HMPV ନୂଆ ଭାଇରସ ନୁହେଁ, ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ
ଏଚଏମପିଭି କୌଣସି ନୂଆ ପ୍ରକାରର ଭାଇରସ ନୁହେଁ। ତେଣୁ ଦେଶବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ଭାଇରସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା। ସେବେଠାରୁ ଏହା ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ବୋଲି ନଡ୍ଡା କହିଛନ୍ତି।
National
ଆତ୍ମହତ୍ୟା କରିଥିବା ଅତୁଲଙ୍କ ପତ୍ନୀଙ୍କୁ କୋର୍ଟଙ୍କ ପ୍ରଶ୍ନ: କାହିଁକି ତୁମେ ତଦନ୍ତ ଚାହୁଁନ?
ବେଙ୍ଗାଲୁରୁରେ ଗୋଟିଏ ଅଟୋମୋବାଇଲ କମ୍ପାନୀରେ କାମ କରୁଥିବା ଅତୁଲଙ୍କୁ ଛାଡ଼ପତ୍ର ବିବାଦର ସମାଧାନ ପାଇଁ ପତ୍ନୀ ନିକତା ୩ କୋଟି ଟଙ୍କା ମାଗୁଥିଲେ। ଏପରି କି ସେ ତାଙ୍କୁ କୋର୍ଟକୁ ଟାଣି ମାନସିକ ଚାପ ପକାଉଥିଲେ।
National
୪ ଦଶନ୍ଧିର ସେବା ପରେ ଅବସର ନେଲେ କାନ୍ଦାହାର ଅପହରଣର ହିରୋ ଦେବୀ ଶାରନ
କର୍ଣ୍ଣାଲ ଫ୍ଲାଇଂ କ୍ଲବରୁ ୧୯୮୪ରେ କ୍ୟାପ୍ଟେନ ଦେବୀ ଶାରନଙ୍କ ବେସାମରିକ ବିମାନ ଚଳାଚଳ ଯାତ୍ରା ଆରମ୍ଭ ହୋଇଥିଲା। ୧୯୮୫ରେ ସେ ଇଣ୍ତିଆନ ଏୟାରଲାଇନ୍ସରେ ଯୋଗ ଦେଇଥିଲେ।