ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ରବିବାର ସକାଳ ସୁଦ୍ଧା ଦେଶରେ ମୋଟ୍ ୮,୩୫୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ୭,୩୬୭ ଜଣ ଚିକିତ୍ସିତ ହେଉଛନ୍ତି, ୭୧୫ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଏବଂ ୨୭୩ ଜଣ ଏହି ମହାମାରୀରେ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୯୦୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ମହାରାଷ୍ଟ୍ର, ତାମିଲନାଡୁ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ରହିଛି। ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ଅନ୍ୟପଟେ କରୋନାରେ ଆକ୍ରାନ୍ତ ହୋଇଥିବା ଦେଶର ପ୍ରଥମ ରାଜ୍ୟ କେରଳରେ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ସେତେଟା ବୃଦ୍ଧି ପାଉନଥିବା ଦେଖିବାକୁ ମିଳିଛି। ଏଯାଏ ମାତ୍ର ୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକଡାଉନ୍ ଘୋଷଣା କରିଛନ୍ତି। ୨୧ ଦିନିଆ ଲକଡାଉନର ଆଜି ୧୯ ତମ ଦିନ। ଏପ୍ରିଲ୍ ୧୪ରେ ପ୍ରଥମ ଲକଡାଉନ୍ ଅବଧି ଶେଷ ହେଉଛି।
ମହାରାଷ୍ଟ୍ର
ଏଯାବତ ୧,୭୬୧ ଜଣ କରୋନାରେ ଚିକିତ୍ସାଧୀନ ଥିବାବେଳେ ୧୨୭ ଜଣଙ୍କର ମୃତ୍ୟୁ ଘଟିଛି। ୨୦୮ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଦେଶରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରର।
ଦିଲ୍ଲୀ
ସେହିପରି ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ଦିଲ୍ଲୀର ବୋଲି ଜଣାପଡ଼ିଛି। ଏବେ ୧୦୬୯ ଜଣ କରୋନାରେ ଆକ୍ରାନ୍ତ ଥିବାବେଳେ ୧୯ ଜଣଙ୍କର ମୃତ୍ୟୁ ଘଟିଛି ୨୫ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ତାମିଲନାଡୁ
ଦିଲ୍ଲୀ ପରେ ତୃତୀୟରେ କରୋନା ଆକ୍ରାନ୍ତ ସଂଖ୍ୟା ତାମିଲନାଡୁରେ ସର୍ବାଧିକ ରହିଛନ୍ତି। ବର୍ତ୍ତମାନ ୯୬୯ ଜଣ ଆକ୍ରାନ୍ତ ରହିଥିବାବେଳେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୪୪ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ରାଜସ୍ଥାନ
ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଛୁଇଁଛି। କରୋନାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୧ ଜଣ ସୁସ୍ଥ ହୋଇଛନ୍ତି।
ମଧ୍ୟପ୍ରଦେଶ
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୨ ରହିଛି। ୩୬ ଜଣଙ୍କର ମୃତ୍ୟୁ ଘଟିଛି।
ତେଲେଙ୍ଗାନା
ଏଯାବତ କରୋନାରେ ୫୦୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪୩ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୯ ଜଣଙ୍କର ମୃତ୍ୟୁ ଘଟିଛି।
ଉତ୍ତରପ୍ରଦେଶ
ଏଯାବତ ଦେଶର ଏହି ସର୍ବବୃହତ ରାଜ୍ୟରୁ ୪୫୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୪୫ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି।
ଗୁଜରାଟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହ ରାଜ୍ୟରେ ସ୍ଥିତି ଜଟିଳ ରହିଛି। ଆକ୍ରାନ୍ତଙ୍କ ତୁଳନାରେ ମୃତକଙ୍କ ସଂଖ୍ୟ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ରହିଛି। ୪୩୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ୪୪ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ଆନ୍ଧ୍ରପ୍ରଦେଶ
ଏଯାବତ ୩୮୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୧ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୬ ଜଣଙ୍କର ମୃତ୍ୟୁ ହୋଇଛି।
କେରଳ
କେରଳରେ ପ୍ରଥମେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଯାବତ ୩୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି। ୧୨୩ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏଠାରେ ହସ୍ପିଟାଲରୁ ଡିସଚାର୍ଜ ହେବାଙ୍କ ସଂଖ୍ୟା ଅଧିକ ରହିଛି। ସେହିପରି କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବତୁଳନାରେ କମିଛି।
କର୍ଣ୍ଣାଟକ
