Advertisment

ମୋଦି ସରକାରରେ କିଏ ସୁପର ପାଓ୍ୱାର?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଦାଖର ଗଲଓ୍ୱାନ ସୀମାରେ ଚୀନ୍ ସେନା ୨ କିଲୋମିଟର ପଛକୁ ଘୁଞ୍ଚିଛି। ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କଥା ଚୀନର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେବା ପରେ ଚୀନ୍ ସେନା ପଛକୁ ହଟିଛି ବୋଲି କୁହାଯାଉଛି। ଚୀନ ସହିତ ଲାଗି ରହିଥିବା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାକୁ ଶାନ୍ତ କରିବା ପାଇଁ ସାମରିକ ସ୍ତରରେ ଆଲୋଚନା ହୋଇଥିଲା। ପ୍ରତି ସପ୍ତାହରେ ଦୁଇ ଦେଶର ସେନା […]

ଅଦ୍ୟତନ ହୋଇଛି
ମୋଦି ସରକାରରେ କିଏ ସୁପର ପାଓ୍ୱାର?

ajit-doval

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଦାଖର ଗଲଓ୍ୱାନ ସୀମାରେ ଚୀନ୍ ସେନା ୨ କିଲୋମିଟର ପଛକୁ ଘୁଞ୍ଚିଛି। ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କଥା ଚୀନର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେବା ପରେ ଚୀନ୍ ସେନା ପଛକୁ ହଟିଛି ବୋଲି କୁହାଯାଉଛି।

Advertisment

ଚୀନ ସହିତ ଲାଗି ରହିଥିବା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାକୁ ଶାନ୍ତ କରିବା ପାଇଁ ସାମରିକ ସ୍ତରରେ ଆଲୋଚନା ହୋଇଥିଲା। ପ୍ରତି ସପ୍ତାହରେ ଦୁଇ ଦେଶର ସେନା ଅଧିକାରୀ ଆଲୋଚନା କରୁଥିଲେ। ଏମିତିକି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଜୁନ୍ ୧୭ରେ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ହେଲେ ଏଯାବତ କୌଣସି ସୁଫଳ ମିଳିନଥିଲା।

ତେବେ ସୀମାରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ବୈଦେଶିକ ମନ୍ତ୍ରୀ ଏବଂ ସାମରିକ ସ୍ତରରେ ମଧ୍ୟ ଦୁଇ ଦେଶ ଆଲୋଚନା କରିଥିଲେ। ହେଲେ ଡୋଭାଲଙ୍କ ଦୁଇ ଘଣ୍ଟାର ବାର୍ତ୍ତା ଚୀନର ଆଭିମୁଖ୍ୟକୁ ପରିବର୍ତ୍ତନ କରିଥିବା କୁହାଯାଉଛି। ନିକଟରେ ପ୍ରଧାନମନ୍ତ୍ରୀ ଲେହ ଗସ୍ତ ପଛରେ ଡୋଭାଲଙ୍କ ରଣନୀତି ଥିଲା ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀଙ୍କୁ ସୀମାକୁ ପଠାଇ ଚୀନକୁ ପରୋକ୍ଷରେ ଚେକ୍ ଦେବାକୁ ଡୋଭାଲ ରଣନୀତି ପ୍ରସ୍ତୁତ କରିଥିଲେ ବୋଲି କୁହାଯାଉଛି।

Advertisment

ସର୍ଜିକାଲ ଷ୍ଟ୍ରାଇକ, ଦିଲ୍ଲୀ ଦଙ୍ଗାକୁ ଶାନ୍ତ କରିବା ସହିତ କଶ୍ନୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ଦେଖାଦେଇଥିବା ସ୍ଥିତିକୁ ନିୟନ୍ତ୍ରଣ କରିବାରେ ଡୋଭାଲ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି କୁହାଯାଉଛି। ମୋଦି ସରକାରରେ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପାଇଥିବା କେରଳ ବ୍ୟାଚର ଏହି ଆଇପିଏସ ଅଫିସର ଅନେକ ପ୍ରସଙ୍ଗରେ ସରକାରଙ୍କ ପାଇଁ ସଙ୍କଟମୋଚକ ସାଜିଛନ୍ତି।

ଦିଲ୍ଲୀ ହିଂସା ସମୟରେ ପରିସ୍ଥିତି ଉପରେ ନଜର ରଖିଥିଲେ

ସିଏଏ-ଏନଆରସିକୁ ବିରୋଧ କରି ଦିଲ୍ଲୀରେ ହିଂସା ହୋଇଥିଲା। ଅଜିତ ଡୋଭାଲ ପରିସ୍ଥିତି ଉପରେ ନଜର ରଖିଥିଲେ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିଛି ଦିନ ପରେ ଡୋଭାଲ ନିଜେ ଦିଲ୍ଲୀ ରାସ୍ତାରେ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଥିଲେ।

ଧାରା ୩୭୦ ଶେଷ ହେବା ପରେ ଡୋଭାଲଙ୍କର କଶ୍ମୀର ଉପରେ ନଜର

କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦, ୩୫-କ ହଟାଇ ଦେଇଛନ୍ତି। ଏହା ପରେ କଶ୍ମୀରରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ କରାଯାଇଥିଲା। ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଘରେ ବନ୍ଦୀ କରି ରଖା ଯାଇଥିଲା। ସେହି ସମୟରେ ମଧ୍ୟ ଅଜିତ ଡୋଭାଲ ଆଗକୁ ଯାଇ ଗ୍ରାଉଣ୍ଡ ଜିରୋରୁ ପରିସ୍ଥିତି ବୁଝିବା ପାଇଁ କଶ୍ମୀର ଯାଇଥିଲେ।

୨୦୧୪ରେ ମୋଦି ସରକାର ଆସିବା ପରେ ୧୯୬୮ ମସିହାର କେରଳ ବ୍ୟାଚର ଆଇପିଏସ ଅଫିସର ଅଜିତ ଡୋଭାଲ ପ୍ରଥମେ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ। ଏଥିରୁ ପ୍ରମାଣିତ ହୋଇଥିଲା ପିଏମ ମୋଦି ଡୋଭାଲଙ୍କୁ କେତେ ବିଶ୍ୱାସ କରନ୍ତି। ଦେଶ ଭିତରେ ଏବଂ ବାହାରେ ଅପରେସନରେ ଡୋଭାଲ ନେତୃତ୍ୱ ନେଇଥାନ୍ତି। ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ହେଉ ଅବା ଏୟାର ଷ୍ଟ୍ରାଇକ୍ ଡୋଭାଲଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା।

ପୂର୍ବରୁ ବିଭିନ୍ନ ସଙ୍କଟ ସମୟରେ କେନ୍ଦ୍ରମନ୍ତ୍ରୀମାନେ ଆସି କ୍ରାଇସିସ ମ୍ୟାନେଜର ଭାବରେ ସାମ୍ନାକୁ ଆସୁଥିଲେ। ହେଲେ ଏବେ ଜଣେ ଅଣ ମନ୍ତ୍ରୀ ହୋଇ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ସରକାରଙ୍କ ପାଇଁ ସଙ୍କଟ ମୋଚକ ହୋଇଛନ୍ତି ଡୋଭାଲ୍। ତେଣୁ ଚର୍ଚ୍ଚା ହେଉଛି ମନ୍ତ୍ରୀମାନଙ୍କ ଅପେକ୍ଷା ବରିଷ୍ଠ ଅଧିକାରୀଙ୍କ ପତିଆରା ବଢ଼ୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe