ଟ୍ରମ୍ପଙ୍କୁ କଟମଟ ଲୁକ୍‌ ଦେଇ ଚର୍ଚ୍ଚାରେ ‘ଜଳବାୟୁ ଯୋଦ୍ଧା’ ଗ୍ରେଟା

ଜାତିସଂଘ: ‘ଜଳବାୟୁ ଯୋଦ୍ଧା’ ତଥା ଇଣ୍ଟରନେଟ୍‌ରେ ବେଶ୍‌ ଚର୍ଚ୍ଚିତ ଚେହେରା ଗ୍ରେଟା ଥର୍ଣ୍ଣବର୍ଗ ଜଳବାୟୁ ପରିବର୍ତ୍ତନକୁ ନେଇ ଯେଉଁ ଲଢ଼େଇ ଆରମ୍ଭ କରିଛନ୍ତି ତାହା ବ୍ୟାପକ ହେବାରେ ଲାଗିଛି। ତେବେ ସୋମବାର ଜାତିସଂଘର ଜଳବାୟୁ ସମ୍ପର୍କିତ କାର୍ଯ୍ୟକ୍ରମରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଟମଟ କରି ଅନାଇବା ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି। Greta Thunberg’s glare at Donald Trump is giving me the energy to get through this Monday pic.twitter.com/xdM0rdI2ln […]

trump-greta

Subrat Kumar Nayak
  • Published: Tuesday, 24 September 2019
  • , Updated: 24 September 2019, 04:28 PM IST

ଜାତିସଂଘ: ‘ଜଳବାୟୁ ଯୋଦ୍ଧା’ ତଥା ଇଣ୍ଟରନେଟ୍‌ରେ ବେଶ୍‌ ଚର୍ଚ୍ଚିତ ଚେହେରା ଗ୍ରେଟା ଥର୍ଣ୍ଣବର୍ଗ ଜଳବାୟୁ ପରିବର୍ତ୍ତନକୁ ନେଇ ଯେଉଁ ଲଢ଼େଇ ଆରମ୍ଭ କରିଛନ୍ତି ତାହା ବ୍ୟାପକ ହେବାରେ ଲାଗିଛି। ତେବେ ସୋମବାର ଜାତିସଂଘର ଜଳବାୟୁ ସମ୍ପର୍କିତ କାର୍ଯ୍ୟକ୍ରମରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଟମଟ କରି ଅନାଇବା ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି।
https://twitter.com/sbstryker/status/1176176492671193089?s=20

ଏହି ୧୬ ବର୍ଷ ବୟସ୍କ ସ୍ୱେଡିସ୍‌ ଝିଅ ଜାତିସଂଘର ୨୦୧୯ କ୍ଲାଇମେଟ୍‌ ଆକ୍ସନ୍‌ ସମ୍ମିଳନୀରେ ଯୋଗଦେବାକୁ ଆସିଥିଲେ। ଏଥିରେ ଟ୍ରମ୍ପଙ୍କ ସମେତ ବଡ଼ ବଡ଼ ରାଷ୍ଟ୍ରର ମୁଖ୍ୟ ଯୋଗ୍ୟ ଦେଇଥିଲେ। ଜଳବାୟୁ ପରିବର୍ତ୍ତନକୁ ନେଇ ବେଶି ଚିନ୍ତାଶୀଳ ନଥିବା ଏବଂ ଏଥିପାଇଁ ଅନ୍ୟ ରାଷ୍ଟ୍ରକୁ ଦାୟୀ କରିଆସୁଥିବା ଟ୍ରମ୍ପଙ୍କ ଉପସ୍ଥିତି ଗ୍ରେଟାଙ୍କୁ ସମ୍ଭବତଃ ଗ୍ରହଣୀୟ ନଥିଲା।
https://twitter.com/JoelBerkowitz/status/1176174292956004352?s=20
ସେ ଭାଷଣ ଦେବା ପରେ ତାଙ୍କ ଡାହାଣ ପାର୍ଶ୍ୱରେ ଯାଉଥିବା ଟ୍ରମ୍ପଙ୍କୁ ଏଭଳି ଭାବେ ଅନାଇଥିଲେ। ମୁହଁଟି ସ୍ୱାଭାବିକ ଭାବେ ପିଲାଳିଆ ଥିଲେ ମଧ୍ୟ ଏହି ଲୁକ୍‌ ବଡ଼ ବଡ଼ ଲୋକଙ୍କ ମନକୁ ଛୁଇଁଯାଇଛି। ଜଳବାୟୁ ପରିବର୍ତ୍ତନ ପାଇଁ ସାରା ବିଶ୍ୱକୁ ଚେତାଇ ଦେଇଥିବା ଗ୍ରେଟାଙ୍କର ଏହି କଟମଟ ଲୁକ୍‌ ବିକାଶ ନାମରେ କଙ୍କ୍ରିଟ୍‌ ଜଙ୍ଗଲର ସମର୍ଥକଙ୍କ ପ୍ରତି ଚେତାବନୀ ବୋଲି ଲୋକେ ମତ ରଖିବା ଆରମ୍ଭ କରିଛନ୍ତି।
https://twitter.com/micahfaulds/status/1176286347662942210?s=20
https://twitter.com/wharsmetoothpic/status/1176184792230047745?s=20

Related story