ଓ୍ୱାଶିଂଟନ: ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତ ସରକାର ସହିତ ଆମେରିକାର ଭଲ ସମ୍ପର୍କ ରହିଛି ଏହଂ ଏହା ଆଗକୁ ବଢ଼ୁଛି। ଗୁରୁବାର ହ୍ୱାଇଟ୍ ହାଉସର କାଉନସେଲର କେଲ୍ଲାୟାନ୍ନେ କୋନଓ୍ୱେ ଗତକାଲି ଏକ ପ୍ରେସ୍ କନଫରେନସରେ ଏହା କହିଛନ୍ତି। କଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଦେଇଥିବା ମନ୍ତବ୍ୟକୁ ଭାରତ ବିରୋଧ କରୁଛି ବୋଲି ଗଣମାଧ୍ୟମ ପ୍ରତିନିଧି ପଚାରିଥିବା ପ୍ରଶ୍ନର ଏପରି ଉତ୍ତର ରଖିଛି ହ୍ୱାଇଟ୍ ହାଉସ୍।
ଗତ ସପ୍ତାହରେ ହ୍ୱାଇଟ୍ ହାଉସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସହ ମିଳିତ ପ୍ରେସ୍ କନଫରେନ୍ସ ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ କଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ତାଙ୍କୁ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତାବ ଦେଇଥିଲେ।
ନିକଟରେ ଜି-୨୦ ସମ୍ମିଳନୀରେ ମୋଦି ଦେଖା ହୋଇ ଏହା କହିଥିଲେ ବୋଲି ଟ୍ରମ୍ପ କହିଥିଲେ। ଯାହାକୁ ନେଇ ଦେଶରେ ବିବାଦ ଦେଖାଦେଇଛି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏ ନେଇ ସଫେଇ ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ଟ୍ରମ୍ପଙ୍କୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ କହି ନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୧୭ ବର୍ଷ ପୂର୍ବେ ହୋଇଥିଲା 'ହତ୍ୟା'; ଏବେ ଜୀବନ୍ତ ଧରିଲା ପୁଲିସ
ଏହି ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ ମଧ୍ୟ କରାଗଲା। ସେମାନେ ହତ୍ୟା ଅଭିଯୁକ୍ତ ଭାବରେ ଜେଲରେ ସଜ୍ଜା କାଟିଲେ। ଏବେ ବିହାରର ସେହି ବ୍ୟକ୍ତିଙ୍କୁ ଝାନସୀରୁ ଜୀବନ୍ତ ଧରିଲା ପୁଲିସ।
National
ମହାରାଷ୍ଟ୍ରରେ କେଶ ଝଡ଼ିବା ଆତଙ୍କ; ସପ୍ତାହେ ଭିତରେ ଚନ୍ଦା ହୋଇଯାଉଛନ୍ତି ଲୋକେ
କେଶ ଝଡ଼ିବା ଆରମ୍ଭ ହେଲେ କେବଳ ଗୋଟିଏ ସପ୍ତାହ ମଧ୍ୟରେ ସମସ୍ତେ ଚନ୍ଦା ହୋଇଯାଉଛନ୍ତି। ଗତ କିଛିଦିନ ହେଲା ଆରମ୍ଭ ହୋଇଥିବା ଏହି ସମସ୍ୟାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଚିନ୍ତାରେ।
National
ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା
ଦୁର୍ଘଟଣା ଘଟିବାର ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର। ମାର୍ଚ୍ଚ ମାସ ସୁଦ୍ଧା ସରକାର ଏନେଇ ସଂଶୋଧିତ ଯୋଜନା ଆଣିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗଡ଼କରୀ।
Politics
ଅଖିଲେଶଙ୍କ ପରେ ଦିଲ୍ଲୀ ନିର୍ବାଚନରେ AAPକୁ ସମର୍ଥନ ଘୋଷଣା କଲେ ମମତା
ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମେ ଆପକୁ ସମର୍ଥନ ଘୋଷଣା କରିଥିଲା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି। ଆଜି ତୃଣମୂଳ କଂଗ୍ରେସର ସମର୍ଥନ ପାଇଁ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଲେ କେଜ୍ରିୱାଲ।
National
ପ୍ରତ୍ୟର୍ପଣ ଦାବି ଭିତରେ ଶେଖ ହସିନାଙ୍କ ଭିସା ଅବଧି ବଢ଼ାଇଲା ଭାରତ
ଡିସେମ୍ବର ୨୩ରେ ବାଂଲାଦେଶର ଅନ୍ତରୀଣ ସରକାର ବିଧିବଦ୍ଧ ଭାବେ ଭାରତକୁ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଚିଠି ଲେଖିଥିଲେ। କିନ୍ତୁ ଏଯାଏ ଭାରତ ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।