କରୋନାକୁ ‘ବିଶ୍ୱବ୍ୟାପୀ ମହାମାରୀ’ ଘୋଷଣା କଲା WHO
ନୂଆଦିଲ୍ଲୀ: ସାରା ବିଶ୍ୱରେ କିଲର କରୋନା ଭାଇରସ ୪ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ନେଇସାରିଛି। ଲକ୍ଷାଧିକ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି। ସ୍ଥିତି ବେକାବୁ ହେଉଥିବା ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ଭାଇରସକୁ ପାଣ୍ଡେମିକ (ବିଶ୍ୱବ୍ୟାପୀ ମହମାରୀ) ବୋଲି ଘୋଷଣା କରିଛି। ମହାମାରୀର ଇଂରାଜୀ ଅର୍ଥ ଏପିଡେମିକ୍ (ମହାମାରୀ)। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି କରୋନା ଭାଇରସକୁ ପାଣ୍ଡେମିକ କହିଛି।
🚨 BREAKING 🚨
"We have therefore made the assessment that #COVID19 can be characterized as a pandemic"-@DrTedros #coronavirus pic.twitter.com/JqdsM2051A
— World Health Organization (WHO) (@WHO) March 11, 2020
ଯେତେବେଳେ ଏକ କମ୍ୟୁନିଟି କିମ୍ବା ସେହି ଅଞ୍ଚଳରେ ରହୁଥିବା ଲୋକଙ୍କ ଅପେକ୍ଷା ଅଧିକ ଲୋକଙ୍କୁ କୌଣସି ରୋଗ ହୁଏ ସେତେବେଳେ ଏହି ରୋଗକୁ ମହାମାରୀ ବୋଲି କୁହାଯାଏ। ଏହି ରୋଗ କିଛି ଦିନ ରହିପାରେ କିମ୍ବା ବର୍ଷ ବର୍ଷ ଧରି ରହିପାରେ ବୋଲି ସେଣ୍ଟର ଫର୍ ଡିଜିଜ କଣ୍ଚ୍ରୋଲ ଏବଂ ପ୍ରିଭେନସନ (ସିଡିସି) କହିଛି।
ଯେତେବେଳେ ଏକ ବଡ଼ ଭୌଗୋଳିକ କ୍ଷେତ୍ରକୁ କୌଣସି ରୋଗ ବ୍ୟାପିଥାଏ ତାହାକୁ ମହାମାରୀ ବା ଏପିଡେମିକ ବୋଲି କୁହାଯାଏ। ଏହା କେବଳ ଗୋଟିଏ କମ୍ୟୁନିଟି ବା ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ସୀମିତ ରହିଥାଏ। ସେହିପରି ଏହି ଏପିଡେମିକ ଯଦି ବିଶ୍ୱର ସଂଖ୍ୟାଧିକ ଦେଶକୁ ବା ଅଞ୍ଚଳକୁ ବ୍ୟାପେ ତେବେ ଏହି ରୋଗକୁ ବିଶ୍ୱବ୍ୟାପୀ ମହାମାରୀ ବା ପାଣ୍ଡେମିକ ବୋଲି କୁହାଯାଏ।
ପୂର୍ବରୁ ଜିକା ଭାଇରସ, ଏବୋଲା ଏବଂ ଏଚଆଇଭିକୁ ବିଶ୍ୱବ୍ୟାପୀ ମହାମାରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିସାରିଛି। ପାଖାପାଖି ୧୧୪ଟି ଦେଶକୁ ଏହି କିଲର କରୋନା ଭାଇରସ ବ୍ୟାପିଥିବା ସୂଚନା ରହିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଯେତେବେଳେ ସମଗ୍ର ବିଶ୍ୱରେ ଏକ ନୂତନ ରୋଗ ବ୍ୟାପିଥାଏ, ସେତେବେଳେ ଏହାକୁ ମହାମାରୀର ଆଖ୍ୟା ଦିଆଯାଏ। ୧୧ ମାର୍ଚ୍ଚ ୨୦୨୦ ରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା କହିଛି।
୨୦୦୯-୨୦୧୦ରେ ଏଚଓ୍ୱାନଏନଓ୍ନାନ (ସ୍ୱାଇନ ଫ୍ଲୁ)କୁ ବିଶ୍ୱବ୍ୟାପୀ ମହାମାରି ବୋଲି ଘୋଷଣା କରିଥିଲା। ୧୯୧୮ ମସିହାରେ ପ୍ରଥମେ ଏହି ଭାଇରସ ଦେଖିବାକୁ ମିଳିଥିଲା। ତେବେ ସ୍ୱାଇନ ଫ୍ଲୁ କେଉଁଠୁ ବ୍ୟାପିଛି ତାହା ଏଯାବତ ଅସ୍ପଷ୍ଟ ରହିଛି। ୧୯୧୮ରେ ଯୁକ୍ରରାଷ୍ଟ୍ର ଆମେରିକାରେ ଏହି ଭାଇରସ ୬୭୫,୦୦୦ ଜଣଙ୍କର ଜୀବନ ନେଇଥିଲା।
ସୂଚନାଯୋଗ୍ୟ, ଚୀନର ଉହାନରୁ ଏହି କିଲର ଭାଇରସ ବ୍ୟାପିଛି ବୋଲି କୁହାଯାଉଛି। ପ୍ରଥମେ ଏହି କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନରେ ନ୍ୟାଶନାଲ ହେଲଥ ଏମରଜେନ୍ସି ଭାବେ ଘୋଷଣା କରିଥିଲା। ପରେ ଏହାକୁ ବିଶ୍ୱବ୍ୟାପୀ ମହାମାରୀ ଭାବେ ଘୋଷଣା କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।