ରାଜସ୍ଥାନରେ ରାଜନୀତିକ ହଟଚମଟ ପଛରେ କିଏ?

ନୂଆଦିଲ୍ଲୀ: ରାଜସ୍ଥାନରେ ଅଶୋକ ଗେହଲଟ ସରକାରକୁ ଭାଙ୍ଗିବାକୁ ବିଜେପି ଚେଷ୍ଟା କରୁନାହିଁ। ଏଯାବତ ଉପମୁଖ୍ୟମନ୍ତ୍ରୀ ପାଇଲଟଙ୍କ ସହିତ କୌଣସି ବିଜେପି ନେତା କଥା ହୋଇ ନାହାନ୍ତି। ନିଜ ଦଳୀୟ କନ୍ଦଳକୁ ଲୋକ ଲୋଚନରୁ ହଟାଇବାକୁ ଯାଇ କଂଗ୍ରେସ ବିଜେପିକୁ ଦୋଷ ଦେଉଛି ବୋଲି ଜଣେ ପଦ୍ମ ଦଳର ନେତା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ପିସିସି ସଭାପତି ସଚିନ ପାଇଲଟ ନିଜ ସମର୍ଥକ ବିଧାୟକଙ୍କୁ ନେଇ ଦିଲ୍ଲୀରେ ଡେରା ପକାଇଥିବାରୁ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। […]

gehlat pailot

Subhransu Sekhar
  • Published: Sunday, 12 July 2020
  • , Updated: 13 July 2020, 03:21 PM IST

ନୂଆଦିଲ୍ଲୀ: ରାଜସ୍ଥାନରେ ଅଶୋକ ଗେହଲଟ ସରକାରକୁ ଭାଙ୍ଗିବାକୁ ବିଜେପି ଚେଷ୍ଟା କରୁନାହିଁ। ଏଯାବତ ଉପମୁଖ୍ୟମନ୍ତ୍ରୀ ପାଇଲଟଙ୍କ ସହିତ କୌଣସି ବିଜେପି ନେତା କଥା ହୋଇ ନାହାନ୍ତି। ନିଜ ଦଳୀୟ କନ୍ଦଳକୁ ଲୋକ ଲୋଚନରୁ ହଟାଇବାକୁ ଯାଇ କଂଗ୍ରେସ ବିଜେପିକୁ ଦୋଷ ଦେଉଛି ବୋଲି ଜଣେ ପଦ୍ମ ଦଳର ନେତା କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ପିସିସି ସଭାପତି ସଚିନ ପାଇଲଟ ନିଜ ସମର୍ଥକ ବିଧାୟକଙ୍କୁ ନେଇ ଦିଲ୍ଲୀରେ ଡେରା ପକାଇଥିବାରୁ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଶନିବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ ବିଜେପି କଂଗ୍ରେସ ବିଧାୟକଙ୍କ ପିଛା ୧୫ କୋଟି ଦେଇ କିଣିବାକୁ ଚେଷ୍ଟା କରୁଛି। ଏହାପରେ ବିଜେପି ମଧ୍ୟପ୍ରଦେଶ ଶୈଳୀରେ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ ହୋଇଛି।

ବିଜେପି ନେତା ଜଣଙ୍କ କହିଛନ୍ତି “କ୍ଷମତାକୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମଧ୍ୟରେ କନ୍ଦଳ ତେଜିଛି। କଂଗ୍ରେସ କିନ୍ତୁ ବିଜେପି ନାଁରେ ଅଠା ବୋଳିବାକୁ ଚେଷ୍ଟା କରୁଛି। ଦିଲ୍ଲୀରେ ପାଇଲଟ କଂଗ୍ରେସ ହାଇକମାଣ୍ଡଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ତାଙ୍କ ଦଳ କ’ଣ ନିଷ୍ପତ୍ତି ନେଉଛି ତାହା ବଡ଼ କଥା। ବିଜେପି ସରକାର ଭାଙ୍ଗିବାକୁ ଚେଷ୍ଟା କରୁନାହିଁ”।

ଅନ୍ୟପଟେ ଚର୍ଚ୍ଚା ହେଉଛି ରାଜସ୍ଥାନରେ ସଚିନ ପାଇଲଟଙ୍କ ସମେତ ମୋଟ୍ ୨୫ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିବେ। ମୋଟ୍ ୨୦୦ ବିଧାନସଭା ଆସନରୁ ବିଜେପି ପାଖରେ ୭୨ ଜଣ ବିଧାୟକ ରହିଛନ୍ତି। କଂଗ୍ରେସ ପାଖରେ ୧୦୭ ବିଧାୟକ ରହିଥିବା ବେଳେ ୧୨ ଜଣ ସ୍ୱାଧୀନ ବିଧାୟକ ଏବଂ ଅନ୍ୟ ଦଳର ୫ ବିଧାୟକଙ୍କ ସମର୍ଥନ ରହିଛି। ସଂଖ୍ୟା ଦୃଷ୍ଟିରୁ ବିଜେପି ପାଇଁ ସରକାର ଗଢ଼ିବା ଏଠି କଷ୍ଟ ହେବ। ହେଲେ ରାଜ୍ୟରେ ଉପନିର୍ବାଚନ ହେଲେ ବିଜେପି ଅଧିକ ଆସନରେ ବିଜୟୀ ହେବ ବୋଲି ଆକଳନ କରିଛି।

ରାଜସ୍ଥାନର ଜଣେ କଂଗ୍ରେସ ନେତା କହିଛନ୍ତି, ଦଳ ମଧ୍ୟପ୍ରଦେଶ ଭଳି ସ୍ଥିତି ହେବାକୁ ଦେବନି ବୋଲି ପ୍ରୟାସ କରୁଛି। ସଚିନ ପାଇଲଟଙ୍କ ସହିତ ଯୋଗାଯୋଗ କରିବା ପାଇଁ ସମସ୍ତ ପ୍ରକ୍ରିୟା ଚାଲିଛି। ହେଲେ ସେ ଫୋନ୍ ଉଠାଉନଥିବା ଜଣାପଡ଼ିଛି।

Related story