କାହିଁକି ଚେୟାରରୁ ଟାୱେଲ କାଢ଼ିଦେଲେ ଏହି ଯୁବ ଆପ ବିଧାୟକ

ନୂଆଦିଲ୍ଲୀ: ପ୍ରାୟ ଅଧିକାଂଶ ସରକାରୀ ଅଫିସରେ ବାବୁମାନେ ଟାୱେଲ ପଡ଼ିଥିବା ଚେୟାରରେ ବସିଥାଆନ୍ତି। ଏହା ଏକ ଭିଆଇପି ସଂସ୍କୃତିକୁ ଦର୍ଶାଇଥାଏ। ହେଲେ ଏହି ଭିଆଇପି ସଂସ୍କୃତିକୁ ଶେଷ କରିବା ପାଇଁ ଦିଲ୍ଲୀର କ୍ଷମତାସୀନ ଆପ ବିଧାୟକ ରାଘବ ଚଢ଼ା ପ୍ରାୟସ କରିଛନ୍ତି। ଏଥିପାଇଁ ସେ ଚେୟାରରେ ବସିବା ପୂର୍ବରୁ ସେଠାରେ ପଡ଼ିଥିବା ଟାୱେଲଙ୍କୁ ପ୍ରଥମେ ହଟାଇ ଦେଇଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି। ୩୧ ବର୍ଷୀୟ ରାଘବ ବିଧାୟକ ହେବା ପରେ ତାଙ୍କୁ […]

d

Hemant Lenka
  • Published: Tuesday, 03 March 2020
  • , Updated: 03 March 2020, 06:02 PM IST

ନୂଆଦିଲ୍ଲୀ: ପ୍ରାୟ ଅଧିକାଂଶ ସରକାରୀ ଅଫିସରେ ବାବୁମାନେ ଟାୱେଲ ପଡ଼ିଥିବା ଚେୟାରରେ ବସିଥାଆନ୍ତି। ଏହା ଏକ ଭିଆଇପି ସଂସ୍କୃତିକୁ ଦର୍ଶାଇଥାଏ। ହେଲେ ଏହି ଭିଆଇପି ସଂସ୍କୃତିକୁ ଶେଷ କରିବା ପାଇଁ ଦିଲ୍ଲୀର କ୍ଷମତାସୀନ ଆପ ବିଧାୟକ ରାଘବ ଚଢ଼ା ପ୍ରାୟସ କରିଛନ୍ତି।

ଏଥିପାଇଁ ସେ ଚେୟାରରେ ବସିବା ପୂର୍ବରୁ ସେଠାରେ ପଡ଼ିଥିବା ଟାୱେଲଙ୍କୁ ପ୍ରଥମେ ହଟାଇ ଦେଇଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି। ୩୧ ବର୍ଷୀୟ ରାଘବ ବିଧାୟକ ହେବା ପରେ ତାଙ୍କୁ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ କରାଯାଇଛି।

ଏବେ ସେ ନିଜ ଦାୟିତ୍ୱ ସମ୍ଭାଳିବା ଆରମ୍ଭ କରିଛନ୍ତି। ଆଜି ସେ ଦାୟିତ୍ୱ ନେବା ପାଇଁ ଅଫିସରେ ପହଞ୍ଚିଥିଲେ। ଏଠାରେ ସେ ବସିବାକୁ ଥିବା ଚେୟାରରେ ଲମ୍ବା ଟାୱେଲ ସୁସଜ୍ଜିତ ହୋଇ ପଡ଼ିଥିଲା। ହେଲେ ସେ ଆସନ ଗ୍ରହଣ କରିବା ପୂର୍ବରୁ ପ୍ରଥମେ ଚେୟାରରେ ପଡ଼ିଥିବା ଟାୱେଲକୁ ହଟାଇ ଦେଇଥିଲେ।

ଏହାର ଭିଡିଓ ଆପ୍‌ ପକ୍ଷରୁ ଟ୍ୱିଟ କରାଯାଇଛି। ଏହି ଭିଡିଓକୁ ଦେଖି ରାଘବଙ୍କୁ ଅନେକ ଲୋକ ପ୍ରଶଂସା କରିଛନ୍ତି।

https://twitter.com/i/status/1234712333240295424

Related story