ରାମ ମନ୍ଦିର ଟ୍ରଷ୍ଟରେ କିଏ କିଏ ରହିବେ ସଦସ୍ୟ?

ନୂଆଦିଲ୍ଲୀ: ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିରର ଟ୍ରଷ୍ଟ ଗଠନ ବାବଦରେ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ଟ୍ରଷ୍ଟର ନାମ ‘ଶ୍ରୀରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର’ ରଖିଛନ୍ତି। ଏହି ଟ୍ରଷ୍ଟରେ ୧୫ ଜଣ ସଦସ୍ୟ ରହିବେ। ଏମାନଙ୍କ ମଧ୍ୟରୁ ଜଣେ ଦଳିତ ସମାଜର ରହିବେ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି କହିଛନ୍ତି। ସୂଚନା ଅନୁଯାୟୀ, ୧୫ ଟ୍ରଷ୍ଟିଙ୍କ ମଧ୍ୟରୁ ଜଣେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର […]

Ayodhya_Ram_Temple_Trust

Subhransu Sekhar
  • Published: Wednesday, 05 February 2020
  • , Updated: 05 February 2020, 04:54 PM IST

ନୂଆଦିଲ୍ଲୀ: ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିରର ଟ୍ରଷ୍ଟ ଗଠନ ବାବଦରେ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ଟ୍ରଷ୍ଟର ନାମ ‘ଶ୍ରୀରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର’ ରଖିଛନ୍ତି।

ଏହି ଟ୍ରଷ୍ଟରେ ୧୫ ଜଣ ସଦସ୍ୟ ରହିବେ। ଏମାନଙ୍କ ମଧ୍ୟରୁ ଜଣେ ଦଳିତ ସମାଜର ରହିବେ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି କହିଛନ୍ତି। ସୂଚନା ଅନୁଯାୟୀ, ୧୫ ଟ୍ରଷ୍ଟିଙ୍କ ମଧ୍ୟରୁ ଜଣେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ, ଅଯୋଧ୍ୟାର ଜିଲ୍ଲାପାଳ, ନିର୍ମୋହୀ ଆଖଡ଼ାର ସଦସ୍ୟ, ରାମ ଜନ୍ମଭୂମି ନ୍ୟାସର ମହନ୍ତ ନୃତ୍ୟଗୋପାଳ ଦାସ ଏବଂ ରାମ ଜନ୍ମଭୂମି ଆନ୍ଦୋଳନ ସହିତ ଜଡ଼ିତ ବିଶ୍ୱ ହିନ୍ଦୁ ପରିଷଦର ମହାମନ୍ତ୍ରୀ ଚମ୍ପତ ରାୟ ସଦସ୍ୟ। ବାକି ୬ ଜଣ ଟ୍ରଷ୍ଟିଙ୍କ ବାବଦରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। ଯେଉଁଥିରୁ ସମାଜର ବିଭିନ୍ନ କ୍ଷେତ୍ରରୁ ଜଡ଼ିତ ଥିବା ବ୍ୟକ୍ତିବିଶେଷ ରହିବେ।

ଅନ୍ୟପଟେ ରାମ ଜନ୍ମଭୂମି ମନ୍ଦିରର ନିର୍ମାଣ ରାମ ଜନ୍ମଭୂମି ନ୍ୟାସ ଦ୍ୱାରା ପ୍ରସ୍ତାବିତ ନକ୍ସା ଅନୁଯାୟୀ ହେବ ବୋଲି ଜଣାପଡ଼ିଛି। ରାମ ମନ୍ଦିର ନିର୍ମାଣ ପାଇଁ ରାମ ଜନ୍ମଭୂମି ନ୍ୟାସ ଟ୍ରଷ୍ଟ ଏଯାବତ ଯାହା ନିର୍ମାଣ କରିଛନ୍ତି ତାହା ଏବେ ମନ୍ଦିର ନିର୍ମାଣ କାମରେ ଲାଗିବ। ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ଦ୍ୱାରା ଆର୍ଥିକ ସହାୟତା ମିଳିବ ନାହିଁ। ଲୋକଙ୍କ ଦ୍ୱାରା ଏହି ମନ୍ଦିର ନିର୍ମାଣ ହେବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ଏହି ଟ୍ରଷ୍ଟ ନାଁରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବ। ଲୋକମାନେ ଏହି ଆକାଉଣ୍ଟକୁ ଚାନ୍ଦା ଦେଇ ମନ୍ଦିର ତିଆରି ପାଇଁ ସହଯୋଗର ହାତ ବଢ଼ାଇବେ। ୨୫ ମାର୍ଚ୍ଚରୁ ୨ ଏପ୍ରିଲ ମଧ୍ୟରେ ହିନ୍ଦୁ କ୍ୟାଲେଣ୍ଡର ବର୍ଷ ଅନୁସାରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Related story