କରୋନାରେ ୨୧୪ ଜଣ ଆକ୍ରାନ୍ତ ହୋଇଥିବାବେଲେ ୬ ଜଣଙ୍କର ମୃତ୍ୟୁ ଘଟିଛି। ୩୭ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ଜମ୍ମୁ କଶ୍ମୀର ଓ ଲଦାଖ
ଜମ୍ମୁ କଶ୍ମୀରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୭ କୁ ବୃଦ୍ଧି ପାଇଛି। ସଂକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଲଦାଖରେ ୧୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୦ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ହରିଆଣା
ହରିଆଣାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ରହିଛି। ତିନି ଜଣଙ୍କର ମୃତ୍ୟୁ ଘଟିଛି। ୧୯ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ପଞ୍ଜାବ
ଏହି ରାଜ୍ୟରେ ୧୫୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ୨୯ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ମୋହାଲିର ଜବାହରପୁରର ଗୋଟିଏ ଗାଁରେ ୩୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହାକୁ ନେଇ ପଞ୍ଜାବବାସୀ ଏବେ ଭୟବୀତ। ଗୋଟିଏ ଗାଁରୁ ୩୪ ଜଣ କରୋନାରେ ଆକ୍ରାନ୍ତ ହେବା କମ୍ୟୁନିଟି ସଂକ୍ରମଣ ବୋଲି ଆଶଙ୍କା କରାଯାଉଛି।
ପଶ୍ଚିମବଙ୍ଗ
ପଶ୍ଚିମବଙ୍ଗର ୧୩୪ ଜଣ ଆକ୍ରାନ୍ତ ହୋଇଛନ୍ତି। ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୯ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ଓଡ଼ିଶା
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଯାଇଛି। ଏଥିମଧ୍ୟରୁ ୧୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ଏବେବି ୪୧ଟି ଆକ୍ଟିଭ୍ କେସ୍ ଅଛି ଅର୍ଥାତ୍ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ସେମାନଙ୍କ ଚିକିତ୍ସା ଚାଲିଛି।
ବିହାର
ମହାମାରୀ କରୋନାରେ ୬୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି।
ଆସାମ
ଆସାମରେ ୨୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି।
ଉତ୍ତରାଖଣ୍ଡ
ଉତ୍ତରାଖଣ୍ଡରେ ୩୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ପାଞ୍ଚ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ଚଣ୍ଡିଗଡ଼
ଏହି କେନ୍ଦ୍ରଶାସିତ ଅଞ୍ଚଳରେ ୧୮ ଜଣ କୋଭିଡ-୧୯ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ୭ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ଆଣ୍ଡାମାନ
ସେହିପରି ଆଣ୍ଡାମାନରେ ୧୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୦ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ଛତିଶଗଡ
ଛତିଶଗଡରେ ୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୯ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।
ଗୋଆ
କରୋନାରେ ୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ପାଞ୍ଚ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ହିମାଚଳ ପ୍ରଦେଶ
୩୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ପଣ୍ଡିଚେରୀ
ପଣ୍ଡିଚେରୀରେ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଜଣେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ଝାଡ଼ଖଣ୍ଡ
ଝାଡ଼ଖଣ୍ଡରେ ୧୭ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି।
ମଣିପୁର
ମଣିପୁରରେ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଜଣେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ତ୍ରିପୁରା
ଦୁଇଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ସେହିପରି ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇଥିବା ରାଜ୍ୟ ହେଲା ଅରୁଣାଚଳ ପ୍ରଦେଶ, ମିଜୋରାମ। ସିକିମ୍, ମେଘାଳୟ ଏବଂ ନାଗାଲାଣ୍ଡରେ ଏଯାବତ କେହି କରୋନାରେ ଆକ୍ରାନ୍ତ ହୋଇନଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟରୁ ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।